ହେଡଲାଇନସ୍:

ରାୟଗଡ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ ଜେ କେ କାଗଜ କଳ ତରଫରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡ(ସରୋଜ କୁମାର ସାହୁ ) – ଜେ କେ କାଗଜ କଳ ତରଫରୁ ରାୟଗଡା ଜିଲ୍ଲାରା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ରାୟଗଡା ସହର ସ୍ଥିତ ସିଏଫଓ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ  ହୋଇଥିଲା । ଜେ କେ କାଗଜ କଳର କାର୍ଯ୍ୟ ନିର୍ବାହୀ ଉପ-ସଭାପତି ପି.କେ.ସୁରୀ ସ୍ୱାସ୍ଥ୍ୟ ଶିବିରର ଆନୁଷ୍ଠାନିକ  ଭାବେ ଉଦଘାଟନ କରିଥିଲେ । ଆନ୍ଧ୍ରପ୍ରଦେଶର (ବିଶାଖାପାଟଣା ) ସ୍ଥିତ ଏନ.ଆର.ଆଇ ଚିକିତ୍ସାଳୟର ୪ ଜଣ ବିଶେଷଜ୍ଞ ଡାକ୍ତର ଏହି ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଇଥିଲେ । ଡଃ. ସୁବ୍ରମଣ୍ୟୁ (ହୃଦରୋଗ), ଡଃ. ଅମରନାଥ (କାନ,ନାଶା,ଗଳା), ଡଃ. ଆଦିତ୍ୟ ଶେଖର (ଅସ୍ଥିଶଲ୍ୟ) ଏବଂ ଡଃ. ବି ନାଗେଶ୍ୱର ରାଓ (ଜେନେରାଲ ମେଡିସିନ) ଚିକିତ୍ସକ ଉପସ୍ଥିତ ଥିଲେ । ଏଥି ସହ ମଧୁମେହ ଏବଂ ଇସିଜି ପରୀକ୍ଷା ମଧ୍ୟ କରାଯିବାର ବ୍ୟବସ୍ଥା କରାଯାଇଥିଲା । ଡାକ୍ତର ମାନେ ସାମ୍ବାଦିକ ଓ ସେମାନଙ୍କ ପରିବାର ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଉପଯୁକ୍ତ ପରାମର୍ଶ ଦେଇ ସହ ମାଗଣାରେ ଔଷଧ ମଧ୍ୟ ଦିଆଯାଇଥିଲା । ଉକ୍ତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ମୋଟ ୧୧୩ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଗାମୀ ଦିନରେ ଏପରି ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯିବ ବୋଲି ଜେ କେ କାଗଜ କଳର ଲୋକ ସଂପର୍କ ଅଧିକାରୀ ସୁନିଲ କୁମାର ନାଥ ପ୍ରକାଶ କରିଥିଲେ । ଏହି ଅବସରରେ ଅତିରିକ୍ତ ଲୋକ ସଂପର୍କ ଅଧିକାରୀ ହରିହର ଖମାରୀ ସହ ଅନ୍ୟ କର୍ମଚାରୀ ଯଥା ବିଶ୍ୱଜିତ ଦୁବେ (ଉପ ସଭାପତି, ବାଣିଜ୍ୟ), ସୁବିତ ପାଣ୍ଡେ (ଜି.ଏମ୍. ଏଚଆର ଏଣ୍ଡ ଆଇଆର୍), ଗିରିଜା ଶଙ୍କର ତ୍ରିପାଠୀ, ପ୍ରତିକ କାଶ୍ୟପ (ଅଧିକାରୀ ସିଏସଆର) ଓ ମାନେ ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଉପସ୍ଥିତ ରହି ସହ ଯୋଗ କରିଥିଲେ । 

 

0
0
0
s2sdefault