ଧର୍ମପ୍ରାଣା ମହିଳାଙ୍କ ପରଲୋକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର: ଗତ ଶୁକ୍ରବାର ରାତ୍ରି ୮ ଘଣ୍ଟା ୨୫ ମିନିଟରେ ପଲସଦା ଗ୍ରାମର ସ୍ଵର୍ଗତଃ ଜଗନ୍ନାଥ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ଭଗବତୀ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଯାଇଛି । ଜଣେ ପରୋପକାରୀ ତଥା ଧର୍ମପ୍ରାଣା ମହିଳା ଭାବରେ ସେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ଶନିବାର ଦିନ ସକାଳୁ ଜୈଷ୍ଠ ପୁତ୍ର ସେବାରାମ ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ । ଅନ୍ତିମ ସମୟରେ ତାଙ୍କ ପୁତ୍ର ଫକୀର, ଶେଷଦେବ, ଝିଅ ସୂର୍ଯ୍ୟ, ଶରଦ, ବୀଣାପାଣି ଓ ସ୍ବର୍ଣ୍ଣ ତଥା ଜାମାତା ରାମଚନ୍ଦ୍ର ଓ ଶାନ୍ତନୁ ଉପସ୍ଥିତ ଥିଲେ । ନାତି ପ୍ରେମାନନ୍ଦ, ସମୀର, ସଞ୍ଜୀବ, ନିହାର ଓ ଶିଶିର ଶେଷ ଦର୍ଶନ କରିଥିଲେ । ପରିବାରର ତଥା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶବାଧାରରେ ଯୋଗଦେଇ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।

0
0
0
s2sdefault