ହେଡଲାଇନସ୍:

ନିଜ ଘର ପାଖ ପୋଖରୀରେ ବୁଡି ଦୁଇ ଭାଇଙ୍କର ଅକାଳ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼ (ବିଶ୍ୱଜିତ ନାୟକ) - ପବିତ୍ର ଗଣେଶ ଚତୁଥିରେ ଚାରିଆଡେ ବଡ଼ ଆଡମ୍ବରରେ ପୂଜାର୍ଚ୍ଚନା ଚାଲିଥିବାବେଳେ ଅତି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ସଦର ଥାନା ଅନ୍ତର୍ଗତ ଶଠିଆପଲ୍ଲି ଗ୍ରାମରେ । ନିଜ ଘର ପାଖ ପୋଖରୀରେ ବୁଡି ଦୁଇ ଭାଇଙ୍କର ଅକାଳ ମୃତ୍ୟୁ ଘଟିଛି । ସତେଯେପରି ସ୍ତବ୍ଧ ହୋଇପଡିଛି ଶଠିଆପଲ୍ଲି ଗାଁ ଏବଂ ଶୋକାକୁଳ ହୋଇଉଠିଛି ସ୍ଥାନୀୟ ଅଞ୍ଚଳ । ସୂଚନାନୁସାରେ, ନୟାଗଡ଼ ସଦର ଥାନା ଅନ୍ତର୍ଗତ ଖୁଣ୍ଟୁବନ୍ଧ ପଞ୍ଚାୟତ ଶଠିଆପଲ୍ଲି ଗ୍ରାମର ତାରିଆ ସ୍ୱାଇଁଙ୍କ ଦୁଇ ନାବାଳକ ରୁଦ୍ରନାରାୟଣ ଓ ଚନ୍ଦ୍ରଶେଖର ପୁତ୍ର ଆଜି ସକାଳୁ ଗଣେଶ ପୂଜା ସାରି ଘରକୁ ଫେରିଥିଲେ ଏବଂ ସ୍କୁଲରେ ପୂଜା ଭୋଜି ଥିବାରୁ ଦୁଇ ଭାଇ ଭୋଜି ଖାଇବାକୁ ବିଦ୍ୟାଳୟକୁ ଯାଇଥିଲେ । ଭୋଜି ଖାଇ ଘରକୁ ଅପରାହ୍ନ ୨ଟା ସମୟରେ ଫେରିବା ବେଳେ ବାଟରେ ଶୌଚ ହେବାକୁ ଘର ପାଖରେ ଥିବା ପୋଖରୀକୁ ଯାଇଥିଲେ । ତେବେ ବଡ଼ ଭାଇ ପୋଖରୀରେ ଶୌଚ ହେବା ସମୟରେ ଗୋଡ଼ ଖସିଯିବା ଯୋଗୁଁ ବୁଡି ଯାଇଥିଲେ । ଭାଇ ବୁଡି ଯାଉଥିବାର ଦେଖି ସାନ ଭାଇ ରୁଦ୍ରନାରାୟଣ ବଡ଼ ଭାଇକୁ ବଞ୍ଚାଇବାକୁ ଚେଷ୍ଟା କରିବାକୁ ଯାଇ ବୁଡ଼ି ଯାଇଥିଲେ ।
କିଛି ସମୟ ପରେ ଦୁଇ ଭାଇଙ୍କର ମୃତ ଶରୀର ପୋଖରୀରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକ ଓ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ଦୁଇ ଭାଇଙ୍କୁ ମୃତ ଘୋଷଣା କରିବା ପରେ କାନ୍ଦ ବୋବାଳିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିଛି ସମୟ ଶୋକାକୁଳ ପରିବେଶରେ ପରିଣତ ହୋଇଥିଲା । ଯାହା ଦେଖିବା ଅତି ଅସହ୍ୟ ଏବଂ ଦୁଃଖ ଦାୟକ ଥିଲା । ଦୁଇ ଭାଇଙ୍କ ମୃତ ଶରୀରକୁ ପୋଲିସ ଶବ ବ୍ୟବଚ୍ଛେଦ କରିଥିଲା ।ଏବଂ ପରେ ଗାଁ ସ୍ମଶାନରେ ଦୁଇ ଭାଇଙ୍କୁ ଗୋଟିଏ ଯୁଇରେ ଶେଷ କୁତ୍ୟ ସମ୍ପନ୍ନ କରାଯାଇଥିଲା ।

0
0
0
s2sdefault