ହେଡଲାଇନସ୍:

ଦେଶୀ ରନ୍ଧା ମଦ ସହ ବେପାରୀ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା,(ଶାସକ ପ୍ରଶାସକ)-ମେଲଛାମୁଣ୍ଡା ଥାନା ଅଂଚଳରେ ଦେଶୀ ରନ୍ଧା ମଦର କାରବାର ବୃଦ୍ଧି ପାଇବା ବିଷୟ ଜନସାଧାରଣରେ ଅଭିଯୋଗ ହେବା ପରେ ମେଲଛାମୁଣ୍ଡା ଥାନାଧିକାରୀ ମାନସ କୁମାର ଭୋଇଙ୍କ ନିର୍ଦେଶରେ ବିଭିନ୍ନ ଅଂଚଳରେ ଚଢାଉ ହୋଇଥିଲା । ଏଏସଆଇ କେତନ ଧରୁଆଙ୍କ ଟିମ ସକାଳ ୧୦.୪୫ରେ ସନିମାଲ ଗ୍ରାମର ଅଧିକା ଭୋଇ(୩୨)କୁ ଦେଶି ରନ୍ଧା ମଦ ସହ କାବୁ କରିବାରେ ସଫଳ ହୋଇଛନ୍ତି । ଅଧିକା ଭୋଇ ଠାରୁ ୪୦ଲିଟର ଦେଶୀ ରନ୍ଧା ମଦ, ଦୁଇଟି ଟିଉବ ଏବଂ ଛଅଟି ଜାରକିନ ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଥିଲା । ଏ ନେଇ ଥାନା କେସ ନଂ ୨୩୦/୨୨ ଦଫା ୫୨(ଏ) ଓଡିଶା ଅବକାରୀ ଆଇନରେ ମାମଲା ରୁଜୁ କରି କୋଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଫିସର ଏଏସଆଇ କାମାକ୍ଷା ପଧାନ ସୂଚନା ଦେଇଛନ୍ତି ।

0
0
0
s2sdefault