ନ୍ୟାୟ ପାଇଁ ଏସ୍ପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର ତଦନ୍ତ ଶୂନ୍ୟ l ନ୍ୟାୟ ପାଇଁ ଶତାଧିକ ଲୋକଙ୍କୁ ଏସ୍ପି ଅଫିସ ନିକଟରେ ଧାରଣା l ସୂଚନା ଅନୁଯାଇ ଗତ 27 ତାରିଖ ବିଳମ୍ବିତ ରାତ୍ରି ସମୟରେ ରଘୁନାଥପୁର ଥାନା ଅନ୍ତର୍ଗତ ବଣିକୁନ୍ଦ ଗ୍ରାମର କାହ୍ନୁ ଚରଣ ସ୍ୱାଇଁ ଓ ସୁନାକାର ସ୍ୱାଇଁ ଙ୍କ ଘରୁ କେହି ଦୁର୍ବୁତ୍ତ ରାତିରେ ପଶି ମୂଲ୍ୟବାନ ସାମଗ୍ରୀ ଲୁଟ କରିନେଇଥିଲେ l ଯାହାକୁ କେନ୍ଦ୍ର କରି ପରିବାର ପକ୍ଷରୁ ଅଭିଯୋଗ ରଘୁନାଥପୁର ଥାନାରେ କରିଥିଲେ l ଘଟଣା ସ୍ଥଳରେ ରଘୁନାଥପୁର ପୋଲିସ ଓ ସନ୍ଧାନୀ କୁକୁର ପହଂଚି ଚୋର କୁ ଧରିବାରେ ସକ୍ଷମ ହୋଇଥିଲେ ମଧ୍ୟ କିନ୍ତୁ ପୋଲିସ ଚୋର କୁ ଛାଡି ଦେଇ ପରିବାର କୁ ବିଭିନ୍ନ ପ୍ରକାର ଧମକ ଦେଇଥିଲା l ଯାହାକୁ ନେଇ ସାଦେଇପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ ଚୋରି ହୋଇଥିବା ପରିବାର ଲୋକ ସମେତ ଶତାଧିକ ଲୋକ ଜିଲ୍ଲା ଆରଖି ଅଧିକାରୀ ଙ୍କ କାର୍ଯ୍ୟଳୟ ସମୁଖରେ ଧାରଣା ରେ ବସି ରହି ଚୋରକୁ ଧରିବା ଏବଂ ଉଚିତ୍ତି ନ୍ୟାୟ ପ୍ରଦାନ ପାଇଁ ନିଜର ଦାବି ଜଣାଇଥିଲେ l

0
0
0
s2sdefault