ହେଡଲାଇନସ୍:

6 ଚକିଆ ସାର ବୋଝେଇ ଟ୍ରକକୁ ପିଟିଲା 14 ଚକିଆ ଟ୍ରକ : 4ଟି ଦୋକାନ ଭାଙ୍ଗିରୁଜି ଚୁରମାର

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ : କ୍ଷତିପୂରଣ ନ ମିଳିଲେ କଟକ ଚାନ୍ଦବାଲି ରାସ୍ତା ଅବରୋଧ ପାଇଁ ଚେତାବନୀ l   

(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ)କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାର ରେ ଘଟିଛି ଘଟଣା l ଶୁକ୍ରବାର ଦିନ ବିଳମ୍ବିତ ରାତ୍ରରେ ଏକ ସାର ବୋଝେଇ 6 ଚକିଆ ଟ୍ରକ କୁ ପଛରୁ କେନ୍ଦ୍ରାପଡା ଅଭିମୁଖେ ଯାଉଥିବା 14 ଚକିଆ ଟ୍ରକ ଧକ୍କା ଦେଇଛି l ଯାହା ଫଳରେ ସାର ଗାଡି ଟି ନିଶ୍ଚିନ୍ତକୋଇଲି ବଜାର ରେ ଥିବା 4 ଜଣ ବ୍ୟବସାୟୀ ଙ୍କ ଦୋକାନ ଉପରେ ଚଢ଼ିଯିବା ହେତୁ ଦୋକାନ ଗୁଡିକ ଭାଙ୍ଗିରୁଜି ଚୁରମାର ହୋଇଯାଇଛି l ପ୍ରାୟ 4 ଜଣ ବ୍ୟବସାୟୀ ଙ୍କ ର ଲକ୍ଷାଧିକ ଟଙ୍କା ମୂଲ୍ୟର କ୍ଷତି ହୋଇଛି l ବ୍ୟବସାୟୀ ମାନେ ଏହି ବ୍ୟବସାୟୀ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି l ଏପରି ଦୁର୍ଘଟଣା ଘଟିବା ଫଳରେ ସମସ୍ତ ବ୍ୟବସାୟୀ ମାନେ ମାନସିକ ଆର୍ଥିକ ସ୍ତରରେ ଭାଙ୍ଗି ପଡିଛନ୍ତି l ବ୍ୟବସାୟୀ ରାଜରାସ୍ତା କୁ ବନ୍ଦ କରିବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ପୋଲିସ ପ୍ରଶାସନ ଓ ବଜାର ବ୍ୟବସାୟୀ ଆଜି ଯାହାବି କିଛି ହେଉ ସହାୟତା ଯୋଗାଇ ଦିଆଯିବ ପ୍ରତିଶୃତି ଦେଇଛନ୍ତି l ତଥାବି ପରିସ୍ଥିତି ଉଦବେଗଜନକ ରହିଛି l 6 ଚକିଆ ଗାଡି ନଂ ORA4055 ନରେନ୍ଦ୍ରପୁର ସାର ନେଇ ଯାଉଥିବା ବେଳେ କେନ୍ଦ୍ରାପଡା ଅଭିମୁଖେ ଯାଉଥିବା 14 ଚକିଆ ଗାଡି ନଂ-OD29J4461 ପଛପଟୁ ଧକ୍କା ଦେବାରୁ ଏପରି ଘଟିଛି l ଫଳରେ ନିଶ୍ଚିନ୍ତକୋଇଲି ବଜାର ବ୍ୟବସାୟୀ ପ୍ରସନ୍ନ କୁମାର ସାହୁ ଙ୍କ ତେଜରାତୀ ଦୋକାନ, ଉମେଶ ଚନ୍ଦ୍ର ସ୍ୱାଇଁ ଙ୍କ ଭେରାଇଟ ଷ୍ଟୋର, ଗୋବିନ୍ଦ ଚନ୍ଦ୍ର ଦାସ ଙ୍କ  ଶ୍ରୀରାମ ମିଷ୍ଟାନ ଭଣ୍ଡାର, ଭାସ୍କର ଚନ୍ଦ୍ର ସାହୁ ଙ୍କ ଫଳ ଦୋକାନ ଟି ସମ୍ପୂର୍ଣ ରୂପେ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି l ତେବେ ସମସ୍ତ ବ୍ୟବସାୟୀ ମାନେ  ସହାୟତା ପାଇଁ ଦୃଢ ଦାବି କରିଛନ୍ତି l ନଚେତ କଟକ ଚାନ୍ଦବାଲି ମୁଖ୍ୟ ରାଜରାସ୍ତା କୁ ବନ୍ଦ କରାଯିବ ଯାହାପାଇଁ ପ୍ରଶାସନ ଦାୟୀ ରହିବ ବୋଲି ମତପ୍ରକାଶ କରିଛନ୍ତି l ତେବେ ପ୍ରଶାସନ ତରଫରୁ ଏହି ଘଟଣାର ତୁରନ୍ତ ସମାଧାନ କରାଯିବା ପାଇଁ ନିଶ୍ଚିନ୍ତକୋଇଲି ବଜାର ବ୍ୟବସାୟୀ ମହଲରେ ସାଧାରଣରେ ଦୃଢ ଦାବି ହୋଇଛି l ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ ପହଂଚିଥିଲେ ମଧ୍ୟ ବ୍ଲକ ଓ ତହସିଲ ପ୍ରଶାସନ ପହଁଚିନାହିଁ l ଫଳରେ ବ୍ୟବସାୟୀ ମାନଙ୍କ ମଧ୍ୟରେ ଆନ୍ଦୋଳନ ର ବସା ବାନ୍ଧୁଥିବାର ଦେଖିବାକୁ ମିଳିଛି l

0
0
0
s2sdefault