ହେଡଲାଇନସ୍:

ଜନ ସମୁଦ୍ରରେ ବିଦାୟ ନେଲେ ବରିଷ୍ଠ ସାମ୍ବାଦିକ ନଟ ଆଜ୍ଞା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅଧିନସ୍ଥ ବିର୍ଜାମ ବାସିନ୍ଦା ତଥା ବରିଷ୍ଠ ସାମ୍ବାଦିକ ନଟବର ସାହୁଙ୍କ ଗୁରୁବାର ଦିନ ଅକାଳ ବିୟୋଗ ଘଟିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହେଉଥିଲା । ସ୍ୱର୍ଗତ ସାହୁ ଏକାଧାରରେ ଅନେକ ଗୁଣର ଅଧିକାରୀ ଥିଲେ । ପେସାରେ ସେ ଜଣେ ଅବସରପ୍ରାପ୍ତ ପଂଚାୟତ ସଂପାଦକ ଥିବା ବେଳେ ନିଶାରେ ସେ ଜଣେ ସାମ୍ବାଦିକ ଥିଲେ । ସମ୍ବାଦ ପରିବାରର ଆଜିବନ ସଦସ୍ୟ ଥିବା ବେଳେ ଦୀର୍ଘ ବର୍ଷ ଧରି ସମ୍ବାଦ ଖବର କାଗଜର ଘେଁସ ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ । ଏହା ସହ ଓଡିଶା ଗ୍ରାମ ପଂଚାୟତ ସଂପାଦକ ସଂଘର ପୂର୍ବତନ ରାଜ୍ୟ ଉପସଭାପତି , ଅବସର ପ୍ରାପ୍ତ ପିଇଓ ସଂଘର ଜିଲ୍ଳା ସଭାପତି ଓ ରାଜ୍ୟ ଉପଦେଷ୍ଟା , ସ୍ଥାନୀୟ ହାଇସ୍କୁଲର ପରିଚାଳନା କମିଟିର ପୂର୍ବତନ ସଭାପତି ଆଦି ପଦବିରେ ରହିଥିଲେ । ଏହା ବ୍ୟତିତ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଅସହାୟ, ଗରିବ ଲୋକଙ୍କ ସହ ସର୍ବଦା ଛିଡା ହେଉଥିଲେ । ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇ ବିଭିନ୍ନ ସମୟରେ ରାଜନୈତିକ ଦଳ ମାନଙ୍କର ଆକ୍ରୋଶର ଶିକାର ହୋଇଥିଲେ ମଧ୍ୟ ପଛକୁ ଫେରି ନ ଥିଲେ । ଅଂଚଳର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ହୋଇ ଆଂଚଳିକ ବିକାଶରେ ପ୍ରମୁଖ ଭୁମିକା ନିର୍ବାହ କରୁଥିଲେ । ତାଙ୍କ ପରେ ତାଙ୍କ ପରିବାର ଯେପରି ଲୋକଙ୍କ ସେବାରେ ଜଡିତ କରିବା ଉଦେଶ୍ୟରେ ତାଙ୍କ ପୁ୍ରବଧୁଙ୍କୁ ବିର୍ଜାମ ସରପଂଚ ଭାବେ ଅଲଙ୍କୃତକରି କରିଛନ୍ତି । ତାଙ୍କର ନିଧନ ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଲହରି ଖେଳିଯାଇଥିଲା । ତାଙ୍କର ସହନଶିଳତା, ନମ୍ର ଆଚରଣ ଓ ପରୋପକାର ଗୁଣ ପାଇଁ ଲୋକେ ଆଜି ଦିନ ସାରା ଦଃୁଖରେ ମ୍ରିୟମାଣ ହୋଇ ପଡିଥିଲେ । ଗତ ଚାରି ଦିନ ପୂର୍ବରୁ ନିଜକୁ ଅସୁସ୍ଥ ଅନୁଭବ କରି ବରଗଡର ଏକ ଚିକିତ୍ସାଳୟରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ । ମାତ୍ର ବିଧିର ବିଧାନକ୍ରମେ ସମୟ ତାଙ୍କୁ ଡାକିନେଇଥିଲା । ତାଙ୍କ ମୃତ ଶରୀର ବିର୍ଜମସ୍ଥିତ ବାସ ଭବନରେ ପହଂଚିଲା ପରେ ତାଙ୍କର ଶେଷ ଦର୍ଶନ ପାଇଁ ବାସ ଭବନଟି ଏକ ଜନ ସମୁଦ୍ର ପାଲଟିଯାଇଥିଲା । ସ୍ୱଗତ ସାହୁ ତାଙ୍କ ପଛରେ ତାଙ୍କ ସ୍ତ୍ରୀ କୁମୁଦିନି ସାହୁ, ପୁତ୍ର ବିଶ୍ୱ କୁମାର ସାହୁ, ଝିଅ ରିତା ସରାଫ, ପୁତ୍ରବଧୁ ଶ୍ରଦ୍ଧାଜଂଳି ସାହୁ, ନାତୁଣୀ ସ୍ନେହାରାଣୀ ସାହୁଙ୍କୁ ଛାଡି ଚାଲିଯାଇଛନ୍ତି । ତାଙ୍କ ମର ଶରିରକୁ ଏକ ଶୋଭାଯାତ୍ରରେ ନେଇ ଦାହ କରାଯାଇଥିଲା । ପୁତ୍ର ବିଶ୍ୱ କୁମାର ସାହୁ ମୁଖାଗ୍ନୀ ଦେଇଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ବରିଷ୍ଠ ବିଜେପି ନେତା ସୁଶାନ୍ତ ମିଶ୍ର, ସମାଜସେବୀ ବାବୁଲୁ ଦେବତା, ପୂର୍ବତନ ବିଧାୟକ ରଫିକ ମହମ୍ମଦ, ସୋହେଲା ବିଡିଓ ବିଶ୍ୱ ରଂଜନ କର, ସାମ୍ବଦିକ ମନୋଜ ଭୋଇ, ହାଇସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ପହଂଚିଥିଲେ । ତାଙ୍କର ନିଧନରେ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ, ଜିଲ୍ଳା ସାମ୍ବାଦିକ ସଂଘ, ମେଲଛାମୁଣ୍ଡା ହାଇସ୍କୁଲ ପୁରାତନ ଛାତ୍ର ସଂସଦ, ଜିଲ୍ଳା ପିଇଓ ସଂଘ ତରଫରୁ ଗଭିର ଶୋକ ବ୍ୟକ୍ତ କରିଛନ୍ତି ।

0
0
0
s2sdefault