ହେଡଲାଇନସ୍:

   ଫିନୋଲାକ୍ସ କମ୍ପାନୀର ମେକାନିକ କର୍ମଶାଳା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋହେଲା(ଶାସକପ୍ରଶାସକ)-ସୋହେଲାରେ ଆଜି ଫିନୋଲାକ୍ସ ପିଭିସି ପାଇପ କଂପାନୀ ତରଫରୁ ଏକ ମେକାନିକ  କର୍ମଶାଳା ଅନୁଷ୍ଠିତ  ହୋଇଥିଲା । ଦୀପକ ଏଂଟରପ୍ରାଇଜର୍ସ ତରଫରୁ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଫିନୋଲାକ୍ସ କଂପାନୀ ଓଡିଶା ମୁଖ୍ୟ ରଜନୀକାନ୍ତ ବିଶ୍ୱାଲ ଓ ପଶ୍ଚିମ ଓଡିଶା ମୁଖ୍ୟ ସୁନିଲ ସାହୁ ସମ୍ମାନୀତ ଅତିଥିଭାବରେ ଯୋଗ ଦେଇଥିଲେ । ଅତିଥି ମାନେ ଫିନୋଲାକ୍ସ କମ୍ପାନୀର ପାଇପର ଗୁଣବତ୍ତା  ଓ ଉପକାରିତା ସଂପର୍କରେ ମେକାନିକ ମାନଙ୍କୁ ସୁଚନା ଦେଇଥିଲେ । ଏଥି ସହିତ ଜଳ ସଂରକ୍ଷଣ ଉପରେ ମଧ୍ୟ ମେକାନିକମାନଙ୍କୁ ପରାମର୍ଶ ଦେଇଥିଲେ । ଦିନକୁ ଦିନ ପାଣିର ଉତ୍ସ କମିବାରେ ଲାଗିଥିବା ବେଳେ ପାଣିର ଅପବ୍ୟବହାର ଓ ଅପଚୟ ରୋକିବା ପାଇଁ ସେମାନେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଦେଶର ପ୍ରମୁଖ ପିଭିସି ଓ ସିପିଭିସି ପାଇପ ନିର୍ମାଣକାରୀ ସଂସ୍ଥା ଭାବେ ଜଣାଶୁଣା ଫିନୋଲାକ୍ସ କମ୍ପାନୀ ନିଜସ୍ୱ ଜ୍ଞନ କୌଶଳରେ ପିଭିସି ପାଇପ ନିର୍ମାଣ କରୁଥିବା ବେଳେ ସିପିଭିସି ପାଇପ ନିର୍ମାଣ ପାଇଁ ବିଶ୍ୱ ପ୍ରଶିଦ୍ଧ ଲୁବ୍ରିଜଲ କମ୍ପାନୀର ଫ୍ଲୋଗାର୍ଡ ବ୍ରାଣ୍ଡର କଂଚାମାଲ ବ୍ୟବହାର ହୋଇଥାଏ । ଏହି ମେକାନିକ କର୍ମଶାଳାରେ ବରଗଡ ଜିଲାର ବରଗଡ, ବରପାଲି, ଭଟଲି ଓ ସୋହେଲାର ପ୍ରାୟ ୮୦ଜଣ ମେକାନିକ ଯୋଗ ଦେଇଥିଲେ । ଶେଷରେ ଦୀପକ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । 

 

0
0
0
s2sdefault