ହେଡଲାଇନସ୍:

ଯାତ୍ରୀବାହୀ ବସ ଡ୍ରାଇଭରକୁ ରକ୍ତାକ୍ତ ଆକ୍ରମଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତକୁମାରଦାସ:ଯାତ୍ରୀବାହୀ ବସ ଡ୍ରାଇଭରକୁ ରକ୍ତାକ୍ତ ଆକ୍ରମଣ।ଘଣ୍ଟାଏ ଧରି ଯାତ୍ରୀଙ୍କ ସହ ଅଟକି ରହିଲା ଯାତ୍ରୀବାହୀ ବସ। ଗୁରୁତର ଆହତ ଡ୍ରାଇଭରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲା ପୋଲିସ l ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ ରାସ୍ତାର ରାହାମାରେ ଘଟିଛି ଏଭଳି ଅଭାବନୀୟ ଘଟଣା l ଅପରାହ୍ନ ୨.୩୦ରେ ରାହାମା ବସଷ୍ଟାଣ୍ଡରେ ମା'ଅମ୍ବିକା ଯାତ୍ରୀବାହୀ ବସ ନମ୍ବର(OD 05AP6729) ଅଟକିଥିବା ବେଳେ ସ୍ଥାନୀୟ ଜଣେ ଯୁବକ ହଠାତ ବସ ଡ୍ରାଇଭରକୁ ଆକ୍ରମଣ କରିଥିଲେ l ବିଅର ବୋତଲ ଓ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିଥିଲେ ଡ୍ରାଇଭରକୁ ଘଟଣାକୁ ନେଇ ବସ ଭିତରେ ଥିବା ଯାତ୍ରୀ ଓ ସ୍ଥାନୀୟ ଲୋକ ପ୍ରତିବାଦ କରିଥିଲେ ମଧ୍ୟ ଆକ୍ରମଣକାରୀ ଯୁବକ ଅନ୍ୟମାନଙ୍କୁ ଗାଳିଗୁଲଜ କରି ଆତଙ୍କରାଜ ଚଳାଇଥିଲେ।ଫଳରେ ଏକ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା l ଖବରପାଇ ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ଗୁରୁତର ଆହତ ଡ୍ରାଇଭରକୁ ଉଦ୍ଧାର କରି ମଣିଜଙ୍ଗା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରି ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି l ଆକ୍ରମଣକାରୀ ଯୁବକ ସ୍ଥାନୀୟ ତାଳପଡା ଭାଲିଆପାଟଣା ଗ୍ରାମର ବାବୁରାମ ସେନାପତିଙ୍କ ପୁଅ ଲୁଲୁ ଓରଫ ଦୀପକ ସେନାପତି ବୋଲି ଅଭିଯୋଗ ହୋଇଛି l ଲୁଲୁ ସେନାପତିଙ୍କ ଏକ ମୋବାଇଲ ଦୋକାନ ରାହାମାରେ ଥିବା ବେଳେ ସେ ଏକ ପାର୍ସଲ ପଠାଇବା ପାଇଁ ଗାଡି ପାଖକୁ ଆସି ଡ୍ରାଇଭରଙ୍କୁ ଦେଇଥିଲେ l ଡ୍ରାଇଭର ମୁଁ ବାହାରୁ ଆସେ ବୋଲି କହି ଯାଇ ଏକ କରୁଥିବା ବେଳେ ହଠାତ ଲୁଲୁ ତାଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଯୁବକଙ୍କ ଆତଙ୍କରାଜରେ ବସଯାତ୍ରୀ ଓ ପଥଚାରୀ ଭୟଭୀତ ହୋଇଥିବା ବେଳେ ଘଣ୍ଟାଏ ଧରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା l କାଣ୍ଡ ଭିଆଇବା ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ଖୋଜୁଥିବା ଜଣାପଡିଛି l ଗୁରୁତର ଆହତ ଡ୍ରାଇଭର ଚିକିତ୍ସିତ ହେଉଥିବା ବେଳେ ଘଣ୍ଟାଏ ପରେ ଅନ୍ୟଜଣେ ଡ୍ରାଇଭର ଯାତ୍ରୀବାହୀ ବସ ଥାନାକୁ ନେଇଥିବା ଦେଖିବାକୁ ମିଳିଛି l ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଥିବା ବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି l

0
0
0
s2sdefault