ହେଡଲାଇନସ୍:

ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୧.୨୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

30-05-18--baud-w.jpg - 92.88 kB


ବୌଦ୍ଧ, (ସିମନ ନାଏକ) ; ବୌଦ୍ଧ ଜିଲ୍ଲା  ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ ପାଲଟି ଥିବା ବେଳେ ଏହି ରାସ୍ତା ଦେଇ ନିୟମିତଭାବେ ଜିଲ୍ଲାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ପଡୋଶୀ ଜିଲ୍ଲା ସୋନପୁର, ବଲାଙ୍ଗୀର ଓ କଲାହାଣ୍ଡି ଜିଲ୍ଲାକୁ ଚାଲାଣ ହେଉଥିବା ବେଳେ ପୋଲିସ୍ ହାତରେ ଧରାପଡିବା କିଛି ନୂଆକଥା ନୁହେଁ ।  ସେହିପରି ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଚଢଉ କରାଯାଇ ବ୍ୟାପକ ପରିମାଣର ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି । ଚଢଉ ବେଳେ ଏକ ବାଇକ ସହିତ ୨ କ୍ୱିଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ସକଳ ୮ ଟା ସମୟରେ ବୌଦ୍ଧ ଥାନା ଆମ୍ବଝରି ପଂଚାୟତ ଅନ୍ତର୍ଗତ ସାନବରଡା ଗ୍ରାମର ସୁବଳ ବେହେରାଙ୍କ ଘରେ ଚଢଇ କରିଥିଲେ । ଅବକାରୀ ବିଭାଗ କର୍ମଚାରୀ ମାନଙ୍କୁ ଦେଖି ଅଭିଯୁକ୍ତ ସୁବଳ ଫେରାର୍ ହୋଇଯାଇଥିଲା  । ଏକ ବାଇକରେ ଗୋଟିଏ ଜରିବସ୍ତାରେ ୨୫ କେଜି ଗଞ୍ଜେଇ ବୋଝେଇ ହୋଇ ରହିଥିବା ବେଳେ ଘର ଭିତରେ ଅନ୍ୟ ଏକ ଜରିବସ୍ତାରେ ୯୫ କେଜିର ଗଞ୍ଜେଇ ବିଭାଗ ପକ୍ଷରୁ ଜବତ କରିଥିବା ସୂଚନା ମିଳିଛି । ଅବକାରୀ କର୍ମଚାରୀ ମାନେ ମାଜଷ୍ଟେ୍ରଟ ଦାୟତ୍ୱରେ ଯାଇଥିବା ବୌଦ୍ଧ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଦୁଇବସ୍ତା ଗଞ୍ଜେଇ ଓ ବାଇକ କୁ ଜବତ କରିଥିଲେ । ଚଢାଉ ବେଳେ ଅବକାରୀ ଅଧିକ୍ଷକ ଶାନ୍ତନୁ ନାଏକ, ଇନ୍ସପେକ୍ଟର ବିଜୟ ଧୁରୁଆଙ୍କ ସମେତ ଅବକାରୀ କର୍ମଚାରୀ ମାନେ ସାମିଲଥିଲେ ।

0
0
0
s2sdefault