ହେଡଲାଇନସ୍:

ମାଛ ଧରିବା ହେଲା କାଳ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- କ୍ଷଣିକ ସୁଖ ପାଇଁ ମଣିଷ ବେଳେ ବେଳେ ଯେଉଁ କାର୍ଯ୍ୟ କରିବସେ ତାହାପାଇଁ ସିଏ ଜୀବନ ସାରା ଭାବିବାକୁ ପଡିଥାଏ l ଏମିତି ଏକ ଘଟଣା ଘଟିଛି ମାହାଙ୍ଗା ବ୍ଲକ ପୋଡାମରାଇ ଅଞ୍ଚଳରେ l ଜାଲ ପକାଇବାକୁ ଯାଇ ଜଣଙ୍କର ମୃତ୍ୟ ଘଟିଛି । ପୋଡ଼ାମରାଇ ଗ୍ରାମ ପଞ୍ଚାୟତ ଗୋରତାଙ୍ଗ ଗ୍ରାମର ରତ୍ନାକର ସାହୁ ପୋଡ଼ାମରାଇ ସ୍ଥିତ ମଇଜରାରେ ଜାଲ ପକାଉଥିବାବେଳେ  କୌଣସି କାରଣ ବଶତଃ ପାଣିରେ ବୁଡିଯାଇଥିଲେ। ସ୍ତାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବହୁ ଖୋଜାଖୋଜି ପରେ ରତ୍ନାକରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ  ମାହାଙ୍ଗା ମେଡିକାଲକୁ ପଠାଇଥିଲେ । ହେଲେ ଦୁଃଖ ର ବିଷୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡ଼ିକାଲରେ ପୋଲିସ ପହଂଚି ଶବକୁ ଜବତକରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ସହ  ବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ ଆରମ୍ଭ କରିଛି। ରତ୍ନାକର ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଭାଙ୍ଗି ପଡିଛନ୍ତି l ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ସାଧାରଣରେ ଦୃଢ ଦାବି ହୋଇଛି l

0
0
0
s2sdefault