ହେଡଲାଇନସ୍:

ସାତମାସ ବି ପୂରିଲାନି ସାତ ଜନମର ସଂକଳ୍ପ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଯୌତୁକ ଜୁଇରେ ଜଳିଗଲେ ବର୍ଷା

ଭଦ୍ରକ : (ସତ୍ୟବ୍ରତ ନାୟକ) : ନୂଆ ନୂଆ ହୋଇଥିଲା ବାହାଘର। ୭ ମାସ ନ ଯାଉଣୁ ଭାଙ୍ଗିଗଲା ହସ ଖୁସିର ସଂସାର। ସ୍ୱାମୀ ରାଜ୍ୟ ବାହାରେ ରହୁଥିବା ବେଳେ ସ୍ତ୍ରୀଙ୍କ ମୃତଦେହ ଶ୍ୱଶୁର ଘରୁ ମିଳିଛି। କିନ୍ତୁ ଶ୍ୱଶୁର ଘର ଲୋକେ ଏହି ଘଟଣାକୁ ଆତ୍ମହତ୍ୟା କହୁଥିବା ବେଳେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ବାପଘର ଲୋକମାନେ ଯୋଜନାବଦ୍ଧ ହତ୍ୟା ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଏସପିଙ୍କ କାର୍ଯ୍ୟାଳୟ ଆଗରେ ମୃତ ଦେହ ରଖି ପରିବାର ଲୋକ ପ୍ରତିବାଦ କରିଥିଲେ। ଏପରି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସିଛି।ଖବରଅନୁସାରେ, ଭଦ୍ରକ ଜିଲ୍ଲା ଧୂସୁରି ଥାନା କୋରୁଆ ଗାଁର ବର୍ଷାରାଣୀ ନାୟକ , ତିହିଡି ଥାନା ମିର୍ଜାପୁର ଅଞ୍ଚଳର ପ୍ରକାଶ ରାଉଳଙ୍କୁ ୨୦୨୧ ଡିସେମ୍ବର ୧୨ରେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ପ୍ରକାଶ ରାଜ୍ୟ ବାହାରେ ରହୁଥିଲେ।ଶନିବାର ବର୍ଷାଙ୍କ ମୃତ୍ୟୁ ହୋଇଛି ବୋଲି ତାଙ୍କ ଘରକୁ ଶ୍ୱଶୁର ଘର ଲୋକେ ଜଣାଇଥିଲେ। ବର୍ଷାଙ୍କ ଭାଇ ଓ ସମ୍ପର୍କୀୟ ତାଙ୍କ ଘରେ ପହଞ୍ଚି ବର୍ଷାଙ୍କ ଝୁଲନ୍ତା ମୃତ ଦେହ ଦେଖିଥିଲେ। ତେବେ ମୃତଦେହଟି ଘର ର ବିଛଣା ଉପରେ ଆଣ୍ଠୁ ମାଡ଼ି ବସିଥିବା ଦେଖିଥିଲେ।ବର୍ଷା ପୂର୍ବରୁ ଯୌତୁକ ପାଇଁ ନିର୍ଯାତନାର ଶିକାର ହେଉଥିବା ତାଙ୍କ ଭାଇ କହିଛନ୍ତି। ଏହା ଏକ ସୁପରିକଳ୍ପିତ ଯୋଜନାବଦ୍ଧ ହତ୍ୟା ବୋଲି ତିହିଡି ଥାନାରେ ବର୍ଷାଙ୍କ ଭାଇ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ମଧ୍ୟ ତିହିଡ଼ି ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନନେଇ ହାତ ବାନ୍ଧି ବସିଛି ବୋଲି ଅଭିଯୋଗ ହୋଇଛି।
ପୋଲିସର ମନମାନି ନୀତିକୁ ବିରୋଧ ଘୋର ବିରୋଧ କରାଯାଇଛି। ବର୍ଷାଙ୍କ ବାପଘର ଅଞ୍ଚଳର ଉତ୍ୟକ୍ତ ଲୋକେ ମୃତଦେହକୁ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ଆଗରେ ରଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଫଳରେ ଭଦ୍ରକ ଏସପିଙ୍କ ନିର୍ଦ୍ଦେଶରେ ବର୍ଷାଙ୍କ ଶାଶୁଙ୍କୁ ପୋଲିସ ଅଟକ ରଖିଛି। ଅନ୍ୟପଟେ ଧରାପଡ଼ିବା ଡରରେ ବର୍ଷାଙ୍କ ଶ୍ୱଶୁର ଫେରାର ହୋଇ ଯାଇଛନ୍ତି। ଭଦ୍ରକ ଡାକ୍ତରଖାନାକୁ ମୃତଦେହ ଆଣିଥିବା ବର୍ଷାଙ୍କ ଦିଅର ମଧ୍ୟ ସୁଯୋଗ ଦେଖି ସେଠାରୁ ଫେରାର ହୋଇଛନ୍ତି। ତିହିଡି ଥାନାଧିକାରୀ କହିଛନ୍ତି ବର୍ଷାଙ୍କ ମୋବାଇଲ ଜବତ କରାଯାଇଛି। ମୃତ୍ୟୁ ପୂର୍ବରୁ ସେ କାହା ସହ କଥା ହୋଇଥିଲେ ଓ କଣ କଥା ହୋଇଥିଲେ ସେନେଇ ତଦନ୍ତ ଚାଲିଛି। ଫରେନସିକ ଟିମକୁ ତଦନ୍ତ ପାଇଁ ଡକାଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେପଟେ ଫେରାର ପୂର୍ବରୁ ବର୍ଷାଙ୍କ ଦିଅର କହିଛନ୍ତି ବର୍ଷା ରାତିରେ ଶୋଇଥିଲ କିନ୍ତୁ ସକାଳେ କବାଟ ନଖୋଲିବାରୁ ଘର କବାଟ ଭଙ୍ଗା ଯାଇଥିଲା ଓ ତାଙ୍କ ମୃତଦେହ ମିଳିଥିଲା।

0
0
0
s2sdefault