ହେଡଲାଇନସ୍:

ରକ୍ତଜୁଡୁବୁଡୁ ଅବସ୍ଥାରେ ପ୍ରେମିଯୁଗଳଙ୍କ ଶରୀର : ପ୍ରେମିକା ମୃତ, ପ୍ରେମିକ ଗୁରୁତର

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଅଞ୍ଚଳ ଉଷାପଡା ନିକଟରେ ନିର୍ମାଧୀନ ଶ୍ରମିକ ଭାବରେ କାମ କରୁଥିବାବେଳେ ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି |ଉକ୍ତ ଅଞ୍ଚଳ ନିକଟରୁ ରକ୍ତଜୁଡୁ ବୁଡୁ ଅବସ୍ଥାରେ ଦୁଇଜଣଙ୍କ ଶରୀର ଦେଖିବାକୁ ମିଳିଥିଲା |ଉକ୍ତ ଦୁଇଜଣ ହେଲେ ମୁଣ୍ଡାଗାଁ ର ପୁରୁଷ ରଶିକ ପ୍ରଧାନ ଓ ସାନମାଟିକଣାର ରିମା ମାଝୀ |ସୂଚନାଅନୁଯାୟୀ ରସିକ ଓ ରିମାଙ୍କ ପ୍ରେମ ଜନିତ ସମ୍ପର୍କ ଥିଲା, କିନ୍ତୁ ଆଜି ହଠାତ କେଉଁ କାରଣରୁ ଏପରି ଘଟଣା ଘଟିଛି ତାହା ସମସ୍ତଙ୍କୁ ଆଚମ୍ବିତ କରିଦେଇଛି |ରସିକଙ୍କ ତିନୋଟି ପିଲାଛୁଆ ବୋଲି ମଧ୍ୟ ଖବର ଆସୁଛି |ଆଜି ଅପରାହ୍ନ ସମୟରେ ଏହି ଘଟଣା ଘଟିଥିବା ବେଳେ ରିମାମାଝୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ରସିକ ଙ୍କ ଅବସ୍ତା ସଂକତାପନ୍ନ ଥିବାରୁ ପ୍ରଥମେ ଉତ୍କଳ ମେଡିକାଲ ଓଷାପଡା ରୁ ରାୟଗଡା ସ୍ଥାନାନ୍ତର ହୋଇଛନ୍ତି |ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସ୍ଥଳରୁ ଏକ ଧାରୁଆ ଛୁରୀ ସହ ତଦନ୍ତ ଜାରି ରହିଛି

0
0
0
s2sdefault