ହେଡଲାଇନସ୍:

ଭାଇ ସାଜିଲା ଭଗାରୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ କିଛି ସମୟ ପୂର୍ବରୁ ରାତି ପ୍ରାୟ ନା ଘଣ୍ଟା ସମୟରେ ପାରିବାରିକ କଳହ କୁ ନେଇ ଦୁଇ ଭାଇ ମନୋଜ ଓ ଉପେଦ୍ର ସୁନା ଭିତରେ ଝଗଡା ହୋଇଥିଲା । କଳହ ଏତେ ପରିମାଣ ରେ ବଢିଗଲା ଯେ ବଡ଼ ଭାଇ ଉପେନ୍ଦ୍ର , ସାନ ଭାଇ ମନୋଜ ସୁନା (25) କୁ ଏକ ରୁଟି ତିଆରି କରିବା ତାବା ରେ ପିଟିଥିଲା । ପ୍ରହାର ଏତେ ଜୋରଦାର ଥିଲା ଘଟଣା ସ୍ଥଳରେ ମନୋଜ ଗଭୀର ଭାବରେ ଆହତ ହୋଇ ପଡିଥଲା । ଏହାପରେ ହତ୍ୟାକାରୀ ବଡଭାଇ ତାର ବଡ ବାପା ସଲିଗ୍ରାମ ସୁନା ନିକଟକୁ ଯାଇ ମୁଁ ମୋର ଭାଇକୁ ମାରି ଦେଇଛି । ତାର ରକ୍ତ ବାହାରୁଛି ମୁଁ ଥାନାକୁ ଯାଉଛି ବୋଲି କହି ଚାଲିଯାଇଥିଲା । ଏହା ପରେ ଅଭିଯୁକ୍ତ ପାଇକମାଲ ଥାନାକୁ ପହଂଛି ମୋର ଭାଇ ମତେ ପିଟିଛି ଓ ମୋର ଘରର କୁଳର ଭାଙ୍ଗି ଦେଇଛି ବୋଲି ଓଲଟା ଅଭିଯୋଗ କରିଥିଲା । ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀ ଙ୍କର ନିର୍ଦ୍ଧେଶ କ୍ରମେ ଶବ ଇନ୍ସପେକ୍ଟର ବିମଲ ଲାକ୍ରା ଙ୍କର ସହିତ ପୋଲିସ ଟିମ ଘଟଣା ସ୍ଥଳକୁ ପହଂଛି ମନୋଜ ମରି ପଡିଥିବା ଦେଖିବାକୁ ପାଇଥିଲେ ।
ପାଇକମାଲ ପୋଲିସ ଘଟଣା ସ୍ଥଳରେ ଘଟିଥିବା ଏହି ବିଭତ୍ସ ହତ୍ୟାକାଣ୍ଡ ର ତଦନ୍ତ ତଦନ୍ତ ଜାରି
ରଖିଛି ।

0
0
0
s2sdefault