ହେଡଲାଇନସ୍:

୨୫ ବର୍ଷରେ ମଦର୍ସ ପବ୍ଲିକ୍ ସ୍କୁଲ, ହସ ଉଲ୍ଲାସରେ ପାଳିଲା ରୌପ୍ୟ ଜୟନ୍ତୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

Bhubaneswar : ମଦର୍ସ ପବ୍ଲିକ ସ୍କୁଲ ଭୁବନେଶ୍ୱରର ଅନ୍ୟତମ ପୁରାତନ ବିଦ୍ୟାଳୟ । ଚଳିତ ବର୍ଷ ଏହି ବିଦ୍ୟାଳୟ ୨୫ ବର୍ଷରେ ପଦାର୍ପଣ କରିଥିବା ବେଳେ ତାହାର ରୌପ୍ୟ ଜୟନ୍ତୀ ପାଳନ କରିଛି । ଏହି କାର୍ଯ୍ୟକ୍ରମ ପାଇଁ ଗତ କିଛି ମାସ ହେବ ଅର୍ଥାତ୍ ଜୁଲାଇରୁ ଡ଼ିସେମ୍ବର ପର୍ଯ୍ୟନ୍ତ ବିଦ୍ୟାଳୟର ମହତ୍ତ୍ୱପୂର୍ଣ୍ଣ ଯାତ୍ରା ପାଇଁ ଅନେକ ଅୟୋଜନମାନ ହୋଇଯାଇଛି । ଏପରି ଏକ  ଗୁରୁତ୍ୱପୂର୍ଣ୍ଣ ଦିବସକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ରୌପ୍ୟ ଜୟନ୍ତୀ ପ୍ରତୀକ, ବିଦ୍ୟାଳୟର ବିକ୍ରି ଦ୍ରବ୍ୟ  ଓ ୨୫ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର ଷ୍ଟାମ୍ପ୍, ସ୍ୱତନ୍ତ୍ର କଭର ଜୁଲାଇ ୧୭ ତାରିଖରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଭିତରେ ପ୍ରତିଯୋଗିତାମାନ ଅନୁଷ୍ଠିତ  ହୋଇଥିଲା ଯେଉଁଥିରେ ବିଦ୍ୟାଳୟ ସିନେମା ସ୍କ୍ରିନିଂ ମଧ୍ୟ ସାମିଲ୍ କରାଯାଇଥିଲା । କୁଇଜ୍, କ୍ଷୁଦ୍ର ନାଟକ, ବିଜ୍ଞାନ ପ୍ରଦର୍ଶନୀ ଓ ରକ୍ ବ୍ୟାଣ୍ଡ୍ ପ୍ରଭୃତି ପ୍ରତିଯୋଗିତା ମାନ ମଧ୍ୟ ସେଥିରେ ଅନ୍ତର୍ଭୁକ୍ତ ଥିଲା । ଏହି ପ୍ରତିଯୋଗିତାରେ ନିଜର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବ୍ୟତୀତ ଭୁବନେଶ୍ୱରର ଅନ୍ୟାନ୍ୟ ବିଦ୍ୟାଳୟର ପିଲାମାନେ ବି ଭାଗ ନେଇଥିଲେ । ଏହି ଅବସରରେ ଏଡୁମିଡ଼ିଆ ଇଣ୍ଡିଆ ଓ ସ୍କୁଲ ସିନେମାର ପ୍ରତିଷ୍ଠାତା , ପରିଚାଳକ ଓ ନିର୍ଦ୍ଦେଶକ ସୟଦ୍ ସୁଲତାନ୍ ଅହମଦ୍ ବିଦ୍ୟାଳୟକୁ ଅତିଥି ଭାବେ ପରିଦର୍ଶନରେ ଆସିଥିଲେ ଏବଂ ପିଲାମାନଙ୍କ ସହ ଭାବର ଆଦାନ ପ୍ରଦାନ ମଧ୍ୟ କରିଥିଲେ । 

ଏହାସହ ନଭେମ୍ବର ୮ତାରିଖରେ ଅନୁଷ୍ଠିତ ଉଦ୍ୟୋଗ ପ୍ରକଳ୍ପ ପ୍ରତିଯୋଗିତାରେ ବିଚାରକର ଦାୟିତ୍ୱ ତୁଲାଇଥିଲେ ପ୍ୟାରିସ୍ ବେକରିର ପ୍ରତିଷ୍ଠାତା  ଜୟନାରାୟଣ ପୁଜାପଣ୍ଡା  ଓ ସିନର୍ଜି ମେଡ଼ିକେୟାର ପ୍ରାଇଭେଟ୍ ଲିମିଟେଡ୍ର ପ୍ରତିଷ୍ଠାତା  ନୀଳମାଧବ ପଣ୍ଡା । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସ୍କିଲ୍ ଆଣ୍ଡ୍ ଡେଭେଲପ୍ମେଣ୍ଟ ର  ଚେୟାରମ୍ୟାନ୍ ସୁବ୍ରତୋ ବାଗ୍ଚି ଛାତ୍ରଛାତ୍ରୀମାନଙ୍କୁ ଅନେକ ପ୍ରେରଣାଦାୟୀ ବକ୍ତବ୍ୟ ଦେଇଥିଲେ । ବିଦ୍ୟାଳୟର ଏହି ରୌପ୍ୟ ଜୟନ୍ତୀରେ ୨୧ ତାରିଖରୁ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିବା ବେଳେ କାର୍ଯ୍ୟକ୍ରମର ଶେଷଦିନ ଥିଲା କିଛି ଏଇମିତି । ସକାଳେ ପିଲାମାନଙ୍କ ଦ୍ୱାରା ଏକ ମଶାଲ୍ ମାର୍ଚ୍ଚିଂ କରାଯାଇଥିଲା ପୁରୁଣା ବିଦ୍ୟାଳୟରୁ ନୂଆ ବିଦ୍ୟାଳୟ ଅଭିମୁଖେ ଓ ସେଠି ପହଞ୍ଚିଲା ପରେ ଖେଳାଳି ଛାତ୍ରଛାତ୍ରୀମାନେ ସେମାନଙ୍କର କ୍ରୀଡ଼ାକୃତି ପ୍ରଦର୍ଶନ କରିଥିଲେ । ଉଦ୍ଯାପନୀ  ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ଏସ.ସି ଜମିର ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟକୁ ୨୫ ବର୍ଷ ପୂର୍ତ୍ତି ପାଇଁ ଅଭିନନ୍ଦନ ଜଣାଇବା ସହ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଗୋଟିଏ କଫି ଟେବଲ୍ ବୁକ୍, ବିଦ୍ୟାଳୟର ୨୫ ବର୍ଷର ପୂର୍ତ୍ତି ବିଷୟରେ ଏକ କ୍ରୋନିକାଲ୍ ରିଲିଜ୍ ହୋଇଥିଲା । 

0
0
0
s2sdefault