ହେଡଲାଇନସ୍:

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଫେରାର ଅଭିଯୁକ୍ତ କଟକରେ ଭିଜିଲାନ୍ସ ଦ୍ୱାରା ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ବାରିପଦା(ଦିଲ୍ଲୀପ ମହାନ୍ତି )-କପ୍ତିପଦା ବ୍ଲକରେ କାର୍ଯ୍ୟରତ ଥିବା ଆପଗ୍ରେଡେ଼ଡ ସହକାରୀ ଯନ୍ତ୍ରୀ ସଦାନନ୍ଦ ଜେନାଙ୍କ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ପୈତୃକ ବାସଭବନ  ସହିତ ବାଲେଶ୍ୱର ସହରର କାଳିଦାସପୁର ବାସଭବନ, ବାଲେଶ୍ୱର ବେଗୁନିଆସ୍ଥିତ ତାଙ୍କର ଶ୍ୱଶୁର ଘର, ଉଦଳା ବ୍ଲକସ୍ଥିତ ମେଣ୍ଢାଖାଇ ଭଡ଼ାଘର ଓ ତାଙ୍କର   କପ୍ତିପଦା ବ୍ଲକ କାର୍ଯ୍ୟାଳୟ ଉପରେ ଗତ୨୦୧୮ ମାର୍ଚ୍ଚ ୨୬ରେ ଭିଜିଲାନ୍ସ ପକ୍ଷରୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ମିସ କେଶ ନଂ ୨/୨୦୧୮ ଅନୁସାରେ  ସର୍ଚ୍ଚ ୱାରେଣ୍ଟ ବଳରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଭିଜିଲାନ୍ସ ହାତରେ ବାଜିଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର କାଗଜପତ୍ରକୁ ଯାଞ୍ଚ କରିବା ପରେ  ସଦାନନ୍ଦ ଜେନା ମୋଟ ୧କୋଟି ୧୭ଲକ୍ଷ, ୯୩ ହଜାର ୫୮୬ ଟଙ୍କାର ଆୟବର୍ହିଭୂତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠୁଳ କରିଥିବାର ଜାଣାପଡ଼ିଥିଲା । ଏହି ସମୟଠାରୁ ସହକାରୀ ଯନ୍ତ୍ରୀ ସଦାନନ୍ଦ ଜେନା ଫେରାର ରହିଥିଲେ । ତାଙ୍କର ସମସ୍ତ ଗତିବିଧି ଆଦି ଉପରେ ଭିଜିଲାନ୍ସ ପକ୍ଷରୁ ନଜର ରଖାଯାଇ ଥିବା ବେଳେ କଟକ ଅଞ୍ଚଳରେ ରହିଥିବାର ସୂଚନା ମିଳିଥିଲା । ଏହାପରେ ବାରିପଦା ଭିଜିଲାନ୍ସ ୟୁନିଟର ଡ଼ିଏସପି ସଞ୍ଜୟ ଦାସମହାପାତ୍ରଙ୍କ ନେତୃତ୍ୱରେ ଇନ୍ସପେକ୍ଟର ପ୍ରଦୀପ ସାମଲ, କନେଷ୍ଟବଳ ତରୁଣପାଲବାବୁ, ବାସୁଦେବ ଅଧିକାରୀ, ବ୍ରଜ କିଶୋର ପଟ୍ଟନାୟକ ଏକ ଭିଜିଲାନ୍ସ ଟିମ ୨୯.୦୫.୨୦୧୮ ସନ୍ଧ୍ୟା ୬.୩୦ ମିନିଟ ସମୟରେ  କଟକରୁ ଗିରଫ କରି ବାରିପଦାକୁ ନେଇଆସିବା ପରେ ତାଙ୍କ ନାମରେ ବାଲେଶ୍ୱର ଭିଜିଲାନ୍ସ ପିଏସ କେଶ ନଂ ୨୭/୨୦୧୮ରେ ମାମଲା ରୁଜୁ ହେବା ପରେ କୋର୍ଟ ଚାଲାଣ କରାଯାଇଛି ।

0
0
0
s2sdefault