ହେଡଲାଇନସ୍:

କାଶୀପୁର ବ୍ଲକ ପୂହୁଣ୍ଡି ଗ୍ରାମରେ ନିଆଁ ଲାଗି ବହୁ ଆସବାବପତ୍ର ନଷ୍ଟ: ଅଳ୍ପକେ ବର୍ତ୍ତୀଲେ ପରିବାର ଲୋକେ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

କାଶୀପୁର /ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ : ଆଜି ରାତ୍ର 10ଘଣ୍ଟା ସମୟରେ କାଶୀପୁର ବ୍ଲକ ପୋଡାପାଡି ପଞ୍ଚାୟତ ଅଧିନସ୍ତ ଶୁକୃ କମାର ଙ୍କ ଘରେ ନିଆଁ ଲାଗି ଘରର ଆସବାବ ପତ୍ର ନଷ୍ଟ ହୋଇଯାଇଥିବା ବେଳେ ଅଳ୍ପକେ ଛ ପ୍ରାଣୀ କୁଟୁମ୍ବ ଜୀବନ ରକ୍ଷା କରି ଘରୁ ବାହାରି ଆସି ପ୍ରାଣ ବଂଚେଇଥିଲେ |ସୂଚନାଯୋଗ୍ୟ ଜେ ଆଜିକାଲି ଲଗାଣ ବର୍ଷା ଯୋଗୁଁ ପୂହୁଣ୍ଡି ଅଞ୍ଚଳରେ ଥଣ୍ଡା ଅଧିକ ଅନୁଭୂତ ହେଉଛି ଓ ଶୁକୃ ଙ୍କ ଚାଳ ଛପର ଘର ହୋଇଥିବାରୁ ମଧ୍ୟ ଅଧିକ ଥଣ୍ଡା ସହ୍ୟକରିନାପାରି ପ୍ରତିଦିନ ଘରେ ଶୁଖିଲା କାଠ ଜାଳି ନିଆଁ ଜାଳି ଥଣ୍ଡା ଦାଉରୁ ରକ୍ଷା ପାଆନ୍ତି |
ଆଜି ପ୍ରତିଦିନ ଭଳି ନିଆଁ ଲଗେଇ ସୋଇଥିବା ବେଳେ ହଠାତ ନିଆଁ ର ଝାସ ଅଧିକ ହେବାରୁ ଚିତ୍କାର କରି ଘର ବାହାରକୁ ପଳେଇ ଆସିଥିଲେ ଓ ଗ୍ରାମବାସୀ ମଧ୍ୟ ନିଆଁ କୁ ଆୟତ କରିଥିଲେ ହେଲେ ସେହି ସମୟରେ ତାଙ୍କ ଘର ପଛ ପଟେ ଗାଈ ଗୋରୁଙ୍କୁ ମଧ୍ୟ ପଘାରୁ ଖୋଲି ବାହାରକୁ ନେଇ ସେମାନଙ୍କ ଜୀବନ ରକ୍ଷା କରିଥିଲେ |ଶୁକୃ ଙ୍କ ଘରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ସହ ବହୁ ଆସବାବ ପତ୍ର ପୋଡିଯିବାରୁ ସେ ଏବେ ଅସହାୟ ହୋଇ ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି |ପ୍ରଶାସନ ତରଫରୁ ଶୁକୃଙ୍କ ପରିବାରକୁ ଏକ ପକ୍କା ଘର ସହ ସରକାରୀ ସହାୟତା ଦେବାକୁ ପୂହୁଣ୍ଡି ଗ୍ରାମବାସୀ ନିବେଦନ କରିଛନ୍ତି |

0
0
0
s2sdefault