ହେଡଲାଇନସ୍:

ସରକାରୀ ଚାଉଳ ଆତ୍ମସାତ ମାମଲା : ଅଭିଯୁକ୍ତ କିରାଣୀଙ୍କୁ ଜେଲ ଓ ଜୋରିମାନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ୫ଲକ୍ଷ ୯୮ହଜାର ୫ଶହଟଙ୍କା ମୂଲ୍ୟର ୪୭୫ କୁ୍ୟଣ୍ଟାଲ ସରକାରୀ ଚାଉଳ ଆତ୍ମସାତ ମାମଲାର ବିଛାର କରି ଅଭିଯୁକ୍ତ ପୂର୍ବତନ ଠାକୁରମୁଣ୍ଡା ବ୍ଲକର କିରାଣୀ କାମ୍ ଷ୍ଟୋର କିପର ତଥା ବର୍ତ୍ତମାନ ପାଞ୍ଚପୀଢ଼(କରଞ୍ଜିଆ) ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟରତ ବିଶ୍ୱମ୍ବର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହିତ ଦୁର୍ନୀତି ନିରୋଧ ଆଇନ ଧାରା ୧୩(୨) r/ଙ୍ଗ, ୧୩(ମ)(ୟ) ଓ ୪୦୯, ୪୬୬, ୪୭୭(ଇ) ଆଇପିସି ଅନୁସାରେ ଏକ ବର୍ଷ ଜେଲ, ୫ ହଜାର ଟଙ୍କା ଲୋରିମାନା ଏବଂ ଅନାଦେୟରେ ଅଧିକ ୩ ମାସ କାରାଦଣ୍ଡର ରାୟ ଶୁଣାଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ବିଶ୍ୱମ୍ବର ବେହେରା ୨୦୦୪-୦୫ ଓ ୨୦୦୫-୦୬ ମସିହାରେ ଠାକୁରମୁଣ୍ଡା ବ୍ଲକରେ କିରାଣୀ କାମ୍ ଷ୍ଟୋର କିପର ଭାବେ କାର୍ଯ୍ୟକରୁଥିବା ବେଳେ ଏହି ଚାଉଳ ହେରାଫେରି ଧରାପଡ଼ିଥିଲା ଏବଂ ଠାକୁରମୁଣ୍ଡା ବ୍ଲକ ବିଡ଼ିଓ ମାମଲାକୁ ଭିଜିଲାନ୍ସକୁ ହସ୍ତାନ୍ତର କରାଇଥିଲେ । ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଆରମ୍ଭ କରିବାରେ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ବିଶ୍ୱମ୍ବର ନାମରେ ଭିଜିଲାନ୍ସରେ ୧୪/୨୦୦୯ରେ ଏକ ମାମଲା ରଜୁ କରିଥିଲେ । ଉକ୍ତ ମାମଲାରେ ରହିଥିବା ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତିକରି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ଆଜି ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ପିପି କୃଷ୍ଣ ଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ ।

0
0
0
s2sdefault