ହେଡଲାଇନସ୍:

 ଓରିକମ୍ କମ୍ପ୍ୟୁଟର ଏଜୁକେସନ୍ ଶାଖା ପକ୍ଷରୁ ମହିଳା ଦିବସ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ସ୍ଥାନୀୟ ଓରିକମ୍ କମ୍ପ୍ୟୁଟର  ଏଜୁକେସନ୍ ଶାଖା ପରିଚାଳକ ପ୍ରଫୁଲ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ  ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ଓଡଗାଁ ଆଦର୍ଶ ଥାନାର ସବ୍ଇନ୍ସପେକ୍ଟର ସ୍ନେହଲତା ପ୍ରଧାନ ମୁଖ୍ୟ ଅତିଥି, ଅଙ୍ଗନଓାଡି ସୁପର ଭାଇଜର ପ୍ରଭାସିନୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମହିଳା ସଶକ୍ତିକରଣ ବିଷୟରେ ଆଲୋକପାତ କରିଥିଲେ । ବାଲ୍ୟବିବାହ, କନ୍ୟାଭ୍ରୃଣ ହତ୍ୟା ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ । ଅଂଶଗ୍ରହଣକାରୀ ମହିଳା ଓ ଛାତ୍ରୀମାନଙ୍କ ମଧ୍ୟରେ ଝୋଟି, ମୁ୍ୟଜିକ ଚେୟାର, ନୃତ୍ୟ  ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା । କୃତୀ ମହିଳା ଓ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତାପ ମହାନ୍ତି ଓ ପ୍ରଣିତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।  

 

0
0
0
s2sdefault