ହେଡଲାଇନସ୍:

ଚୋରା ଗଂଜେଇ ନେଇ ଯାଉଥିଲେ, ଗାଡି ଧକା କରି ଧରା ପଡିଲେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

19-06-18-baud.jpg - 83.10 kB

ଗାଡି ସହ ଗଞ୍ଜେଇ ଜବତ୍ ୨ଗିରଫ୍

କଣ୍ଟାମାଳ, ବୌଦ୍ଧ(ବଂଶିଧର ମାଝୀ/ସିମୁନ୍ ନାଏକ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ମଙ୍ଗଳା ଛକରୁ କିଛି ଦୂରରେ ଏକ ମାଋତି ସୁଜୁକି ସ୍ୱିଫ୍ଟ୍ ଗାଡି ଦୁର୍ଘଟଣା ଘଟାଇ ଚାଲିଯିବାକୁ ବସିଥିବା ବେଳେ  ଘଣ୍ଟାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ସନେ୍ଦହରେ ଅଟକାଇ ଗାଡିକୁ ଯାଞ୍ଚ କରି ଗାଡିରୁ ଗଞ୍ଜେଇ ଜବତ୍ କରିବା ସହ ଘଟଣାସ୍ଥଳରୁ ଦୁଇଜଣଙ୍କୁ ଗିରଫ୍ କରିଥିବା ଘଣ୍ଟାପଡା ଫାଣ୍ଡି ଅଧିକାରୀ ସବ୍ଇନ୍ସପେକ୍ଟର ବିଜୟ କୁମାର ବାରିକ ପ୍ରକାଶ କରିଛନ୍ତି । 

ପୋଲିସ ସୁତ୍ରରୁ ପ୍ରକାଶ ଯେ ଘଣ୍ଟାପଡା ଫାଣ୍ଡି ଅନ୍ତର୍ଗତ ୪୧ନଂ ରାଜ୍ୟ ରାଜପଥର ପୋଡାପଦର ଦିଗରୁ ଆସୁଥିବା ଏକ ମାଋତି ସୁଜୁକି ସ୍ୱିଫ୍ଟ୍ ଗାଡି ନମ୍ବର ଓଆର୍-୦୨-ଏଏନ୍/୮୦୦୧ କଣ୍ଟାମାଳ ଦିଗକୁ ଦ୍ରୁତ ଗତି ରେ ଯାଉଥିବା ବେଳେ ମଙ୍ଗଳାଛକରୁ କିଛି ଦୂରରେ ବିପରୀତ ଦିଗରୁ ଏକ ସାଇକେଲ ଆସୁଥିଲା । ରାସ୍ତା ମଝିରେ ଆସୁଥିବା ସାଇକେଲଟିକୁ ବଞ୍ଚାଇବାକୁ ଯାଇ ଗାଡିଟି ତୁରନ୍ତ ବାମପଟକୁ କାଟି ଭାରସାମ୍ୟ ହରାଇ ଏକ ପଲସା ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ରେ ଗାଡିର ସମ୍ମୁଖ ବାମପଟ ବନେଟ୍ ଭାଙ୍ଗି ଯାଇଥିଲା । ଭାଙ୍ଗିଯାଇଥିବା ବନେଟ୍ କୁ ସଜାଡି ଚାଲିଯିବାକୁ ବସିଥିବା ବେଳେ ଖବର ପାଇ ଘଣ୍ଟପଡା ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି   ଘଟଣାର ଯାଞ୍ଚ କରିଥିଲେ  । ଦୁର୍ଘଟଣାଗ୍ରସ୍ତ ଗାଡି ଟିକୁ ତଲାସି ନେବା ବେଳେ ସେଥରେ ଗଞ୍ଜେଇ ଥିବା ଜାଣିପାରିଥିଲେ । ପୋଲିସ ଗଞ୍ଜେଇ ସହ ଗାଡି କୁ ଜବତ କରିବା ସହ ଚୋରା ଗଞ୍ଜେଇ ନେଇ ଯାଉଥିବା ଦୁଇ ଅଭିଯୁକ୍ତକୁ ଘଟଣାସ୍ଥଳରୁ ଗିରଫ କରିଛି । ଗିରଫ ବ୍ୟକ୍ତି ଦୁଇ ଜଣ ପଡୋସୀ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଜାମୁଟ୍ ଗାଁ ର କାଲାରାମ ରଣା(୩୨) ଓ ପ୍ରଦୀପ କୁମାର ଭୋଇ(୨୮)  ବୋଲି ପୋଲିସ ତଦନ୍ତରୁ ଜଣାପଡିଛି ।  ଜବତ୍ ଗଞ୍ଜେଇ ର ପରିମାଣ ୯କେଜି ହୋଇଥିବା ଓଜନରୁ ଜଣାପଡିଥିଲା । ଏନେଇ କଣ୍ଟାମାଳ ଥାନା କେସ ନଂ ୧୦୪/୨୦୧୮ପ୍ରକାରେ ଦଫା ୨୦(ବି)(!!)(ସି) ଏନ୍ଡିପିଏସ୍ ଆକ୍ଟ ରେ ମାମଲା ଏକ ଋଜୁ କରି ଉଭୟ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା କଣ୍ଟାମାଳ ଥାନା ଅଧିକାରୀ ଆଇଆଇସି ନରେଶ ପ୍ରଧାନ ପ୍ରକାଶ କରିଛନ୍ତି । 

0
0
0
s2sdefault