ହେଡଲାଇନସ୍:

  ଓମ୍ ସାଇ ନେହା ଟେଲରିଂ ଟ୍ରେନିଂ ସେଣ୍ଟରର ର ୨୧ ତମ ପ୍ରତିଷ୍ଠା ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ଏପ୍ରିଲ ପହିଲା ପବିତ୍ର ଉତ୍କଳ ଦିବସ ଅବସରରେ ଓମ୍ ସାଇ ନେହା ଟେଲରିଂ ଟ୍ରେନିଂ ସେଣ୍ଟର କଟିକା ସାହି ଗୁଣପୁର ର ୨୧ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଶିରିଡ଼ି ସାଇ ମନ୍ଦିରସ୍ଥ କଲ୍ୟାଣ ମଣ୍ଡପ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।ଏହି ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ଉଷା ସ୍ୱିଙ୍ଗ ସ୍କୁଲ୍ ଇନିସ୍ପେକ୍ଟର୍ ଶ୍ରୀମତୀ ପ୍ରଭାତୀ ଖୁଣ୍ଟିଆ , ମୁଖ୍ୟବକ୍ତା ଭାବେ ଶ୍ରୀମତୀ ଅମ୍ବିକା ମହାପାତ୍ର ଏବଂ ସମ୍ମାନନୀୟ ଅତିଥି ଭାବେ ଶ୍ରୀମତୀ ସଂଘମିତ୍ରା ଅଧିକାରୀ ମଞ୍ଚାସୀନ ରହିଥିଲେ ।

ମୁଖ୍ୟଅତିଥି ମହିଳା ମାନଙ୍କ ସିଲେଇ କ୍ଷେତ୍ର ରେ ଦକ୍ଷତା ହାସଲ ପାଇଁ ନିଜ ଅଭିଜ୍ଞତା ର ଉପାୟ ଙ୍କୁ ବକ୍ତବ୍ୟ ମାଧ୍ୟମ ରେ କହିଥିଲେ । ମୁଖ୍ୟବକ୍ତା ଓ ସମ୍ମାନନୀୟ ଅତିଥି କିଭଳି ଆତ୍ମନିର୍ଭରସୀଳ ହୋଇ କାର୍ଯ୍ୟକଲେ ପରିବାରର ଆର୍ଥିକ ପରିଚାଳନାରେ ସହାୟତା ହେବା ବିଷୟ ରେ ବକ୍ତବ୍ୟ ରଖିଥିଲେ ।ଏହି ଅବସରରେ ଆଧୁନିକ ଫ୍ୟାସନ୍ ଡିଯାଇନ୍ ର କଳାକୃତି କୁ ନେଇ ଏକ ପ୍ରତିଯୋଗିତା ହୋଇଥିଲା । କୃତୀ ପ୍ରତିଯୋଗୀ ଙ୍କୁ ଶେଷରେ ପୁରସ୍କୃତ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମ ଓମ୍ ସାଇ ନେହା ଟେଲରିଂ ସେଣ୍ଟର ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜିତା ପଟ୍ଟନାୟକ ଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ।

 

 

0
0
0
s2sdefault