ହେଡଲାଇନସ୍:

ପାର୍ସଲ ବୋମା ପଛରେ ପ୍ରେମପ୍ରସଙ୍ଗ ଖୋଳତାଡ କରୁଛି ପୋଲିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୌମ୍ୟଙ୍କ ବାପା କହିଲେ "ଧମକ ଆସିଥିଲା ପୁଅକୁ'

24-02-18.jpg - 176.18 kB

ବଲାଙ୍ଗୀରରୁ ଜିଲ୍ଲା ପ୍ରତିନିଧି ନିରୋଜ ମିଶ୍ର  : ପାଟଣାଗଡ ପାର୍ସଲ ବୋମାକୁ ନେଇ ଏବେ ପରିସ୍ଥିତି ସୃଷ୍ଟି ହୋଇଛି । କେତେବେଳେ ପ୍ରେମ ତ କେତେବେଳେ ଆଉ କିଛି । କାରଣ ଯଦିଓ ଏ ଯାଏ ଅସ୍ପଷ୍ଟ ତଥାପି ପ୍ରେମଦିଗକୁ ନେଇ ଓ ବାରମ୍ବାର ଫେସବୁକ୍ ଆଇଡି ବଦଳା ଘଟଣାକୁ ନେଇ ପୋଲିସ ଖୋଳତାଡ କରୁଥିବା ବେଳେ  ସୋମବାର ମୁହଁ ଖୋଲିଛନ୍ତି ମୃତ ସୌମ୍ୟଙ୍କ ବାପା  । "ନିର୍ବନ୍ଧର କିଛି ଦିନ ପୂର୍ବରୁ ସୌମ୍ୟ ପାଖକୁ ଏକ ଧମକପୂର୍ଣ୍ଣ କଲ୍ ଆସିଥିଲା ଓ ଫୋନ୍ରେ ଜଣେ କେହି କହିଥିଲା ରୀମାକୁ ବାହାହେଲେ ପରିସ୍ଥିତି ଭୟଙ୍କର ହେବ ।  ସମ୍ପୃକ୍ତ ବ୍ୟକ୍ତି ଜଣକ ଉପକୂଳିଆ ଓଡିଆ ଭାଷାରେ ଧମକ ଦେଇଥିଲା  । ଏହି କଲ ସମ୍ପର୍କରେ ପୁଅ ଭଣଜା ପପୁକୁ ଜଣାଇଥିଲା' ବୋଲି କହିଛନ୍ତି ମୃତ ସୌମ୍ୟଙ୍କ ବାପା ଅଧ୍ୟାପକ ରବୀନ୍ଦ୍ର ସାହୁ  । ତେବେ ଏହି ଘଟଣା ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ହୋଇଛି ବୋଲି ପୁଲିସ ସନେ୍ଦହ କରି ଯା ଜାରି ରଛି  । ନବବଧୂଙ୍କ ବୟାନ ରେକର୍ଡ କରିବାକୁ ଯାଇଥିବା ପୁଲିସ ପକ୍ଷରୁ ପ୍ରକାଶ, ନବବଧୂ ପ୍ରଥମେ ତାଙ୍କୁ ପ·ରିଥିଲେ କି ତାଙ୍କ ସ୍ୱାମୀ କେମିତି ଅଛନ୍ତି । ତେବେ ଏହି ପ୍ରଶ୍ନକୁ ଏଡାଇ ଦେଇ ପୁଲିସ ନବବଧୂଙ୍କୁ ଘଟଣା ସମ୍ପର୍କରେ ପ·ରିଥିଲା  ।

 ସୂଚନାଯୋଗ୍ୟ ଯେ, ଶନିବାର ସଂଧ୍ୟାରେ ଏସ୍ପି କେ କେ ଶିବ  ସୁବ୍ରମଣି ଏନେଇ ମୁହଁ ଖୋଲିଛନ୍ତି ବିସ୍ଫୋରଣ ପଛରେ ପ୍ରେମ ବ୍ୟାପାର ରହିଥିବା ଇଙ୍ଗିତ କରିଛନ୍ତି ସେ କହିଛନ୍ତି ଯେ, ଶ୍ରୀ ସାହୁଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରିବା ସହ ପ୍ରେମ, ପୂର୍ବ ଶତ୍ରୁତା ଦିଗ ନେଇ ଯାଞ୍ଚ  କରିଥିଲୁ  । ଏହି ମାମଲାରେ ପ୍ରେମ ସଂପର୍କ ରହିଥିବା ଅ ମିଳିଛି  । ପରସ୍ପର ବୁଝାମଣା ପ୍ରେମ ରହିଥିବା କୁହାଯାଉଥିବା ବେଳେ ବେଙ୍ଗାଲୁରରୁ ରାୟପୁର ଲିଙ୍କ ଖୋଳତାଡ ହେଉଛି  । ଏହି ମାମଲାରେ ପୁଲିସ ତଦନ୍ତ କରୁଛି ମାମଲାର ସତ୍ୟତା ପଦାକୁ ଆସିଯିବ ବୋଲି ସେ କହିଥିଲେ  ।

ମାଜିଷ୍ଟ୍ରେଟଙ୍କ  ଉପସ୍ଥିତିରେ ପାଟଣାଗଡ ଥାନାର ଜଣେ ମହିଳା ସବଇନ୍ସପେକ୍ଟର  ରୀମାଙ୍କ ବୟାନ ରେକର୍ଡ କରିଛନ୍ତି  । ସ୍ୱାମୀ ସୌମ୍ୟରଂଜନଙ୍କ ସହିତ ତାଙ୍କର ସଂପର୍କ, ଘଟଣା ଘଟିବା ଦିନର ପରିସ୍ଥିତି ଇତ୍ୟାଦି ସମ୍ପର୍କରେ ରୀମା ଓ ତାଙ୍କର ବାପା-ମାଙ୍କୁ ମଧ୍ୟ ପଚରା ଯାଇଥିଲା । କିନ୍ତୁ କୌଣସି ମତେ ସ୍ୱାମୀ ସୌମ୍ୟରଂଜନଙ୍କ ମୃତ୍ୟୁ  ଖବର ରୀମାଙ୍କୁ ଜଣାଯାଇ ନଥିବା କୁହାଯାଇଛି ଏବେବି ସ୍ୱାମୀ  ସୌମ୍ୟରଂଜନ ଓ ଜେଜେମା ମେଡିକାଲ୍ରେ ଚିକିତ୍ସାଧୀନ ରହିଥିବା ତାଙ୍କୁ କୁହାଯାଉଛି  । ଯଦିଓ ରୀମା ଭଲରେ କଥାବାର୍ତ୍ତା  କରିପାରୁନାହାନ୍ତି, ତଥାପି ଅଧିକାଂଶ ସମୟରେ ସେ ତାଙ୍କ ସ୍ାମୀଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବାକୁ ·ହୁଁଛନ୍ତି | ରୀମାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉତ୍ତତି ଘଟିଛି  । ତଥାପି ତାଙ୍କୁ ମେଡିକାଲ୍ ପର୍ଯ୍ୟବେକ୍ଷଣରେ ରଖାଯାଇ ଘା ଶୁଖିବା  ପାଇଁ ଔଷଧ ଦିଆଯାଉଛି  । ଘା ଶୁବା ପରେ ପ୍ଲାଷ୍ଟିକ୍ ସର୍ଜରୀ କାର୍ଯ୍ୟ  ଆରମ୍ଭ ହେବ ବୋଲି ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ସୂତ୍ରରୁ ଜଣାପଡିଛି | 

0
0
0
s2sdefault