ହେଡଲାଇନସ୍:

ନିଖୋଜ ହୋଇଥିବା ଏମ୍ସର କଶ୍ମୀରୀ ଛାତ୍ର ମାମଲା,  ତଦନ୍ତ ନାମରେ ଭୁଆଁ ବୁଲାଉଛି କମିଶନରେଟ ପୋଲିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ପୋଲିସ ଏମ୍ସ କର୍ତୃପକ୍ଷ ଓ ନିଖୋଜ ଛାତ୍ରଙ୍କ ପିତା ଓ ସମ୍ପର୍କୀୟଙ୍କ ସହିତ ସହପାଠୀ ମାନଙ୍କ ସହ କଲା  ଆଲୋଚନା ବିଜେପି ଯୁବ ମୋର୍ଚାର ପ୍ରତିନିଧି ଦଳ

08-03-18-BJYM-Visit-AIIMS-3.png - 1.76 MB

ଭୁବନେଶ୍ୱର,  : ନିଖୋଜ ହୋଇଥିବା  ଏମ୍ସର କଶ୍ମୀରୀ ଛାତ୍ର ସୋହେଲ ଆଇଜାଜକୁ ଖୋଜିବା ମାମଲାରେ କମିଶନରେଟ ପୋଲିସ ଭୁଆଁ ବୁଲାଉଛି ବୋଲି ବିଜେପି ଯୁବ ମୋର୍ଚା ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ମାମଲାରେ କମିଶନରେଟ ପୋଲିସର ନିଷ୍କ୍ରିୟତା  କାରଣରୁ ସଂପୃକ୍ତ ଛାତ୍ରକୁ ଖୋଜା ଯାଇ ପାରୁ ନାହିଁ ବୋଲି ଅଭିଯୋଗ କରିବା ସହ ଏହାର ତଦନ୍ତ ଏନଆଇଏ ଦ୍ୱାରା କରା ଯାଉ ବୋଲି ଯୁବ ମୋର୍ଚା ପକ୍ଷରୁ ଦାବି କରା ଯାଇଛି ।  ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପୋଲିସ ମହାନିର୍ଦେଶକଙ୍କୁ ଭେଟିବାକୁ ଦିଆଯାଉ ନ ଥିବା ନେଇ ନିଖୋଜ ଛାତ୍ରଙ୍କ ପିତା ଓ ପରିବାର ବର୍ଗ  ମଧ୍ୟ ଅସନ୍ତୋଷ ପ୍ରକାଶ କରୁଥିବା ଯୁବ ମୋର୍ଚା ପକ୍ଷରୁ ପ୍ରକାଶ କରାଯାଇଛି । 

ଏ ସମ୍ପର୍କରେ ଗୁରୁବାର ଦିନ ବିଜେପି ଯୁବ ମୋର୍ଚାର ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଂଜିତ ଦାସଙ୍କ ନେତୃତ୍ୱରେ  ଏକ ପ୍ରତିନିଧି ଦଳ କମିଶନରେଟ ପୋଲିସ ଅନ୍ତର୍ଗତ ଖଣ୍ଡଗିରି ଥାନା ଅଧିକାରୀ, ଏମ୍ସ କର୍ତୃପକ୍ଷ ଓ ନିଖୋଜ ଛାତ୍ରଙ୍କ ପିତା ଓ ସମ୍ପର୍କୀୟଙ୍କ ସହିତ ସହପାଠୀ ମାନଙ୍କ ସହ ଆଲୋଚନା କରିଥିଲା । 

ବିଜେପି  ଯୁବ ମୋର୍ଚାର ଏହି ପ୍ରତିନିଧି ମଣ୍ଡଳ ସହ ଆଲୋଚନା ବେଳେ ସେମାନେ ଗତ ୧୯ ତାରିଖ ଠାରୁ ଆସିଥିବା ସତ୍ୱେ ତାଙ୍କୁ ମୁଖ୍ୟମନ୍ତ୍ରୀ  ଓ ରାଜ୍ୟ ପୋଲିସ ମହା ନିର୍ଦେଶକଙ୍କ ସହ ଦେଖା କରିବାକୁ ଦେଉ ନ ଥିବା  ନିଖୋଜ ଛାତ୍ରର ପରିବାର ବର୍ଗ  ପ୍ରକାଶ କରିଥିବା  ସେମାନେ ପ୍ରକାଶ କରିଛନ୍ତି । ସଂପୃକ୍ତ ଛାତ୍ର  ପାଠପଢାରେ ଦୁର୍ବଳ ଥିବା କାରଣରୁ ସେ ଚାପ ଗ୍ରସ୍ତ ହୋଇ କୁଆଡେ  ଚାଲି ଯାଇଥାଇ ପାରନ୍ତି ବୋଲି  କମିଶନରେଟ ପୋଲିସ କହୁଥିବା ବେଳେ ଏମ୍ସ କର୍ତୃପକ୍ଷ ଓ ତାଙ୍କର ସହପାଠୀ ମାନେ  ଏହାକୁ ଖଣ୍ଡନ କରିଛନ୍ତି ।  କମିଶନରେଟ ପୋଲିସର ଏ ଭଳି କହିବା  ଅନେକ ସନ୍ଦେହ କୁ ଜନ୍ମ ଦେଉଥିବା ଯୁବ ମୋର୍ଚା ପକ୍ଷରୁ କୁହା ଯାଇଛି । 

ଏହି ମାମଲାରେ ପୋଲିସ ସଂପୃକ୍ତ ଛାତ୍ରଙ୍କ ଟେଲିଫୋନ ନମ୍ବର ଟ୍ରେସ ନ ହୋଇ ପାରିବା କଥା କହି ହାତ ବାନ୍ଧି ବସି ରହିଛି ବୋଲି ଏହି ପ୍ରତିନିଧି ଦଳ ଅଭିଯୋଗ କରିଛି । ଏହି ମାମଲାରେ ସଂପୃକ୍ତ ଛାତ୍ରଙ୍କୁ ଖୋଜିବା ନେଇ ପୋଲିସର ଆଦୌ ଆନ୍ତରିକତା ନାହିଁ ବୋଲି ଛାତ୍ରଙ୍କ ପରିବାର ପ୍ରକାଶ କରିଛି । 

ପୋଲିସ ଏହି ମାମଲାରେ ସକ୍ରିୟତାର ସହ କାମ କରି ସଂପୃକ୍ତ ଛାତ୍ରଙ୍କୁ ତୁରନ୍ତ ଖୋଜିବାକୁ ବିଜେପି ଯୁବ ମୋର୍ଚା ଦାବି କରିଛି । ଏହି ପ୍ରତିନିଧି ଦଳରେ ଶ୍ରୀ ଦାସଙ୍କ ବ୍ୟତୀତ ରାଜ୍ୟ ସମ୍ପାଦକ ଇରାଶିଷ ଆଚାର୍ଯ୍ୟ, ସମ୍ପାଦକ ଦୀପକ ଗୋଛାୟତ, ରାଜ୍ୟ ସଂଯୋଜକ ପ୍ରଶାନ୍ତ ସ୍ୱାଇଁ, ବିଶ୍ୱଜିତ ଷଡଙ୍ଗୀ ସାମିଲ ଥିଲେ ।     

 

0
0
0
s2sdefault