ଜଗତସିଂହପୁର/ସୁମନ୍ତ କୁମାର ଦାସ:ସମୁଦ୍ର ମଝିରେ ହୁତୁହୁତୁ ହୋଇ ଜଳିଗଲା ମାଛଧର ଟ୍ରଲର l ଅନ୍ୟ ଏକ ଟ୍ରଲର ଦ୍ବାରା ସମସ୍ତ ୯ ମତ୍ସ୍ୟଜୀବୀ ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜଳି ଯାଇଥିବା ଟ୍ରଲର ହେଲା 'ଭଗବତୀ-୩, ଗତ ଶୁକ୍ରବାର ଦିନ ପାରାଦୀପରୁ ମାଛ ଧରିବା ପାଇଁ ଗଭୀର ସମୁଦ୍ର କୁ ଯାଇଥିବା ବେଳେ ଆଜି ଅପରାହ୍ନ ୪ଟା ସମୟରେ ଟ୍ରଲର ର ଯାନ୍ତ୍ରିକ ତୃଟି ଯୋଗୁଁ ଟ୍ରଲର ରେ ନିଆଁ ଲାଗି ଯାଇଥିଲା। ତେବେ ଟ୍ରଲର ର ସମସ୍ତ କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ କୌଣସି ମତେ ଆୟତ୍ତ କରି ପାରି ନଥିଲେ। ତେବେ ଖବରପାଇ ନିକଟରେ ଥିବା ଅନ୍ୟ ୨ଟି ଟ୍ରଲର ଦ୍ବାରା ଭଗବତୀ ଟ୍ରଲର ର ସମସ୍ତ ୯ଜଣ ମତ୍ସ୍ୟଜୀବୀ ଙ୍କୁ ଉଦ୍ଧାର କରା ଯାଇଛି। ତେବେ ଭଗବତୀ -୩ ନଂ ଟ୍ରଲର ଟି ସମୁଦ୍ର ରେ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ପ୍ରାୟ ଟ୍ରଲର ସହ ୫୦ଲକ୍ଷ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇ ଯାଇଛି। ସେହିପରି ଗତ ଶନିବାର ଗ୍ୟାସ ସିଲିଣ୍ଡର ରୁ ନିଆଁ ଲାଗି 'ଶ୍ରୀ ଲକ୍ଷ୍ମୀ ନାରାୟଣ' ମାଛଧରା ଟ୍ରଲର ପୋଡି ସମୁଦ୍ରରେ ଲୀନ ହୋଇଯାଇଥିବା ବେଳେ ଅନ୍ୟ ଏକ ଟ୍ରଲର ଯୋଗେ ସମସ୍ତ ୮ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇ ଆଜି ସକାଳୁ ପାରାଦୀପକୁ ଅଣାଯାଇଛି। ତେବେ ସମସ୍ତ ମତ୍ସ୍ୟଜୀବୀ ମାନଙ୍କର ସ୍ବାସ୍ଥ୍ୟ ବସ୍ଥା ଭଲଥିବା ଜଣାପଡିଛି। ତେବେ ଲଗାତାର ଦୁଇଦିନ ମଧ୍ୟରେ ଦୁଇଟି ଟ୍ରଲର ନିଆଁ ଲାଗି ଯାଇଥିବା ବେଳେ ସମସ୍ତ ମାଲିକ ମାନଙ୍କୁ ଟ୍ରଲର ଗୁଡିକୁ ସଠିକ ଭାବେ ଯାଞ୍ଚ କରିବା ପାଇଁ ମତ୍ସ୍ୟ ସଂଘ ପକ୍ଷରୁ କୁହାଯାଇଛି।
ଅଘଟଣ
ସମୁଦ୍ର ମଝିରେ ହୁତୁହୁତୁ ହୋଇ ଜଳିଗଲା ମାଛଧରା ଟ୍ରଲର।
- Hits: 479