ହେଡଲାଇନସ୍:

ଦ୍ୱିତୀୟ ସଂସ୍କରଣ ଟାଇଲ୍ କାର୍ଣ୍ଣିଭାଲ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଉଦ୍ଘାଟନ କଲେ ଗୋଆ ଟାଉନ୍ ଓ କଣ୍ଟ୍ରି ପ୍ଲାନିଂ ମନ୍ତ୍ରୀ ବିଜୟ ସରଦେଶାଇ

 ସାରା ଦେଶରୁ ୧୦୦୦ରୁ ଅଧିକ ଡିଲର ସାମିଲ 

ଭୁବନେଶ୍ୱର, ଜାନୁଆରୀ, ୨୦୧୭: ସନହାର୍ଟ  ସେରାମିକ୍ ପକ୍ଷରୁ ଗୋଆରେ ଅନୁଷ୍ଠିତ ହୋଇଛି ଦ୍ୱିତୀୟ ସଂସ୍କରଣ ମେଗା ଟାଇଲ୍ କାର୍ଣ୍ଣିଭାଲ୍ । ଜାନୁଆରୀ ୨୩ରୁ ଜାନୁଆରୀ ୩୧ ଯାଏଁ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୧୦୦୦ରୁ ଅଧିକ ଡିଲର ଅଂଶଗ୍ରହଣ କରିଛନ୍ତି । ଏଠାରେ ଡିଲରମାନେ ଦକ୍ଷିଣ ଗୋଆର କାନ୍ସଉଲିମ୍ ଆରୋସିମ୍ ବିଚ୍ର ପାର୍କ ହ୍ୟାତ୍ ଗୋଆ ରିସୋର୍ଟ ଆଣ୍ଡ ସ୍ପାରେ ୨୦,୦୦୦ ବର୍ଗଫୁଟ୍ ସ୍ଥାନରେ ଡିସ୍ପ୍ଲେ ହୋଇଥିବା ୧୬ଟି ବିଭିନ୍ନ ଆକାରର ୮୦୦ରୁ ଅଧିକ ଡିଜାଇନ୍ର ଅଭିନବ ଉତ୍ପାଦନର ଅଭିଜ୍ଞତା ନେଇପାରିବେ । ଏହି କାର୍ଣ୍ଣିଭାଲକୁ ଗୋଆ ଟାଉନ୍ ଓ କଣ୍ଟ୍ରି ପ୍ଲାନିଂ ମନ୍ତ୍ରୀ ଶ୍ରୀ ବିଜୟ ସରଦେଶାଇ ଉଦ୍ଘାଟନ କରିଥିଲେ । 

ସନ୍ହାର୍ଟ ସେରାମିକ୍ ଏ ଅବସରରେ କ୍ୱାଣ୍ଟିକୋ ବ୍ରାଣ୍ଡ ନାମରେ ୯ ଏମ୍ଏମ୍ ମୋଟେଇ ବିଶିଷ୍ଟ ନୂଆ ସାଇଜ୍ ୮୦୦/୧୬୦୦ ଏମ୍ଏମ୍ ଫ୍ଲେକ୍ସି ଟାଇଲ୍ ଏବଂ ଏକ୍ସି ମାର୍ବଲ ଭର୍ଟିକାଲ୍ରେ ୬ ଏମ୍ଏମ୍ ୬୦୦/୧୨୦୦ ସ୍ଲିମ୍ ଟାଇଲ୍ର ବଜାର ପ୍ରବେଶ କରାଇବ । ଏହି କାର୍ଯ୍ୟକ୍ରମରେ ଅତିଥିଙ୍କ ପାଇଁ ୱାଟର ସ୍ପୋର୍ଟସ୍, କ୍ୟାସିନୋ, ବିଚ୍ ପାର୍ଟିର ଅଭିଜ୍ଞତା ନେବା ସହ ସୁନା, ସ୍କୁଟର, କାର୍, ଏସ୍ୟୁଭି ପ୍ରଭୃତି ଜିତିବାର ସୁଯୋଗ ପାଇପାରିବେ । କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ମତ ଦେଇ ଅଧ୍ୟକ୍ଷ ଶ୍ରୀ ବି ଜି ବାର୍ମୋରା କହିଛନ୍ତି, “କମ୍ପାନି ଆକ୍ସି ମାର୍ବଲ ବ୍ରାଣ୍ଡ ନାମରେ ଭାରତୀୟ ବଜାରରେ ପ୍ରବେଶ କରିବା ପରେ ୧୨୦୦ଙ୍ଘ୧୨୦୦ ଏମ୍ଏମ୍ ଏବଂ ୧୨୦୦/୨୪୦୦ ଏମ୍ଏମ୍ ଭଳି ବଡ଼ ଟାଇଲ୍ ବଜାରରେ ଏକ ଦ୍ରୁତ ହାରରେ ଅଭିବୃଦ୍ଧି କରୁଛି । ତେବେ ଏବେକାର ସମୟରେ ୬୦୦/୧୨୦୦ ଭଳି ୮୦୦ଙ୍ଘ୧୬୦୦ ଏମ୍ଏମ୍ ମଧ୍ୟ ଏକ ପ୍ରମୁଖ ବଜାର ହେବ ।”

ଶ୍ରୀ ତପନ ଜେନା,  ସନ ହାର୍ଟ ସେରାମିକ୍ ସିଇଓ   କହିଲେ, “ ଗତବର୍ଷ ନୋଟ୍ ବନ୍ଦୀ, ଜିଏସ୍ଟି କାର୍ଯ୍ୟକାରୀ ଏବଂ ଏହାପରେ ପୁଣି ଟାଇଲ୍ ଉପରେ ଜିଏସ୍ଟି ହାର ପରିବର୍ତ୍ତନର ପ୍ରଭାବ ପରେ ଏହି ମେଗା କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଟାଇଲ୍ ଶିଳ୍ପରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ । ଏବେ ବଜାରରେ ଟାଇଲ୍ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଏବଂ ଗ୍ରାହକଙ୍କ ପାଖରେ ପହଞ୍ଚି ବ୍ୟବସାୟକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ।” ଦେଶର ଏକ ନମ୍ବର ଟାଇଲ୍ ରପ୍ତାନିକାରୀ ପାଇଁ ଏହା ଶେଷ ନୁହେଁ । କମ୍ପାନି ଉଚ୍ଚ ମୂଲ୍ୟର ଉତ୍ପାଦ  ପାଇଁ ସୃଜନଶୀଳ ଚିନ୍ତାଧାରା ଉପରେ କାର୍ଯ୍ୟ କରୁଛି, ଯାହାକି ଭବିଷ୍ୟତରେ ଶସ୍ତାରେ ଟାଇଲ୍ ଯୋଗାଇବାରେ ସହାୟକ ହେବ ।ସନ ହାର୍ଟ ସେରାମିକ୍ ୨୦୧୦ରେ ନିଜର ଯାତ୍ରା ଆରମ୍ଭ କରିଥିଲା । ମାତ୍ର ୭ ବର୍ଷ ମଧ୍ୟରେ ଏହା ଭାରତୀୟ ସେରାମିକ୍ ଶିଳ୍ପରେ ବଜାର ନେତୃତ୍ୱ ଭାବେ ଟପ୍ ୧୦ ଟାଇଲ୍ ବ୍ରାଣ୍ଡ ମଧ୍ୟରେ ନିଜକୁ ସ୍ଥାନିତ କରିପାରିଛି । ସେରାମିକ୍ ଶିଳ୍ପର ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନି ମଧ୍ୟରେ ସନ୍ହାର୍ଟ ସେରାମିକ୍ ଅନ୍ୟତମ । ନୋଟ୍ ବନ୍ଦୀ ଓ ଜିଏସ୍ଟି କାର୍ଯ୍ୟକାରୀ ଏବଂ ଜିଏସ୍ଟି ହାର ଭଳି ପରିବର୍ତ୍ତନ ସତ୍ତ୍ୱେ  ଚଳିତ ବର୍ଷ ସନ୍ହାର୍ଟ ବ୍ୟବସାୟ ୪୦% ବୃଦ୍ଧି କରୁଛି ।

0
0
0
s2sdefault