ହେଡଲାଇନସ୍:

ଦୁର୍ଘଟଣାଗସ୍ତ ଯୁବକଙ୍କୁ ଉଦ୍ଧାର କଲେ ବିୱାଇଜେଡ଼ି ସଭାପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ଼: ଦୁର୍ଘଟଣାଗ୍ରସ୍ତ ଗୁରୁତର ଆହତ ବାଇକ ଆରୋହୀଙ୍କୁ ଉଦ୍ଧାର କଲେ ବିୱାଇଜେଡ଼ି ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ । ଆହତଙ୍କ ପରିଚୟ ମିଳିନଥିବା ବେଳେ ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ରେଙ୍ଗାଲପାଲି ନିର୍ମାଣାଧୀନ ବଡ଼ନାଲ ଠାରେ ।
ସୂଚନା ମତେ ବଡ଼ନାଲ ନିର୍ମାଣାଧୀନ ପୋଲରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ । ତେବେ ସେହି ରାସ୍ତା ଦେଇ ବରଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ଚିକିତ୍ସା କାର୍ଯ୍ୟରେ ବୁର୍ଲା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜାଣି ସଙ୍ଗେ ସଙ୍ଗେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ଆହତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ ।

0
0
0
s2sdefault