ହେଡଲାଇନସ୍:

କେତେ ହେଲେ ଚେତିବେ !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

12-03-18-kendrapada.jpg - 202.05 kB

ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡ଼ିଓ ଭାଇଲର କୁ ନେଇ ଚର୍ଚ୍ଚାକୁ ଆସିଲା କେନ୍ଦ୍ରାପଡା ଜିଲ୍ଲା ।

ଛାତ୍ରୀଙ୍କ  ଅଶ୍ଳିଳ ଭିଡ଼ିଓ ଭାଇରାଲ୍ ଘଟଣାରେ ଥାନାରେ ମାମଲା,୨ ଯୁବକ ଗିରଫ

କେନ୍ଦ୍ରାପଡା/ ପ୍ରଫୁଲ୍ଲ ମଲ୍ଲ  : 

କେତେ ଅଘଟଣ ଘଟିଲେ ଚେତିବେ ଏ ଝିଅ ମାନେ !!!!

 ଭଲ ପାଇବା ଖରାପ ନୁହେଁ , ହେଲେ ଭଲ ପାଇବାରେ ଅନ୍ଧ ହୋଇଯିବ !  ନିଜ ବୁଦ୍ଧି  ବିବେକ କୁ ଭ୍ରଷ୍ଟ କରିଦେବା !! ଜନ୍ମ କଲା ବାପା ମାଙ୍କ ଇଜ୍ଜତ ନିଜ ଇଜ୍ଜତକୁ ତୁଚ୍ଛ କରି ଜଣେ ଅଜଣା ଯୁବକ ବା ମଣିଷକୁ  ବିଶ୍ୱାସ କରି ଦେହ ସମର୍ପି ଦେବ !!! ଏତେ ଗଣମାଧ୍ୟମରେ ଖବର ବାହାରୁଛି, ସବୁ ପଢୁଛନ୍ତି ଆଉ ଜାଣୁଛନ୍ତି, ହେଲେ ପୁଣି ସେ ଭୁଲ !!!! ଇଏ କଣ ନାରୀ ଶଶକ୍ତିକରଣ !!!!! ଆଉ ଗୋଟେ କଥା ଯେଉଁ କାମୁକ ଯୁବକମାନେ ଝିଅଙ୍କ ଇଜ୍ଜତକୁ ନିଲାମ  କରନ୍ତି, ନାରୀକୁ ପଣ୍ୟ  ବସ୍ତୁ ବୋଲି ଭାବି ତାକୁ ସଉଦା କରନ୍ତି, ଝିଅଟିର ଅସହାୟତା ବା ନିରୀହତା ଆଉ ବିଶ୍ୱାସର ସୁଯୋଗ  ନେଇ ତାର ନଗ୍ନ ଚିତ୍ର ତିଆରି କରନ୍ତି ଆଉ ନିଜ ଯୌନ କ୍ଷୁଧା ମେଣ୍ଟିଗଲା ପରେ ବ୍ଲାକମେଲ କରି ତାର ଆପତ୍ତିଜଣକ  ଭିଡିଓକୁ ବଜାରକୁ ଛାଡ଼ିଦିଅନ୍ତି, ସେମାନଙ୍କୁ  କଡାରୁ କଡା ଶାସ୍ତି ହେବା ଦରକାର, ଯେପରି ଆଉ କୌଣସି ଯୁବକ କୌଣସି ଝିଅର ଜୀବନକୁ ନେଇ ଖେଳି ନପାରିବ |

 କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ଥାନା ଅଧିନ ଛତା ସ୍ଥିତ କେନ୍ଦ୍ରାପଡ଼ା ପଲିଟେକନିକ୍ କଲେଜର ଜଣେ ନାବାଳିକା ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୁର୍ତର ଅଶ୍ଳିଳ ଭିଡ଼ିଓ ଭାଇରାଲ୍ ହେବା ନେଇ ସମ୍ପୃକ୍ତ ଛାତ୍ରୀଙ୍କ ପକ୍ଷରୁ  ଶନିବାର ଥାନାରେ ଅଭିଯୋଗ ହୋଇଥିଲା । ଡେରାବିଶ ଥାନା ଅଧିକାରୀ ସୁଧିର କୁମାର ସାହୁଙ୍କ ନେତୃତ୍ୱରେ ଏକ ପୋଲିସ୍ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରା ଉଚୁରା ପରେ ଗିରଫ କରିଛି  । ଅନ୍ୟ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରୀ ରହିଥିବା ସୂଚନା ମିଳିଛି  ।   ପଲିଟେକନିକ୍ କଲେଜରେ ପଢ଼ୁଥିବା ସମ୍ପୃକ୍ତ ତୃତୀୟ ବର୍ଷ ଛାତ୍ରୀଙ୍କ ସହ କଟକ ଜିଲ୍ଲା ଆଠଗଡ଼ ଅଂଚଳର ଜଣେ ଯୁବକ ସୌମ୍ୟରଞ୍ଜନ ବେହେରା ଏହି କଲେଜରେ ଅଧ୍ୟୟନ କରୁଥିବା ସମୟରେ ୨୦୧୫ ମସିହାରେ ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ବଢାଇଥିଲା । ପରେ ସୌମ୍ୟରଞ୍ଜନ ସମ୍ପୃକ୍ତ ଛାତ୍ରୀଙ୍କୁ ଭୁବନେଶ୍ୱର ଓ ପୁରୀର ବିଭିନ୍ନ ହୋଟେଲ୍ ଏବଂ ଲଜ୍ ରେ ରଖି ବହୁ ଥର ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ବାଧ୍ୟ କରିଥିଲେ । ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ଏଥିରୁ ଦୂରେଇ ଯାଇ ନିଜର ଅନ୍ୟ ଜଣେ ସହପାଠୀ ସହ ମିଶି ବାରମ୍ବାର ଫୋନ କରି ଡକାଇବା, ଧମକ ଚମକ ଦେବା, ଏସିଡ୍ ପକାଇବା ଭୟ ଦେଖାଇ ଛାତ୍ରୀଙ୍କୁ ବ୍ଲାକ ମେଲ୍ କରିଥିବା ଛାତ୍ରୀ ଜଣକ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ପୂର୍ବରୁ ଅନ୍ତରଙ୍ଗ ମୁହୁର୍ତର ଅଶ୍ଳିଳ ଭିଡ଼ିଓ ରେକଡର଼୍ିଂ କରି ରଖିଥିବା ସମ୍ପୃକ୍ତ ଯୁବକ ଜଣକ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଦେଇଥିଲେ । ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଭୋଗିବା ପରେ ଅତିଷ୍ଠ  ହୋଇ  ସମ୍ପୃକ୍ତ ଛାତ୍ରୀ ବିଷପିଇ ଅତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ମଧ୍ୟ ଦର୍ଶାଇଛନ୍ତି । ଗତ ଡିସେମ୍ବର ମାସରେ ମଧ୍ୟ ଅଶ୍ଳିଳ ଭିଡ଼ିଓ ଭାଇରାଲ୍ କରିଦେବାର ଭୟ ଦେଖାଇ ଜୋର ଜବରଦସ୍ତ ସମ୍ପୃକ୍ତ ଛାତ୍ରୀଙ୍କୁ ନେଇ ଭୁବନେଶ୍ୱରର ଏକ ହୋଟେଲ୍ ରେ ଶାରିରୀକ ସମ୍ପର୍କ ରଖିଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି । ଏପରିକି ପଲିଟେକନିକ୍ କଲେଜରେ ଥିବା ଛାତ୍ରୀ ନିବାସରେ ରହୁଥିବା ପୀଡ଼ିତା  ଛାତ୍ରୀ ଜଣକୁ ସମ୍ପୃକ୍ତ ଅଭିଯୁକ୍ତ କଲେଜ ବାହାରକୁ ଡକାଇ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଅଭିଯୁକ୍ତ ଯୁବକ ଜଣକ ସହିତ ଅନ୍ୟ ଦୁଇ ଜଣ ଯୁବକଙ୍କ ସାଙ୍ଗରେ ଶାରିରୀକ ସମ୍ପର୍କ ନରଖିଲେ ଏସିଡ଼୍ ପକାଇ ମାରିଦେବା ସହ ତାଙ୍କ ବାପାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏ ବିଷୟରେ ଛାତ୍ରୀ ଜଣକ ନିଜ ବାପାମା’ଙ୍କୁ ଜଣାଇବା ସହ କଲେଜରେ ବିଭାଗୀୟ ମୁଖ୍ୟ ଓ ହଷ୍ଟେଲ୍ ସୁପରିଟେଣ୍ଡେଟଙ୍କୁ ଅବଗତ କରାଇଥିଲେ । ଏହି ଘଟଣାର ସମାଧାନ ପାଇଁ କଲେଜ କର୍ତୃପକ୍ଷ ସମ୍ପକ୍ତ ଛାତ୍ରୀଙ୍କ ବାପମା’ଙ୍କୁ ସମୟ ଦେଇଥିଲେ । ସେହିପରି ସମ୍ପୃକ୍ତ ଛାତ୍ରୀମଧ୍ୟ ସୌମ୍ୟଙ୍କ ବାପମା’ଙ୍କୁ ତାଙ୍କ ପୁଅର ଅପକର୍ମଜଣାଇବା ପରେ ସେମାନେ ଓଲଟି ଝିଅ ଓ ତା ପରିବାରକୁ ଗାଳି ଗୁଲଜ କଲେ  । ଏହି ଘଟଣାରେ ସୌମ୍ୟଙ୍କ ସହ ଅନ୍ୟ ଦୁଇ ସହଯୋଗୀ ନିରଞ୍ଜନ ରାଉତ ଓ ସୁଧାଂଶୁ କୁମାର ସିଂ ମିଶି ଏକ ର୍ୟାକେଟ  କରିବା ସହ ପୂର୍ବ ଦୁର୍ବଳ ମୁହୂର୍ତ ଅଶ୍ଳିଳ ଭିଡ଼ିଓକୁ  ଭାଇରାଲ୍ କରି ଚାଲିଥିବା ନେଇ ଛାତ୍ରୀ ଜଣକ ଅଭିଯୋଗରେ ଦର୍ଶାଇଥିବା ଥାନା ସୂତ୍ରରୁ ପ୍ରକାଶ । ତେବେ ଜିଲ୍ଲାରେ ଏହା ଏକ ସ୍ପର୍ଶକାତର ବିଷୟ ହୋଇଥିବାରୁ ଜିଲ୍ଲା ପୋଲିସ୍ ଏହି ଘଟଣାକୁ ଅତି ଗୁରୁତ୍ୱର ସହ ଗ୍ରହଣ କରି ଛାତ୍ରୀଙ୍କ ଅଭିଯୋଗ କ୍ରମେ  ୩୩/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା  । କେନ୍ଦ୍ରାପଡ଼ା ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଘଟଣାର ତଦନ୍ତ ଆରମ୍ଭ କରି ଛାତ୍ରୀଙ୍କ ଡାକ୍ତରୀ ମାଇନା କରାଯାଇଛି । ତେବେ ଏହି ଘଟଣାରେ ତିନିଜଣ ଯୁବକଙ୍କ ନାମ ଅଭିଯୋଗ ପତ୍ରରେ ଥିବା ବେଳେ  ଅଭିଯୁକ୍ତ ଆଠଗଡର  ସୌମ୍ୟରଞ୍ଜନ ବେହେରା ଓ କଟକର ସୁଧାଂଶୁ କୁମାର ସିଂଙ୍କୁ  ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାରି ରଖିଥିବା ଜଣ ପଡିଛି ! ଏ ନେଇ ଆମେ ପିଡିତା ଙ୍କ ପ୍ରତିକ୍ରିୟା ଲୋଡିଥିଲୁ ହେଲେ ଡେରାବିଶ୍ ଥାନା ଅଧିକାରୀ ସୁଧୀର କୁମାର ସାହୁ କୌଣସି ପ୍ରତିକ୍ରିୟା ଦେବେ ନାହିଁ ବୋଲି କହିଛନ୍ତି ।ଏବେ କିନ୍ତୁ ଦେଖିବାର ବାକି ଯୁବତୀଙ୍କୁ ନ୍ୟାୟ ଦେବାରେ କଣ ନେଉଛି କାର୍ଯ୍ୟାନୁଷ୍ଠାନ ଡେରାବିଶ୍ ପୋଲିସ ।

 
 
Attachments area
 
 
 
 
 
0
0
0
s2sdefault