ହେଡଲାଇନସ୍:

ନାବାଳିକାକୁ ଗର୍ଭବତୀ କରାଇଥିବା ସମ୍ପର୍କୀୟ ମାମୁଁଙ୍କୁ ପୁଲିସ କଲା ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ଵଜିତ ନାୟକ) -: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ୧୪ ବର୍ଷ ବୟସ୍କା ନାବାଳିକାଙ୍କ ସହ ସମ୍ପର୍କ ରଖି ଗର୍ଭବତୀ କରାଇଥିବା ସମ୍ପର୍କୀୟ ମାମୁଁଙ୍କୁ ପୁଲିସ ଗିରଫ କରିଛି । ଘଟଣା ଜଣାପଡ଼ିବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଦଶପଲ୍ଲା ପୁଲିସ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣଙ୍କ ବୈାଦ୍ଧ ଜିଲ୍ଲା ହରଭଙ୍ଗା ଥାନା ବରମୁଣ୍ଡା ଗାଁର ସୁରେନ୍ଦ୍ର ଜାନୀ । ସେ ବୁଗୁଡ଼ା କଲୋନୀ ଛକଠାରେ ଏକ ହୋଟେଲ କରିଥିଲେ । କୈାଣସି କ୍ରମେ ନାବାଳିକା ପରିବାର ସହ ସମ୍ପର୍କ ସ୍ଥାପନ କରି ତାଙ୍କ ଘରକୁ ଯିବା ଆସିବା କରୁଥିଲେ । ସୁଯୋଗ ନେଇ ନାବାଳିକାଙ୍କୁ ଗର୍ଭବତୀ କରାଇଥିଲେ । ପୁଲିସ ସୁରେନ୍ଦ୍ରଙ୍କୁ ଗିରଫ କରିବା ପରେ ଡାକ୍ତରିମାଇନା କରି କୋର୍ଟ ଚାଲାଣ କରିଛି । ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

0
0
0
s2sdefault