ହେଡଲାଇନସ୍:

୫ ହଜାର ଟଙ୍କା ଲାଞ୍ଚ :ଭିଜିଲାନ୍ସ ଟ୍ରାପରେ ଧରାପଡ଼ି ଜେଲ ଗଲେ ଲାଞ୍ଚୁଆ ବାରିପଦା ଟାଉନ ଥାନା ଏସଆଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

28-02-18-SI-Sachidannanda-Kisan.jpg - 30.30 kB


ବାରିପଦାରୁ ଦିଲ୍ଲୀପ ମହାନ୍ତି :  ଅଭିଯୁକ୍ତ ବିଶ୍ୱଜିତ୍ ଶିଖର ବିରୁଦ୍ଧରେ ବାରିପଦା ଟାଉନ ଥାନା ପକ୍ଷରୁ ଲାଗୁ କରାଯାଇଥିବା ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୦୭କୁ ବାଦ ଦେବା ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ସେଲ ଟିମ ଦ୍ୱାରା ଟ୍ରାପରେ ଧରାପଡ଼ି ଜେଲ ଜାଇଛନ୍ତି ଏସଆଇ ସଚ୍ଚିଦାନନ୍ଦ କିଷାନ । କଳାବାଡ଼ିଆ ଗ୍ରାମର ବିଶ୍ୱଜିତ୍ ଶିଖରଙ୍କ ବୟାନ ଅନୁସାରେ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କଳାବାଡ଼ିଆ ଗ୍ରାମର ବାରିପଦା ପୌରପରିଷଦର ବଡ଼ବଜାର ଅଞ୍ଚଳର ଏକ ଯୁବତୀଙ୍କୁ ତାର ପରିବାରର ବାପା ଓ ମା ଙ୍କ ଅନିଚ୍ଛା ସତ୍ୱେ ଭଲପାଇ ବିବାହ କରିଥିଲେ । ଉକ୍ତ ଯୁବତୀକୁ ମଧ୍ୟ ବିଶ୍ୱଜିତ ଭୂବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଥିବା ଘରୋଇ ମେଡ଼ିକାଲ କଲେଜରେ ଡ଼ାକ୍ତରୀ ପାଠ ପଢ଼ାଉଛନ୍ତି । ଊଭୟଙ୍କ ମଧ୍ୟରେ ସୁ-ସମ୍ପର୍କ ରହିଆସିଛି । ଏହି ସମୟରେ ଯୁବତୀର ପରିବାର ପକ୍ଷରୁ ବାରିପଦା ଟାଉନ ଥାନାରେ  ମିଥ୍ୟା ଲିଖିତ ଅଭିଯୋଗ ହେବା ପରେ ଥାନାରେ ଯୁବକ ବିଶ୍ୱଜିତ୍ ଶିଖରଙ୍କ ବିରୋଦ୍ଧରେ କେଶ ନଂ ୧୧/ ୧୨.୦୧.୨୦୧୮ ଓ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୪୧, ୪୯୮(ଏ), ୩୨୩, ୩୦୭, ୫୦୬ ସହିତ ୪ ଡ଼ିପି ଆକ୍ଟରେ ମାମଲା ରୁଜୁ କରିଥିଲେ । ଏହା ପରେ ବିଶ୍ୱଜିତ ଶିଖରଙ୍କୁ ଗତ ଜାନୁଆରୀ ୧୨ରେ ଥାନାକୁ ଡ଼କାଇ ଶାରିରୀକ ନିର୍ଯ୍ୟାତନା ଦେଇଥିଲେ । ଫଳରେ ଅଭିଯୁକ୍ତ ବିଶ୍ୱଜିତ ପିନ୍ଧିଥିବା ଲୁଗାପଟାରେ ଝାଡ଼ାପରିଶ୍ରା କରିପକାଇ ଥିଲେ । ଏତିକିରେ ପୁଲିସର ମନ ଶାନ୍ତ ପଡ଼ିଯାଇ ନ ଥିଲା । ବାଥ ରୁମରୁ ଫେରି ଆସିବା ପରେ ବିଶ୍ୱଜିତର ମଳଦ୍ୱାରରେ ଏକ ମହିଳା ପୁଲିସ ହାତରେ ଧରିଥିବା ରୁଲବାଡ଼ିକୁ ପୁରାଇ ଦେଇଥିଲେ ଏବଂ ପରବର୍ତ୍ତି ସମୟରେ କୋର୍ଟ ଚାଲାଣ କରି ଦେଇଥିଲେ । କିଛି ଦିନ ପରେ ଅଭିଯୁକ୍ତ ବିଶ୍ୱଜିତ ଜାମିନରେ ବାହାରକୁ ବାହାରି ଆସିଥିଲେ ମଧ୍ୟ ପୁଲିସ ଶାନ୍ତିରେ ରହିବାକୁ ଦେଇ ନ ଥିଲେ । ତା ବିରୋଦ୍ଧରେ ଲଗା ଯାଇଥିବା ୩୦୭ ଦଫାକୁ ବାଦ ଦେବେ ବୋଲି ଫୋନ କରି ଥାନାକୁ ଡ଼କାଇ ଥିଲେ ଏବଂ ଥାନାକୁ ନ ଆସିଲେ ବାପା ଓ ମାଙ୍କୁ ଉକ୍ତ ମାମଲାରେ ଯୋଡ଼ି କୋର୍ଟ ଚାଲାଣ କରିବାର ଧମକ ମଧ୍ୟ ଦେଇଥିଲେ । ଫଳରେ ବିଶ୍ୱଜିତ୍ ଥାନାକୁ ଆସିବାକୁ ବାଧ୍ୟ ହୋଇଥିଲା । ଏହାପରେ ତାଙ୍କୁ ବାରିପଦା ଟାଉନ ଥାନାର ଏସଆଇ ସଚ୍ଚିଦାନନ୍ଦ କିଷାନ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଉଭୟଙ୍କ ମଧ୍ୟରେ ମୂଲଚାଲ ହୋଇ ୫ ହଜାର ଟଙ୍କାରେ କଥା ଛିଣ୍ଡିଯାଇ ଥିଲା । କିନ୍ତୁ ଏହି ଲାଞ୍ଚୁଆ ପୁଲିସ କର୍ମଚାରୀଙ୍କୁ ଉଚିତ ଶିକ୍ଷା ଦେବା ନିମନ୍ତେ ବିଶ୍ୱଜିତ୍ ଶିଖର ସ୍ଥିର କରି କଟକ ଭିଜିଲାନ୍ସ ସେଲ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ଆଜି ବାରିପଦା ଟାଉନ ଥାନାରେ ଏସଆଇ ସଚ୍ଚିଦାନନ୍ଦ କିଷାନଙ୍କୁ ସାକ୍ଷାତ କରିବା ପରେ ତାଙ୍କର ଦାବି ଅନୁସାରେ ସାଥୀରେ ଆଣି ଥିବା ଦୁଇଟି ୨ ହଜାର ଓ ୨ଟି ୫ ଶହ ଟଙ୍କିଆ ନୋଟ ଏହିପରି ମୋଟ ୫ ହଜାର ଟଙ୍କା ଧରାଇ ଦେଇ କଟକ ଭିଜିଲାନ୍ସ ଟିମକୁ କାର୍ଯ୍ୟ ସଫଳତାର ସଙ୍କେତ ଦେଇଥିଲେ  । ଏହି ସମୟରେ ପୂର୍ବରୁ ପୋଜିସନରେ ରହିଥିବା ଭିଜିଲାନ୍ସ ଟିମ ଅତର୍କୀତ ଭାବେ ବାରିପଦା ଟାଉନ ଥାନା ଏସଆଇ ସଚ୍ଚିଦାନନ୍ଦ କିଷାନଙ୍କ ଉପରକୁ ଝାମ୍ପିପଡ଼ି ତାକୁ କାବୁ କରିବା ପରେ ତଲାସୀ ନେଇଥିଲେ ଏବଂ ତାଙ୍କ ନିକଟରୁ ୫ ହଜାର ଟଙ୍କା ମଧ୍ୟ ଜବତ କରିଥିଲେ । ଏହାପରେ କଟକ ଭିଜିଲାନ୍ସ ସେଲ ଟିମ ଅଭିଯୁକ୍ତ ଏସଆଇଙ୍କୁ ଧରି ବାରିପଦା ଭିଜିଲାନ୍ସ ୟୁନିଟ କାର୍ଯ୍ୟାଳୟରେ ପହଁଞ୍ଚି କାଗଜପତ୍ର ପ୍ରସ୍ତୁତ କରିବା ସହିତ ଅଭିଯୁକ୍ତ ନାମରେ ଭିଜିଲାନ୍ସରେ ୧/୨୦୧୮ରେ ଏକ ମାମଲା ରୁଜୁ କରିଥିଲେ । ଉକ୍ତ ଟ୍ରାପରେ କଟକ ଭିଜିଲାନ୍ସ ସେଲର ଡ଼ିଏସପି ସରୋଜ କୁମାର ସାମଲ, ଡ଼ିଏସପି ଶ୍ରୀକାନ୍ତ ବେହେରା, ଇନ୍ସପେକ୍ଟର ପ୍ରଭାତ ରଞ୍ଜନ ମହାନ୍ତି ପ୍ରମୁଖ ସାମିଲ ରହିଥିଲେ ।
0
0
0
s2sdefault