ହେଡଲାଇନସ୍:

ନୟାଗଡ଼ ପୋଲିସକୁ ବଡ଼ ସଫଳତା । ୫୧ଟି ମୋଟରସାଇକେଲ ଜବତ , ୫ ଗିରଫ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନୟାଗଡ଼(ବିଶ୍ଵଜିତ ନାୟକ) - ନୟାଗଡ଼ ପୋଲିସକୁ ମିଲିଛି ଏକ ବଡ଼ ସଫଳତା । ୫୧ଟି ମୋଟରସାଇକେଲ ଜବତ କରିବା ସହ ଏକ ୫ଜଣିଆ ଚୋର ଗ୍ୟାଙ୍ଗକୁ ମଧ୍ୟ ଗିରଫ କରିଛି ।ସୂଚନା ଅନୁଯାଇ ସେଥିମଧ୍ୟରୁ ଜଣେ ହେଉଛି କୁଖ୍ୟାତ ଡକାୟତ । ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଟାର୍ଗେଟ କରି ବହୁ ନାମୀଦାମୀ ଗାଡ଼ିଗୁଡିକୁ ଚୋରି କରିବା ପରେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ନିୟୋଜିତ କରୁଥିଲେ ଏହି ଗ୍ୟାଙ୍ଗ। ପୋଲିସ ତରଫରୁ ଏହି ସମସ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା ଏବଂ ବହୁ ଅକ୍ଲାନ୍ତ ପରିଶ୍ରମ କରି ପାରିଶେଷରେ ଧରିଥିଲା ଏହି ଲୁଟେରା ଗ୍ୟାଙ୍ଗକୁ ନୟାଗଡ଼ ପୋଲିସର ସ୍ୱତନ୍ତ୍ର ଟିମ । ଏହି ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସହ ୫ ଲୁଟେରା ଯଥା କଟକ ଜିଲ୍ଲା ନିଆଳି ଥାନା, ମଝିଆଖଣ୍ଡର ବୁଲୁ ଓରଫ ଅନିଲ ସାହୁ , ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର ମିଟୁ ଓରଫ ନିଲୁ ପଲେଇ , ଖୋରଧା ଜିଲ୍ଲା ଟାଙ୍ଗିଥାନା ଅଞ୍ଚଳର ଧୁଶା ଓରଫ ଦୁଷ୍ମତ ସାହୁ , ବେଗୁନିଆ ଥାନା ଅଞ୍ଚଳର ଜଗା ଓରଫ ସଂଜୀବ କୁମାର ସାହୁ , ବୌଦ୍ଧ ଜିଲ୍ଲା ହରଭଂଗା ଥାନା ଅଞ୍ଚଳର ଋତୁ ଓରଫ ଋତୁରାଜ ଦୀପ । ଏ ସମସ୍ତଙ୍କ ନାଁରେ ଓଡ଼ିଶାର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବାର ସୂଚନା ମିଳିଛି । ଚୋରୀ ହେବା ପରେ କୌଣସି ଥାନାରେ ଯଦି ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଗାଡ଼ି ଏହି ୫୧ଟି ଗାଡ଼ି ଭିତରେ ଅଛି ତେବେ ସେମାନେ ଆସି ଗାଡିର କାଗଜପତ୍ର ଯାଞ୍ଚ କରିନେବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୟାଗଡ଼ ଏସ୍ପି ଅଲେଖ ପହୀ।

0
0
0
s2sdefault