ଶାଶୁଘର ଆଗରେ ଧାରଣା ଦେଲେ ବୋହୁ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଭଦ୍ରକ: (ସତ୍ୟବ୍ରତ ନାୟକ)ପ୍ରେମ ବିବାହ କରି ସ୍ବାମୀ ସ୍ତ୍ରୀକୁ ଘରକୁ ନ ନେବାରୁ ଶାଶୁଘର ଆଗରେ ଧାରଣ ରେ ବସିଲେ ବୋହୁ । "ମୁଁ ତାଙ୍କ ଘରକୁ ଗଲେ ମତେ ଶଶୁର, ଶାଶୁ ଓ ମୋ ସ୍ବାମୀ ବାଡଉଛନ୍ତି। ମତେ ବହୁର ସ୍ୱୀକୃତି ଦେଉ ନଥିବାରୁ ମୁଁ ମୋ ଶାଶୁଘର ଆଗରେ ଧାରଣା ଦେଇଛି। " ବୋଲି କହିଛନ୍ତି ଧାରଣାରତ ବୋହୁ ମଞ୍ଜୁଲତା |

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଦୋବଲ ପଞ୍ଚାୟତ 'ସୋଧ' ଗ୍ରାମରେ । ଉକ୍ତ ଗ୍ରାମର କୁନା ସାହୁ ଙ୍କ ପୁଅ ଦୀପକ ସାହୁ କୁ ଧାମନଗର ଦଖିଣବାଡ଼ ଗ୍ରାମର ସୁଦର୍ଶନ ବେହେରା ଙ୍କ ଝିଅ ମଞ୍ଜୁଲତା ବେହେରା ଦୀର୍ଘ ତିନି ବର୍ଷ ପୂର୍ବେ ଚେନାଇ ନେଇ ଯାଇ ସେଠାରେ ବିଭାହ କରିଥିଲେ। ବିଭାଘର ର ଦୁଇବର୍ଷ ପରେ ଏକ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲା। ପରେ ଚେନାଇ ରୁ ଘରକୁ ଫେରିଥିଲେ ପୁଅ ବୋହୁ । ହେଲେ  ସ୍ତ୍ରୀକୁ ସାଥିରେ ନନେଇ ବାପଘରେ ଛାଡ଼ିଦେଇଥିଲେ ଦୀପକ । କିଛି ଦିନ ପରେ ସ୍ତ୍ରୀ ମଞ୍ଜୁଲତା ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀ ପୂର୍ବରୁ ଦୁଇ ଜଣଙ୍କୁ ବିଭାହ କରିଥିବା ବେଳେ ଗୋଟେ ସ୍ତ୍ରୀ ର ମୃତ୍ୟୁ ହୋଇଯାଇଥିଲା। ତେବେ ଏହା ଜାଣିବା ପରେ ଆଜି ଶାଶୁଘରକୁ ଆସିଥିଲେ ମଞ୍ଜୁଲତା | କିନ୍ତୁ ଶାଶୁଘର ଲୋକେ ନ ଛାଡିବା ରୁ ମଞ୍ଜୁଲତା ଶାଶୁଘର ଆଗରେ ଧାରଣ ଦେଇ ଥିବା ଦେଖିବାକୁ ମିଳିଛି।

0
0
0
s2sdefault