ହେଡଲାଇନସ୍:

୩୦ ବର୍ଷ ପରେ ଭିଜିଲାନ୍ସ ମାମଲାରେ ତତ୍କାଳୀନ ଯୋଗାଣ ନିରୀକ୍ଷକ ଦୋଷମୁକ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଦୀର୍ଘ ୩୦ ବର୍ଷର ମାମଲାର ବିଚାର କରି ଅଭିଯୁକ୍ତ ତତ୍କାଳୀନ ଯୋଗାଣ ବିଭାଗର ନିରୀକ୍ଷକ ଗଣେଶ ଚନ୍ଦ୍ର ବରାଳଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ଦୋଷ ମୁକ୍ତ କରାଇ ଦେଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ୧୯୮୮ ଡ଼ିସେମ୍ବର ୩୧ରେ ଶ୍ରୀବରାଳ ଯୋଗାଣ ବିଭାଗର ନିରୀକ୍ଷକ ଭାବେ କାର୍ଯ୍ୟକରୁଥିବା ସମୟରେ ତାଙ୍କର ବାରିପଦା ସହରର ପ୍ରଫୁଲନଗରସ୍ଥିତ  ବାସଭବନ ଉପରେ ସର୍ଚ୍ଚ ୱାରେଣ୍ଟ ବଳରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ତଲାସୀ କରାଯାଇଥିଲା । ଏହି ସମୟରେ ଅଭିଯୁକ୍ତ ଶ୍ରୀବରାଳଙ୍କ ବାସଭବନରୁ ସ୍ଥାବର, ଅସ୍ଥାବର ଆଦି ସମ୍ପତ୍ତି ଆଦି ଆକଳନ କରାଯାଇ ସର୍ବମୋଟ ୫୬,୬୭୪ ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିଥବାର ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇ ଥିଲା । ଏହାକୁ ନେଇ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ କେଶ ନଂ ୪୬/୩୧.୧୨.୧୯୮୮ରେ ଏକ ମାମଲା ରୁଜୁ କରାଯାଇଥିଲା । ଉକ୍ତ ମାମଲାରେ ୨୦ ଜଣ ସାକ୍ଷୀ ଓ ଅନେକଗୁଡ଼ିଏ ଦସ୍ତାବିଜକୁ ବିଚାର ପରିସରଭୂକ୍ତ କରାଯାଇଥିଲା । ଉଭୟ ପକ୍ଷଙ୍କ ଯୁକ୍ତି ଉପସ୍ଥାପନ ପରେ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ସରକାରଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣଚନ୍ଦ୍ର ଶତପଥୀ ଓ ଅଭିଯୁକ୍ତ ପକ୍ଷରୁ ଆଇନଜୀବୀ କୈଳାଶ ଚନ୍ଦ୍ର ଓ ମୋକଦ୍ଦମାକୁ ପରିଚାଳନା କରିଥିଲେ ।

 

0
0
0
s2sdefault