ହେଡଲାଇନସ୍:

ଗନ୍ଧମାର୍ଦ୍ଦନ ଜଙ୍ଗଲରୁ ମହିଳା ଙ୍କର ଗଳିତ ମୃତଦେହ ଉଦ୍ଧାର: ମୃତକଙ୍କର ପରିଚୟ ଖୋଜୁଛି ପୋଲିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଡୁଡୁକିଝରିଆ ଗ୍ରାମ ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତ ର ଜଙ୍ଗଲ ଭିତରେ ଗତ କାଲି ଏକ ଶବ ପଡିଥିବା ପାଇକମାଲ ପୋଲିସ ସୂଚନା ପାଇଥିଲା । ସୂଚନା ପାଇବା ମାତ୍ରେ ପାଇକମାଲ ପୋଲିସ ସହିତ ବଲାଙ୍ଗୀର ରୁ ପୋଲିସର ସାଇନଟିଫିକ ଟିମ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତ ରୁ ଜଣା ପଡିଥଲା ଯେ ମୃତଦେହ ଟି ପ୍ରାୟ 20 ରୁ 30 ଦିନ ପୁରୁଣା । ମୃତଦେହର ମୁଣ୍ଡରୁ ଜଙ୍ଘ ପର୍ଯନ୍ତ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିବା ବେଳେ କେବଳ କଙ୍କାଳ ରହି ଯାଇଥିଲା । ଜଂଘରୁ ପାଦ ପଟକୁ କିଛିଟା ଠିକ ରହିଥିଲା । ଘଟଣା ସ୍ଥଳରେ ଜଣା ପଡୁ ନଥିଲା ଯେ ମୃତକ ମହିଳା ନା ପୁରୁଷ । ଏକ ନୀଳ ରଙ୍ଗର ଜିନ୍ସ ପେଣ୍ଟ ସହିତ ମୃତକ ଗୋଟେ ଧଳା ରଙ୍ଗର ସାର୍ଟ ପିନ୍ଧି ଥିଲା । ଘଟଣା ସ୍ଥଳରୁ ଶବ ଜବତ କରି ପୋଲିସ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଆଜି ବ୍ୟବଚ୍ଛେଦ ସମୟରେ ଜଣା ପଡିଲା ଯେ ମୃତକ ଜଣେ ମହିଳା ବୋଲି । ତେବେ ବର୍ତ୍ତମାନ ସୁଦ୍ଧା ମୃତକର କୋଣସି ପରିଚୟ ହସ୍ତଗତ ହୋଇ ପାରି ନାହିଁ । ପାଇକମାଲ ପୋଲିସ ମୃତକ ଙ୍କର ପରିଚୟ ଖୋଜିବା ପାଇଁ ନିକଟବର୍ତ୍ତୀ ଥାନା ଓ ପଡୋଶୀ ଜିଲ୍ଲା ମାନଙ୍କରେ ଥିବା ସମସ୍ତ ଥାନା ସହିତ ଯୋଗାଯୋଗ କରିବା ଆରମ୍ଭ କରିଦେଇଛି । ପ୍ରାୟ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିବା ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ଓ ସାଇନଟିଫିକ ଦଳର ରିପୋର୍ଟ ହସ୍ତଗତ ହେବା ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ଜଣା ପଡିବ ଓ ମୃତକ ଙ୍କର ପରିଚୟ।ଇଲିବା ପରେ ମୃତ୍ୟୁ ର ପ୍ରକୃତ କାରଣ ବିଷୟରେ ଜଣା ପଡିବ ବୋଲି ସୂଚନା ମିଳିଛି । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ଵଜିତ ମନବୋଧ ଙ୍କର ନିର୍ଦେଶ କ୍ରମେ ଏ ଏସ ଆଇ ଶ୍ରୀ ଗଙ୍ଗାରାମ ନାୟକ ପାଇକମାଲ ଥାନାରେ ଅପମୃତ୍ୟ ମାମଲା ନମ୍ବର 16/22 ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

0
0
0
s2sdefault