ଭଦ୍ରକ (ସତ୍ୟବ୍ରତ ନାୟକ, ଭଦ୍ରକ) : ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଗୁଜିଦରଡ଼ା ଅଞ୍ଚଳରେ କିଛି କାଉଡିଆ ଭକ୍ତ ମାନେ ମହାଦେବ ଙ୍କ ଉପରେ ଜଳାଭିଷେକ କରିବା ପାଇଁ ଯାଉଥିବା ସମୟରେ ସେମାନଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି | ଆକ୍ରମଣରେ ଜଣେ କାଉଡିଆ ଭକ୍ତ ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି | ସୂଚନା ଅନୁଯାୟୀ ଗତକାଲି ଏହି ଅଞ୍ଚଳର କିଛି କାଉଡିଆ ଭକ୍ତ ମାନେ ମହାଦେବ ଙ୍କୁ ଜଳାଭିଷେକ କରିବା ପାଇଁ ମାଇକ ବଜାଇ ଯାଉଥିଲେ | ଏହି ସମୟରେ କିଛି ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ | ଫଳରେ ଜଣେ କାଉଡିଆ ଭକ୍ତ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି | ଏହି ଘଟଣାରେ କାଉଡିଆ ଭକ୍ତ ମାନଙ୍କ ତରଫରୁ ଏକ ଅଭିଯୋଗ ମଧ୍ୟ ହୋଇଥିଲା | ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ ତଦନ୍ତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି |
ଅଘଟଣ
କାଉଡିଆଙ୍କୁ ଆକ୍ରମଣ, ଦୁଇ ଅଭିଯୁକ୍ତ ଗିରଫ
- Hits: 663