ଉମରକୋଟ ରୁ ଜିତେନ୍ଦ୍ର ମହାନ୍ତି: ଭୁଲିଗଲେ ମାନବିକତା । ଜଣେ ଯୁବକଙ୍କୁ ରାସ୍ତାରେ ହାତ ବାନ୍ଧି ଅମାନବିକ ଭାବେ ମାଡ଼ ମାରିଛନ୍ତି କେତେକ ଯୁବକ । ଯଦି ଜଣେ କିଛି ଭୁଲ କରିଛି ଓ ଅନ୍ୟ କିଛି ସନ୍ଦେହ ରହିଛି ତେବେ ପୋଲିସ ଓ ଆଇନର ଆଶ୍ରୟ ନେଇ ପାରିବ । ସତେ ଯେମିତି କିଛି ବଡ଼ ଭୁଲ କଲା ଭଳି କଙ୍ଗାରୁ କୋର୍ଟ କରି ମାଡ଼ ମାରିବା ଓ ସର୍ବ ସାଧାରଣରେ ଉପହାସ ହରି ଦଣ୍ଡିତ କରିବା ମାନବ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ଏନେଇ ସରକାର ତଥା ପୋଲିସ ଓ ପ୍ରଶାସନର ପଦକ୍ଷେପ ଜରୁରୀ ହୋଇ ପଡିଛି । ଏହିଭଳି ଏକ ଘଟଣାରେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ମୋତିଗାଁରେ ଦେଖାଦେଇଛି ।
ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଂଚାୟତ ଅଧିନ ମୋତିଗାଁରେ ବୃନ୍ଦାବନ ସାନ୍ତାକୁ କିଛି ଲୋକ ହାତ ବାନ୍ଧି ନିର୍ଧୁମ ଭାବରେ ଛୁଟି ଧରି ବାଡ଼ିରେ ମାଡ଼ ମାରିଛନ୍ତି । ଏହାର ଭିଡିଓ ଜାରିକରି ସୋସିଆଲ ମିଡିଆରେ ଭାଇରଲ କରାଯାଇଛି । ବୃନ୍ଦାବନ ଘର ଝରିଗାଁ ବ୍ଲକ ଅଧିନ ଡ଼ରକିଗୁଡା ଗାଁରେ । ସକାଳୁ ମଟର ସାଇକଲ ନେଇ ତାଙ୍କ ଜଣେ ସହ ପାଠୀଙ୍କୁ ଭେଟିବାକୁ ଖାପରାଡ଼ିହି ଗାଁକୁ ଯାଇ ଫେରୁଥିଲେ । ରାସ୍ତାରେ ପେଟ୍ରୋଲ ସରିଯିବାରୁ ମୋତିଗାଁ ରାସ୍ତାକଡ଼ର ମଟର ସାଇକଲ ରଖି ଏକ ଗଛ ମୂଳରେ ବସିଥିଲେ । କିଛି ଯୁବକ ଓ ସ୍ଥlନିୟ ଲୋକ ବୃନ୍ଦାବଙ୍କୁ ପିଲା ଚୋର ଓ ମଟର ସାଇକଲ ଚୋର କହି ହାତକୁ ବାଡ଼ି ପକାଇ ବାନ୍ଧିବା, ଛୁଟି ଧରି ହାତ ବାନ୍ଧିବା ଭଳି ଅନେକ ଭିଡିଓ କରି ନିର୍ଧୁମ ଭାବେ ଉଲଗ୍ନ କରି ମାଡ଼ ମାରିଥିବା କୁହାଯାଉଛି । ଖବର ପାଇଁ ଚନ୍ଦାହାଣ୍ଡି ପୋଲିସ ପହଁଛି ବୃନ୍ଦାବଙ୍କୁ ଉଦ୍ଧାର କରିବା ସହ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଓ ତଦନ୍ତ କରାଯିବା ପରେ ନବରଙ୍ଗପୁର ଜିଲା ସଦର ମହାକକୁମା ଡାକ୍ତର ଖାନାକୁ ଅଧିକ ଚିକିତ୍ସା ପାଇଁ ପଠାଇ ଦିଆ ଯାଇଛି । ଡାକ୍ତର ସୌମ୍ୟରଞ୍ଜନ ସାହୁ କହିବା ଅନୁଯାୟୀ ବୃନ୍ଦାବନଙ୍କ ଶରୀରରେ ଗଭୀର ଆଘାତ ହୋଇଛି । ଅଚେତ ଅବସ୍ଥାରେ ରହିଥିବାରୁ ତାଙ୍କର ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ପାଇଁ ପଠାଯାଇଛି । ବାପା ବୃନ୍ଦାବନ ବୈଦ୍ୟ ସାନ୍ତା ଚାନ୍ଦାହାଣ୍ଡି ଥାନାରେ ମୋତିଗାଁ ର କ୍ଷୀରଚନ୍ଦ୍ର ନାୟକ, ବବିନା ତ୍ରିପାଠୀ, ସିରାଜ ଵେଶ୍ରା, ବୁଧେଶ୍ୱର ଵେଶ୍ରା, କ୍ଷେତରାଜ ଵେଶ୍ରା, ବନବାସୀ ନାୟକ, କପିଳ ରାଣା, ଦୁସା ତ୍ରିପାଠୀ, ଫୁଣ୍ଡେଲପଡା ଗ୍ରାମର ମୋହନ ନାୟକ, ଉଗ୍ରେସନ ପଟେଲନଙ୍କ ନାମରେ ଏତଲା ଦେଇଛନ୍ତି । ବାପା ବୈଦ୍ୟ କହିବା ଅନୁଯାୟୀ ପୁଅ କାହାସହ ଅଧିକ ଗପସପ ହରେ ନାହିଁ । କମ କଥା କରେ । ତେବେ ବୃନ୍ଦାବନ କୋରାପୁଟ ଠାରେ ନବୋଦୟ ବିଦ୍ୟାଳୟରେ ପାଠପଡିବା ପରେ ଯୁକ୍ତ ୩ ମଧ୍ୟ ସେଠାରେ କରିଛନ୍ତି । ଚେନାଇରେ ଏମ.ଏ ପାସ କରି ଏବେ ପଣ୍ଡିଚେରୀ ରେ ପିଏଚଡି କରୁଛନ୍ତି । ସେ ବେଶ ବୁଶାରୁ ଅଲେଖ ଧର୍ମାବଲମ୍ବି ଭଳି ଦେଖା ଯାଉଥିଲେ ମଧ୍ୟ ଉଚ୍ଚ ଶିକ୍ଷିତ ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରେ ପଡୋଶୀ ଜିଲା କଳାହାଣ୍ଡି ଜିଲାରେ ଡକାୟତି ଦଳ ମlତିଥିବା ବେଳେ ଏଠାରେ ମଧ୍ୟ ଲୋକେ ଅନ୍ୟ ବାହାର ଲୋକଙ୍କୁ ସନ୍ଦେହ କରିଆସୁଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ସଚେତନ କରାଯିବା ଆବଶ୍ୟକ ରହିଛି |
ଅଘଟଣ
ଭୁଲିଗଲେ ମାନବିକତା: ନିରୀହ ଯୁବକ ଙ୍କୁ ଉଲଗ୍ନ କରି ମାଡ
- Hits: 576