ହେଡଲାଇନସ୍:

ଓଡ଼ିଶାରେ ପୁଞ୍ଜନିବେଶ ପାଇଁ ସ୍ୱାସ୍ଥ୍ୟସେବା  ପ୍ରଦାନକାରୀ ସଂସ୍ଥାମାନେ ଆଗେଇ ଆସନ୍ତୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଫାର୍ମା ଲିଡର୍ସ ପାଓ୍ୱାର ବ୍ରାଣ୍ଡ ପୁରସ୍କାର-୨୦୧୭ ପ୍ରଦାନ ଉତ୍ସବ 

  

ନେଟ୍ଓ୍ୱାର୍କ- ୭ ମିଡିଆ ଗ୍ରୁପ୍ ଦ୍ୱାରା ଆୟୋଜିତ ଦଶମ ବାର୍ଷିକ ଫାର୍ମାସୁ୍ୟଟିକାଲ ଲିଡରସିପ୍ସ ମିଟ୍ ଓ ଫାର୍ମାଲିଡର୍ସ ବିଜିନେସ୍ ଲିଡରସିପ ଆଓ୍ୱାର୍ଡସ୍ -୨୦୧୭ ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମର୍ଯ୍ୟାଦାପୂର୍ଣ୍ଣ ହେଲ୍ଥ କେୟାର ଲିଡରସିପ୍ ସମିଟ୍ ଖାଦ୍ୟ ଯୋଗାଣ ଓ ଖାଉଟିକଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫାର୍ମାଲିଡର୍ସ ପାଓ୍ୱାର ବ୍ରାଣ୍ଡ ପୁରସ୍କାର ପ୍ରଦାନ କରିଥିଲେ । ଏହି ଭବ୍ୟ ପୁରସ୍କାର ବିତରଣ ଉତ୍ସବରେ ଭାରତର ପ୍ରମୁଖ ଔଷଧ କମ୍ପାନୀ, ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଚିକିତ୍ସାଳୟ ମାଲିକ, ସ୍ୱାସ୍ଥ୍ୟସେବା ପ୍ରଯୁକ୍ତି କମ୍ପାନୀ ତଥା ସ୍ୱାସ୍ଥ୍ୟସେବା ଉଦ୍ୟୋଗରୁ ୩୫୦ରୁ ଅଧ#କ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

 ମନ୍ତ୍ରୀ ଶ୍ରୀ ପାତ୍ର ୩୫ଟି ବର୍ଗରେ ପୁରସ୍କାର ପ୍ରଦାନ କରିଥିଲେ । ସେମାନଙ୍କ ମଧ୍ୟରେ ଏସିଆନ୍ ହାର୍ଟ ଇନ୍ଷ୍ଟିଚ୍ୟୁଟ  ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡଃ ରମାକାନ୍ତ ପଣ୍ଡା, ବମ୍ବେ ହସ୍ପିଟାଲ ଓ ମେଡିକାଲ ରିସର୍ଚ୍ଚ ସେଣ୍ଟରର କାର୍ଡିଓଲୋଜି ନିର୍ଦ୍ଦେଶକ ଡଃ ବି.କେ.ଗୋୟେଲ, ପି.ଏସ୍.ଆର୍.ଆଇ ହାର୍ଟ ଇନ୍ଷ୍ଟିଚ୍ୟୁଟ ଅଧ୍ୟକ୍ଷ ଡଃ ତାରଲୋଚନ ସିଂହ କ୍ଲେର, ସାର୍ ଗଙ୍ଗାରାମ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର (ଡଃ) ଡି.ଏସ୍.ରାଣା, ଫୋର୍ଟିସ୍ ବୋନ ଆଣ୍ଡ ଜଏଣ୍ଟ ଇନ୍ଷଫିଚୁ୍ୟଟ୍ର ଅଧ୍ୟକ୍ଷ ତଥା ନିର୍ବାହୀ ନର୍ଦ୍ଦେଶକ ଡଃ ଅଶୋକ ରାଜଗୋପାଲ, ହିନ୍ଦୁସ୍ଥାନ ସିରିଞ୍ଜେସ୍ ଆଣ୍ଡ ମେଡିକାଲ ଡିଭାଇସେସ୍ ଲିଃର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ମିଃ ରାଜୀବ ନାଥ୍, ଆବଟ୍ ହେଲ୍ଥ କେୟାର, ମେଡିକା ସୁପର ସ୍ପେଶିଆଲିଟି ହସ୍ପିଟାଲସ୍ ଅନ୍ୟତମ ।

ଏମେରୀଟସ୍ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ପଦ୍ମଶ୍ରୀ ଡଃ ମୁକେଶ ବାତ୍ରା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ନେଟ୍ଵର୍କ  -୭ ମିଡିଆ ଗ୍ରୁପ୍ର ଅଧ୍ୟକ୍ଷ ଓ ମୁଖ୍ୟ ସମ୍ପାଦକ ତଥା ଫାର୍ମାଲିଡର୍ସ ଗ୍ରୁପ୍ର ପ୍ରତିଷ୍ଠାତା ଶ୍ରୀ ସତ୍ୟ ବ୍ରହ୍ମା ମଧ୍ୟ ଏଥିରେ ଯୋଗ ଦେଇଥିଲେ ।  ଓଡ଼ିଶାର ଜନତାଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ସହଜଲଭ୍ୟ କରିବା ଉଦ୍ଦେଶ୍ୟରେ ଚିକିତ୍ସାଳୟର ମାଲିକ, ଫାର୍ମା, ବାୟୋଟେକ୍ ଓ ମେଡିକାଲ ଡାଇଗ୍ନୋଷ୍ଟିକ୍ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ କରିବା ସହିତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ସ୍ଥାପନ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ ସାମଗ୍ରିକ ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି ।  ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ରହିଛି । ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ରହିଛି । ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଦ୍ୱାରା ରାଜ୍ୟ ପ୍ରଗତି ପଥରେ ଆଗେଇ ଚାଲିଛି । ଯଦ୍ଦ୍ୱାରା ରାଜ୍ୟବାସୀ ଏକ ରୁଚିସମ୍ପନ୍ନ ଆଦର୍ଶ ଜୀବନଯାପନ କରୁଛନ୍ତି । ସ୍ୱାସ୍ଥ୍ୟସେବା ପ୍ରଦାନ ଓଡ଼ିଶାର ଲକ୍ଷ୍ୟ । ଓଡ଼ିଶାରେ ପୁଞ୍ଜନିବେଶ କରି ରାଜ୍ୟର ଅଭିବୃଦ୍ଧି କାହାଣୀରେ ଅଂଶୀଦାର ହେବା ପାଇଁ ସେ ସ୍ୱସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ଅନୁରୋଧ କରିଥିଲେ  । ଚିକିତ୍ସାଳୟ ଓ କମ୍ପାନୀର ପ୍ରତିଷ୍ଠା ଏବଂ ଅଭିବୃଦ୍ଧି ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହାୟତା ତଥା ବାଧାରହିତ ସୁଲଭ୍ୟ ବ୍ୟବସାୟିକ ବାତାବରଣ ପ୍ରଦାନ କରିବେ ବୋଲି ସେ କହିଥିଲେ |

0
0
0
s2sdefault