ହେଡଲାଇନସ୍:

ହତ୍ୟା ମାମଲାରେ ଅଭିଯୁକ୍ତକୁ ଜେଲ ଓ ଜୋରିମାନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ସେସନ ଜଜ୍ ପ୍ରମୋଦ କୁମାର ଜେନା ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ୭୦ ବର୍ଷର ବୃଦ୍ଧକୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୦୪(୧୧) ଅନୁସାରେ ୫ ବର୍ଷ କାରାଦଣ୍ଡ, ୧୦ ହଜାର ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୧୩ ଜୁନ ୧୭ ଖୁଣ୍ଟା ଥାନା ଡ଼ାହାଣିବୁଡ଼ା ଗ୍ରାମର ଉଦୟ ମାର୍ଣ୍ଡିଙ୍କ ମାଉସୀ ତାଙ୍କ ଘରେ ମରିପଡ଼ିଥିବାର ଖବର ପାଇ ଥିଲେ । ଏହି ଘଟଣାକୁ ନେଇ ଖୁଣ୍ଟା ଥାନାରେ କେଶ ନଂ-୯/୧୩ ଏକ ଅପମୃତ୍ୟୁ  ମାମଲା ରୁଜୁ କରାଯାଇ ଶବକୁ ବ୍ୟବଚ୍ଛେଦ ନିମନ୍ତେ ଉଦଳା ଡ଼ାକ୍ତରଖାନାକୁ ପଠାଇ ଥିଲେ । ମାତ୍ର ବ୍ୟବ୍ଛେଦ ରିପୋର୍ଟରେ ଏହା ଅପମୃତ୍ୟୁ ନୁହେଁ, ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିବା ପରେ ପୁଲିସ ପକ୍ଷରୁ କେଶ ନଂ ୭୨/୨୦୧୩ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ହତ୍ୟାକାରୀକୁ ଧରିବା ନିମନ୍ତେ ତଦନ୍ତ ଆରମ୍ଭ କରି ଉକ୍ତ ଗ୍ରାମର ସୁବନ ମାର୍ଣ୍ଡି(୭୦)ଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସୁବନ ପୁଲିସ ନିକଟରେ ନିଜର ଅପରାଧ ସ୍ୱୀକାର କରିଥିଲା । ସୁବନ ମାର୍ଣ୍ଡି ୧୬.୦୬.୨୦୧୩ରେ ସିଙ୍ଗ ମୁର୍ମୁଙ୍କ ଘରକୁ ହାଣ୍ଡିଆ ପିଇବାକୁ ଯାଇଥିଲା । ସେଠାରେ ହାଣ୍ଡିଆ ପିଇବା ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା । ଏଥିରେ ହାଣ୍ଡିଆ ନିଶାରେ ଥିବା ସୁବନ ନିକଟରେ ପଡ଼ିଥିବା ଏକ କାଠଫାଳିଆରେ ସିଙ୍ଗର ମୁଣ୍ଡରେ ଆଘାତ କରିଥିଲା । ସେଥିରେ ସିଙ୍ଗର ମୃତ୍ୟୁ  ହୋଇଥିଲା । ଆଜି ଉକ୍ତ ମାମଲାରେ ରହିଥିବା ୨୩ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମାମଲାକୁ ସରକାରଙ୍କ ପକ୍ଷରୁ ପିପି ସାମଦ ଚନ୍ଦ୍ର ସାମନ୍ତ ପରିଚାଳନା କରିଥିଲେ ।

0
0
0
s2sdefault