ହେଡଲାଇନସ୍:

ଧରା ପଡିଲେ ଦୁଇ ଅଭ୍ୟାସଗତ ଚୋର ଓ ଲୁଟେରା: ନିଶା ଖାଇ କରୁଥିଲେ ଚୋରି ଓ ଲୁଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ପୋଲିସ ଆଜି ଦୁଇ ଜଣ ଅଭ୍ୟାସଗତ ଚୋର ଓ ଲୁଟେରା କୁ ଧରିବାରେ ସଫଳ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ପାଇକମାଲ ମାହାରପଡା ନିବାସୀ ପ୍ରଣୟ ବାଗ ( ସିଧୁ ) , ପି :- ସୁରେଶ ବାଗ ଓ ଜର୍ଜଗଡ଼ ନିବାସୀ ଶିବସଙ୍କର ସାହୁ (ଶିବା) ପିତା '- ଟିକେଲାଲ ସାହୁ କୁ ଆଜି ଦୁଇ ଗୋଟି ଚୋରି ମାମଲା ରେ ପାଇକମାଲ ପୋଲିସ ଧରିବାରେ ସଫଳ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ଏହି ଦୁଇ ଜଣ ପ୍ରବଳ ମାତ୍ରାରେ ନିଶାଦ୍ରବ୍ୟ ସେବନ କରି ଚୋରି ଓ ଲୁଟ କରୁଥିଲେ । ଗତ କିଛିଦିନ ତଳେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ନିକଟରେ ଥିବା ନାରାୟଣ ମହାମଲ୍ଲିକ ଙ୍କର ପାନ ଦୋକାନ ଭାଙ୍ଗି ପ୍ରାୟ ଦଶ ହଜାର ଟଙ୍କାର ନଗଦ ଓ ଜିନିଷ ଚୋରି କରି ନେଇଥିବା ବେଳେ ଗତ ରାତିରେ ଜଣେ ଯୁବକ କୁ ମାଡ଼ ମାରି ତାଙ୍କ ପାଖରୁ ଟଙ୍କା ଛଡାଇ ନେଇଥିଲେ । ଗତଜଳି ଟଙ୍କା ଛଡେଇ ନେଇ ପଳାଉଥିବା ସମୟରେ ଜଣେ ଲୋକ ରାସ୍ତା କଡରେ ସୋଇଥିବା ଅବସ୍ଥାରେ ତାର ମୋବାଇଲ ଚୋରି କରି ଫେରାର ହୋଇଯାଇଥିଲେ । ପୂର୍ବରୁ ଅନେକ ଚୋରି ଘଟଣାରେ ଏହି ମାନଙ୍କର ସମ୍ପୃକ୍ତି ରହିଛି ।ଅଭିଯୁକ୍ତ ମାନଙ୍କ ନିକଟରୁ ପୋଲିସ ଏକ ଟିଭିଏସ ଆପାଚି ବାଇକ ଓ ଚୋରି କରିଥିବା ମୋବାଇଲ ଫୋନ ଜବତ କରିଛି । ଆଜି ଅଭିଯୋଗ ହେବା ପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ଵଜିତ ମନବୋଧ କେଶ ନମ୍ବର 156 ଓ 271 ,ଧାରା 457 ,380 ରେ ମାମଲା ରୁଜୁ କରି ଉଭୟ ଙ୍କୁ କୋର୍ଟ ଚାଲାଣ କରିଛନ୍ତି।

0
0
0
s2sdefault