ହେଡଲାଇନସ୍:

ପିଲାଚୋର ଗୁଜବ ନେଇ ଲୋକଙ୍କ ଭିତରେ କୋକୁଆ ଭୟ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

  ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଣଓଡିଆଙ୍କୁ ନିସ୍ତୁକ ମାଡ ସହ ଅଟକ, ରାତି ଅଧିଆ ପହରା ଦେଉଛନ୍ତି ଗ୍ରାମବାସୀ

29-05-18-simun.jpg - 116.54 kBବୌଦ୍ଧ, ( ସିମୁନ୍ ନାଏକ ) ; ସମ୍ପ୍ରତି ରାଜ୍ୟରେ ପିଲାଚୋରି ଘଟଣାକୁ ନେଇ ନାନା ଗୁଜବ ଶୁଣାଯାଉଥିବା ବେଳେ ମଙ୍ଗଳବାର ହରଭଙ୍ଗା ବ୍ଲକ ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଜଣେ ଅଜଣା ଲୋକଙ୍କ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ମତେ ମଥୁରା ଗ୍ରାମର ଜୈନିକ ଯୁବକ ବିଚିତ୍ର ମେହେର (୧୯) ରାତିରେ ପରିଶ୍ରା କରିବାକୁ ବାହାରକୁ ବାରାରିଥିବା ସମୟରେ କେହି ଅପରିଚିତ ବ୍ୟକ୍ତି ତାଙ୍କୁ ଛୁରାମାଡ କରିଥିବା ଅଭିଯୋଗ ହେଉଛି । ଅଂଚଳରେ ପିଲାଚୋରକୁ ନେଇ ଗୁଜବ ଉଠୁଥିବା ବ୍ୟକ୍ତି ମାନେ ଆକ୍ରମଣ କରିଥିବା କୁହାଯାଉଥିବା ବେଳେ ଏହାକୁ କିନ୍ତୁ ପୋଲିସ୍ ଅସ୍ୱିକାର କରିଛି । ସେହିପରି ରାଧାନଗର ଓ କେଳାକଟାରୁ ପିଲାଚୋର ସନେ୍ଦହରେ ଲୋକେ ଧରି ପୋଲିସ୍ ରଜିମା ଦେଇଥିଲେ  । ପରେ ପୋଲିସ୍ ତଦନ୍ତ କରି ସତ୍ୟତା ନଥିବା ଜାଣି ସେମାନଙ୍କୁ ଛାଡି ଦେଇଥିଲା  । ପୋଲିସ୍ ଘଟଣା ସ୍ଥଳରେ ପହଁଚି ମହିଳା ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରି ଏହା ପଛେ ସତ୍ୟତା ନଥିବା ଜଣାପଡିବା ପରେ ଉକ୍ତ ମହିଳାଙ୍କୁ ଛାଡି ଦେଇଥିବା ଜଣା ପଡିଛି । ସେହିପରି ମନମୁଣ୍ଡା ଥାନା ଅନ୍ତର୍ଗତ କପାସିରା ଗ୍ରାମରେ ମଧ୍ୟ ଦୁଇଜଣ ଅଜଣା ବିହାରି ଙ୍କୁ ଦେଖି ସେମାନଙ୍କୁ ପିଲାଚୋର ମନେକରି ସେଠାରେ ଉପସ୍ଥିତ ଲୋକେ ନିସ୍ତୁକ ମାଡ ମାରିଥିଲେ  । ଏ ଖବର ପାଇ ପୋଲିସ୍ ସେଠାରେ ପହଁଚି ସେମାନଙ୍କୁ ଉଦ୍ଧାର କରିଥିଲା । ସେହିଭଳି ବାଉଁଶୁଣି ଥାନାର ବାଉଁଶୁଣି ଓ ଦୈହ୍ୟା ଅଂଚଳରେ ମଧ୍ୟ କେତେଜଣ ଅଣ ଓଡିଆ ଯୁବକଙ୍କୁ ସ୍ଥାୟୀ ଲୋକମାନେ ଅଟକ ରଖି ପରେ ଛାଡିଦେଇଥିବା ଜଣାଯାଇଛି । ତେବେ ଗୋଟିଏ ଦିନରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଏତେଜଣ ଲୋକଙ୍କୁ ପିଲାଚୋର ସନେ୍ଦହରେ ଅଟକ ରଖାଯିବା ଘଟଣା ସମଗ୍ର ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ସେହିପରି ତିଲେଶ୍ୱର ହରିଜନ ସାହିରେ ମଧ୍ୟ ମଙ୍ଗଳବାର ଦିନ ରାତିରେ ସାହି ବାସିନ୍ଦା ପିଲାଚୋର ସନେ୍ଦହରେ ଠେଙ୍ଗା ଓ ଟର୍ଚ୍ଚ ଲାଇଟ ଧରି ରାତିସାରା ପହରା ଦେଉଥିବା ଦେଖିବାକୁ ମିଳିଥିଲା । ସେହିପରି ତାକୁଡ, ପ୍ରଗଳପୁର, ବୁରୁବୁଡା, ଖଜୁରିଆ, ତେନ୍ତୁଳିପଦର , ପାଣିଘରା , ଲୁଣିବାହାଲ, କରଡି ଆଦି ଗ୍ରାମରେ ପିଲା ଚୋର ଆଶଙ୍କାରେ ଲୋକେ ରାତିସାରା ନଶୋଇ ଗାଁକୁ ଜଗିରହୁଥିବା ଦେଖିବାକୁ ମିଳିଥିଲା । ଏଥିପ୍ରତି ପୋଲିସ୍ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଜନସାଧାରଣଙ୍କୁ ସଚେତନ କରାଇବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି । 

 

0
0
0
s2sdefault