ଘର ବିବାଦ ପାଇଁ ଗୁଳିକାଣ୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସଦର ଥାନା ତରଡ଼ାପଡା ବ୍ଲକ ମଜୁରାଇଠାରେ ଗୁଳିକାଣ୍ଡ l ଗୁଳିକାଣ୍ଡରେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି l ଗୁରୁତରମାନେ ହେଲେ ମଜୁରାଇ ଗ୍ରାମର ପ୍ରୀତବାସ ଦାସ ଓ ଅଭିନାଶ ଦାସ l ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପ୍ରଥମେ ଜଗତସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି l ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତ ଜଣକ ହେଉଛି ଭଦ୍ରକ ଅଞ୍ଚଳର ଚନ୍ଦ୍ରମଣି ପରିଡା l ସେ ମଜୁରାଇ ଠାରେ ଘର କରି ବ୍ୟାଙ୍କ ସିକ୍ୟୁରୁଟି ଭାବରେ କାର୍ଯ୍ୟ କରି ରହି ଆସୁଛନ୍ତି l ଗୁଳି ମାଡ଼ରେ ଆହତ ହୋଇଥିବା ପ୍ରୀତବାସ ଓ ଅଭିନାଶ ଉଭୟ ଚନ୍ଦ୍ରମଣିଙ୍କ ସଂପର୍କୀୟ ବୋଲି ଜଣାପଡିଛି l ଖବର ପାଇ ଜଗତସିଂହପୁର ସହର ପୋଲିସ ଘଟଣାର ତଦନ୍ତ କରିବା ସହ ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରିବା ସହ ଅଭିଯୁକ୍ତ ଚନ୍ଦ୍ରମଣିଙ୍କୁ ଗିରଫ କରିଛି l ତେବେ ଗୁଳିକାଣ୍ଡର ସଠିକ କାରଣ ସ୍ପଷ୍ଟ ହୋଇପାରିନାହିଁ l ପରିବାର କହିବ ମୁତାବକ ଚନ୍ଦ୍ରମଣି ମଦ ପିଇ ଏଭଳି କାଣ୍ଡ ଘଟାଇଛି ବୋଲି ଜଣାପଡିଛି l

0
0
0
s2sdefault