ହୋଟେଲ ଛାତରୁ ପଡି ପର୍ଯ୍ୟଟକଙ୍କ ମୃତ୍ୟୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ (ଅନିମେଶ ପଟ୍ଟନାୟକ): ହୋଟେଲ ଛାତରୁ ପଡି ଜଣେ ପର୍ଯ୍ୟଟକ ମୃତ । ମୃତକ ଜଣକ ଛତିଶଗଡର ଅଶୋକ ଅଗ୍ରୱାଲ ବୋଲି ଜଣା ପଡିଛି । ସ୍ଥାନୀୟ ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ପ୍ରାଥମିକ ତଦନ୍ତ ଅନୁସାରେ ମୃତ ଅଶୋକ ନୂଆବର୍ଷ ପାଳିବାକୁ ପୁରୀ ଆସିଥିଲେ । ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲରେ ରହୁଥିଲେ । ମଙ୍ଗଳବାର ସକାଳୁ ହୋଟେଲର ତିନି ମହଲା ଉପରୁ ତଳକୁ ପଡି ମୃତ୍ୟୁ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

0
0
0
s2sdefault