ହେଡଲାଇନସ୍:

ମହିଳା ଙ୍କୁ ସୁରକ୍ଷା ଦେବାକୁ ଯାଇ ସାମ୍ବାଦିକ ହେଲେ ଦୁର୍ବ୍ୟବହାର ଶିକାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

କେନ୍ଦ୍ରାପଡାରୁ ପ୍ରଫୁଲ କୁମାର ମଲ୍ଲ :  ମହାକାଳପଡା ବ୍ଲକ୍ ର ପେଟ୍ ଛେଲା ଗ୍ରାମପଞ୍ଚାୟତ ନିକଟସ୍ଥ କୋଚିଳା ଗ୍ରାମରେ ଏକ ମହିଳା କରିଥିବା ଏକ ଦୋକାନକୁ କିଛି ଖଳ ପ୍ରକୃତିର ଲୋକ  ଉଠେଇବା ପାଇଁ ଚେଷ୍ଟା କରୁଥିଲେ । ତହସିଲଦାରଙ୍କ  ବାରଣ ସତ୍ତେ ସେହି ବ୍ୟକ୍ତି ମାନେ ଆଜି ସକାଳୁ ଠେଙ୍ଗା, ଶାବଳ ନେଇ ମହିଳା ଜଣକ ଦୋକାନ ଭିତରେ ଥିବା ସମୟରେ କବାଟ ବନ୍ଦ କରି ଦେଇଥିଲେ । ଖବର ପାଇ ଏକ ଗଣମାଧ୍ୟମ  ପ୍ରତିନିଧି କଳ୍ପତରୁ  ଖବର ସଂଗ୍ରହ ପାଇଁ ଯାଇଥିବା ସମୟରେ ଗ୍ରାମର କିଛି ଲୋକ ତାଙ୍କୁ ଖରାପ୍ ଭାଷାରେ ଗାଳି ଗୁଲଜ୍ କରିବା ସହ ତାଙ୍କ ବୁମ୍, ପର୍ସ ,ମୋବାଇଲ୍ ଛଡାଇ ତାଙ୍କୁ ମାଡ ମଧ୍ୟ ମାରିଛନ୍ତି । କିନ୍ତୁ ବଡ ଆଚାର୍ଯ୍ୟ ର କଥା ଯେ ଗ୍ରାମର ଲୋକମାନଙ୍କ ମଧ୍ୟରୁ ଏକ ଦୈନିକ ଖବର କାଗଜ ର ପ୍ରତିନିଧି ମଧ୍ୟ ସାମିଲ ହେବା ସାମିଲ  ଥିବା ଅଭିଯାଗ ରୁ ଜଣା ପଡିଛି । କଳ୍ପତରୁଙ୍କୁ ମେଡିକାଲ୍ ନିଆଯାଇଛି ।ଘଟଣା ବିଷୟରେ ମହାକାଳପଡା ଥାନା ଅଧିକାରୀ ଙ୍କୁ ଜଣାଯିବା ସହିତ ମାଡ ମାରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହେଉଛି।

 
0
0
0
s2sdefault