ହେଡଲାଇନସ୍:

ପୁଣି କାଶୀପୁର ରେ ମୁଣ୍ଡ ନେଲା ହଇଜା, ମୃତ୍ୟୁ ସଂଖ୍ୟା 17

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ଦିନକୁ ଦିନ କାଶୀପୁର ବ୍ଳକର ସ୍ଥିତି ଝାଡାବାନ୍ତି ରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି |ଗତ ଦେଢ଼ ମାସ ଭିତରେ 17ଜଣଙ୍କ ଜୀବନ ଝାଡା ବାନ୍ତିରେ ଚାଲି ଯାଇଥିବା ବେଳେ ଏହି ପନ୍ଦରଦିନ ଭିତରେ 4ଜଣଙ୍କ ଜୀବନ ଚାଲି ଯାଇଛି |ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ହାଡିଗୁଡା ପଞ୍ଚାୟତ ଅନ୍ତର୍ଗତ ଗୁଗୁପୁଟ ଗ୍ରାମର ସାଲାଇ ମାଝୀ ବୟସ 50 ଗତ ତିନି ଚାରି ଦିନ ଜ୍ୱର ଓ ଝାଡା ହେଉଥିବାରୁ ଆଜି ସାଲାଇ ଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତ୍ୱର ହେବାରୁ ପ୍ରଥମେ ନିକଟସ୍ତ ଗୋରଖପୁର ପ୍ରାଥମିକଶ୍ୱାସ୍ଥ୍ୟ କେନ୍ଦ୍ର ଆଣି ଚିକିତ୍ସା କରାଇଥିଲେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ସାଲାଇନ, ଇଞ୍ଜେକ୍ସନ ଦେଇ ଚିକିତ୍ସା କରି ଆମ୍ବୁଲାନ୍ସ ଯୋଗେ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିଥିଲେ କିନ୍ତୁ ଟିକିରି ପହଞ୍ଚିବାବେଳେ ହିଁ ସାଲାଇ ଙ୍କ ପ୍ରାଣ ବାୟୁ ଉଡିଯାଇଥିଲା |ଟିକିରି ଡାକ୍ତର ଖାନାରେ ତାଙ୍କ ସବକୁ କିଛି ସମୟ ରଖିବାପରେ ଅନ୍ତିମ ସଂସ୍କାର ନିମନ୍ତେ ନିଜ ଗାଁ ଗୁଗୁପୁଟ କୁ ନେଇଯାଇଥିବାର ଦେଖିବାକୁ ମିଳିଥିଲା |ସରକାର କାଶିପୁର ରେ ଝାଡାବାନ୍ତି ରୋକିବାରେ ସମସ୍ତ ଯୋଜନା କରୁଥିବାବେଳେ ଦିନକୁ ଦିନ ସ୍ଥିତି ସଙ୍ଗୀନ ସହ ମୃତ୍ୟୁ ସଂଖ୍ୟା ରୋକିପାରୁନଥିବା ଦେଖିବାକୁ ମିଳୁଛି |କହିବାକୁ ଗଲେ ପ୍ରଶାସନର ବିଫଳତା ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ |ଝାଡାବାନ୍ତି ମୃତ୍ୟୁ ସଂଖ୍ୟା ରୋକିବାରେ ପ୍ରଶାସନ ତରଫରୁ କେବେ ସଫଳ ହେବ ତାହା ଆଗକୁ ଦେଖିବାର ଅଛି !

0
0
0
s2sdefault