ହେଡଲାଇନସ୍:

ଦେଶୀ ଓ ବିଦେଶୀ ମଦ ଜବତ, ୦୨ ଗିରଫ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ, ସୀତାକାନ୍ତ ପାଢ଼ୀ -:ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଧାମନଗର ଥାନା ଅନ୍ତର୍ଗତ ଅନନ୍ତପୁର, ଜଳମଣ୍ଡୁଆ, ବ୍ରହ୍ମପୁର, ଚୂଡ଼ାକୁଟି, କଲ୍ୟାଣୀ ଏବଂ ଧୂଷୁରୀ ଥାନା ଅନ୍ତର୍ଗତ ଝାରଡ଼ିଆ ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ୧୦ ଲିଟର ଆସ୍କା ଫର୍ଟି ମଦ ଓ ୫.୪୦୦ ଲିଟର ବିଦେଶୀ ମଦ ଜବତ କରିବା ସହିତ ମୋଟ ୦୨ ଜଣଙ୍କୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଧାମନଗର ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ସୁଶାନ୍ତ ଜେନା ଓ ଧୂଷୁରୀ ଥାନା ଅନ୍ତର୍ଗତ ଝାରଡ଼ିଆ ଗ୍ରାମର ସୁବାଷ ଚନ୍ଦ୍ର ବେହେରା l ଜବତ ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ ଦୀପକ ରାଉତ, କନେଷ୍ଟବଳ ଶିବପ୍ରସାଦ ସାହୁ, ସୁବାଶିଷ ରାଉତ, ମିଥୁନ ଜେନା, ରଶ୍ମିରେଖା ଜେନା ପ୍ରଭୃତି ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୦୨ ଗୋଟି ମାମଲା ରୁଜ୍ଜୁ କରାଯାଇଛି l

0
0
0
s2sdefault