ହେଡଲାଇନସ୍:

ବାଘ ଶିକାରର ଫଟୋ ଉଠାଇବା ଶିକାରୀ ପାଇଁ ପଡିଲା ମହଙ୍ଗା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୫ବର୍ଷ ପରେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହେଲା ବନବିଭାଗ


ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ପଞ୍ଚରିଡା ବନାଞ୍ଚଳରେ ବାଘ ଶିକାର କରି ଫଟୋ ଉଠାଇବା ଶିକାରୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଦିର୍ଘ ୫ବର୍ଷର ବ୍ୟବଧାନରେ ଫଟୋକୁ ମାଧ୍ୟମ କରି ବାଘ ଶିକାର କରିଥିବା ଅଭିଯୁକ୍ତକୁ ଗିରଫ କରିଥିବାରେ ବନବିଭାଗ ସକ୍ଷମ ହୋଇଛି । ଗିରଫ ଶିକାରୀ ଜଣକ ହେଲା ଶରଣକୁଳ ଥାନା ଗୋଡିପଲ୍ଲୀ ଗ୍ରାମର ସଂଜୟ ସ୍ୱାଇଁ(୩୭) । ଆଜକୁ ୫ବର୍ଷ ପୂର୍ବେ ସଂଜୟ ସ୍ୱାଇଁ ୫ଜଣ ସାଥିଙ୍କ ସହାୟତାରେ ବାଣିଝରି ସଂରକ୍ଷିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ । ସେମାନେ ଏକ କଲରାପତରିଆ ବାଘକୁ ଶିକାର କରି  ଘରକୁ ଫେରିଥିଲେ । ତେବେ ଘଟଣାଟି ଆଜି ପର୍ଯ୍ୟନ୍ତ ଗୋପନ ରହିଥିଲେ ମଧ୍ୟ ଅଭିଯୁକ୍ତ ସଂଜୟର ବାଘ ଶିକାର କରିବା ସମୟର ଫଟୋ ବନବିଭାଗ ନିକଟରେ ପହଞ୍ଚିଥିଲା । ବନବିଭାଗ ଉକ୍ତ ଫଟୋ ଆଧାରେ ସଂଜୟକୁ ଗିରଫ କରିଥିଲେ । ସୂଚନା ଅନୁସାରେ ଅଭିଯୁକ୍ତ ସଂଜୟ ଜଣେ ପେଷାଦାର ଶିକାରୀ ହୋଇଥିବା ବେଳେ ତା ନାମରେ ପୂର୍ବରୁ ମଧ୍ୟ ଅଭିଯୋଗ ରହିଛି । ଉକ୍ତ ବାଘ ଶିକାର କରିବା ସମୟରେ  ୫ଜଣ ସହଯୋଗୀଙ୍କ ମଧ୍ୟରୁ ଜଣଙ୍କର ମ୍ରୁତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ବନବିଭାଗ ଚେଷ୍ଟା ଆରମ୍ଭ କରିଛି । ତେବେ ଶିକାର ହୋଇଥିବା ବାଘର ଛାଲ, ଏବଂ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ସଞ୍ଜୟ କଣ କରିଛି ସେନେଇ ବନବିଭାଗ ତଦନ୍ତ କରୁଛି । ତେବେ ବଣ୍ୟପ୍ରାଣୀ ଶିକାରକୁ ପେଷା କରି ଅବାଧରେ ଶିକାର ଜାରି ରହିଥିବାରୁ କଲରାପତରିଆ ପ୍ରଜାତିର ବାଘ ଏବଂ କେତେକ କ୍ଷେତ୍ରରେ ହାତୀ ମାନଙ୍କର  ସଂଖ୍ୟା ଦ୍ରୁତ ହ୍ରାସ ପାଉଥିବା ଦେଖା ଦେଇଛି । ଏହି ନିରିହ ପ୍ରାଣୀ ମାନଙ୍କୁ ବଞ୍ଚାଇ ରଖିବାକୁ ହେଲେ ସାଧାରଣରେ ସଚେତନତା ସୃଷ୍ଟି କରିବା ସହିତ ବନବିଭାଗ ଅଧିକ ସକ୍ରିୟ ରହିବାର ଆବଶ୍ୟକତା ଦେଖାଦେଇଛି ।

0
0
0
s2sdefault