ହେଡଲାଇନସ୍:

ପାର୍ସଲ ବୋମା ବିସ୍ଫୋରଣ ମାମଲା :  ଇଂରାଜୀ ଅଧ୍ୟାପକଙ୍କୁ ଉଠାଇନେଇ ଜେରା କଲା କ୍ରାଇମବ୍ରାଞ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

22-04-18-parcel-bomb.jpg - 184.74 kB

ବଲାଙ୍ଗୀରରୁ ନିରୋଜ ମିଶ୍ର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ନୂଆ ଟ୍ଵିଷ୍ଟ | ସୁସ୍ଥ ହୋଇ ରିମା ଘରକୁ ଫେରିବା ପରେ ଏବେ ଘଟଣା ଘଟିବାର ପ୍ରାୟ ଦୁଇମାସ ପରେ ଆଜି ନୂଆ  ଖିଅ ଦରାଣ୍ଡିଛି ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ | ତଦନ୍ତକାରୀ ସଂସ୍ଥା ର ସନ୍ଦେହ ବଳୟକୁ ଆସିଛନ୍ତି ଭଇଁସାପଡା କଲେଜ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର | ଆଉ ତାଙ୍କୁ ଉଠାଇ ନେଇ କ୍ରାଇମ ବ୍ରାଞ୍ଚ କରିଛି ଜେରା | ହେଲେ ଏ ପାର୍ସଲ ବୋମା ବିସ୍ଫୋରଣ ଘଟଣା ସହ ଶ୍ରୀ ମେହେରଙ୍କ ସମ୍ପର୍କ କଣ ତାହାକୁ ନେଇ ଏବେ ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚା |  ପ୍ରାପ୍ତ ସୂଚନା ଅନୁଯାୟୀ ଶ୍ରୀ ମେହେର ଭଇଁସାପଡା କଲେଜରେ  ଇଂରାଜୀ ଅଧ୍ୟାପକ ଥିବା ବେଳେ ମୃତ  ସୌମ୍ୟ ଶେଖରଙ୍କ ମାଁ ମଧ୍ୟ ସେହି  କଲେଜର ଅଧ୍ୟାପିକା ଅଛନ୍ତି । 

ସୂଚନା ଯୋଗ୍ୟଯେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଘଟଣାରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା’ ମୃତ୍ୟୁ ହୋଇଥିବା ବେଳେ ନବବଧୁ  ରିମା ଗୁରୁତର ଆହତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହେବ ପରେ ଘରକୁ ଫେରିଛନ୍ତି | ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍‌ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ । ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା ପ୍ରାଣ ହରାଇଥିଲେ । ଅନ୍ଧାରରେ ବାଡ଼ି ବୁଲାଇ ବୁଲାଇ ଦୁଇମାସ ବିତି ଯାଇଥିଲେ ମଧ୍ୟ ଠୋସ କିଛି ସିଦ୍ଧାନ୍ତ ରେ ପହଣ୍ଡି ପାରିନି କ୍ରାଇମବ୍ରାଞ୍ଚ । 

0
0
0
s2sdefault