ହେଡଲାଇନସ୍:

ଉତ୍କଳ  ଆଲୁମିନା ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସହାୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(Shasak Prashasak):  ହିଣ୍ଡାଲ୍କୋର ଏକ ୟୁନିଟ୍, ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୨୧୦୦ କଲର୍ କୋଡେଡ ବେଡ଼ସିଟ  ହସ୍ତାନ୍ତର କରାଯାଇଛି । କଂପାନିର ସହକାରୀ ଉପସଭାପତି (ଏଚ୍ଆର୍ ଆଣ୍ଡ୍ ଆଇଆର୍) ଶ୍ରୀ ଟି ଏମ୍ ପ୍ରକାଶ ବେଡ଼ସିଟଗୁଡିକୁ  ମୁଖ୍ୟ ଜିଲ୍ଲା ମେଡିକାଲ୍ ଅଧିକାରୀ (ସିଡିଏମ୍ଓ), ରାୟଗଡ଼ା ଡକ୍ଟର ବିମଳ ସାହୁଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ଡିପିଏଚ୍ଓ ଡକ୍ଟର ସଂଯୁକ୍ତା ସାହୁ, ଏଡିଏମ୍ଓ (ମେଡିକାଲ୍) ଡକ୍ଟର ଏସ୍ ପି ପାଢ଼ୀ, ଏଡିଏମ୍ଓ ଡକ୍ଟର ପୃଷ୍ଟି, ବ୍ଲକ୍ ସ୍ତରୀୟ ମେଡିକାଲ୍ ଅଧିକାରୀ ଓ ଜିଲ୍ଲାରେ ଥିବା ସବୁ ବ୍ଲକର  ସିଡିପିଓମାନେ ଉପସ୍ଥିତ ଥିଲେ । ଉକ୍ରଳ ଆଲୁମିନାର ୟୁନିଟ୍ ଓ ସଭାପତି ଶ୍ରୀ ଏନ୍ ନାଗେଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଅଭିଯାନ ଆୟୋଜନ କରାଯାଇଥିଲା ଓ ତାହା ନିଶ୍ଚିତ ରୂପେ ହସ୍ପିଟାଲ୍ରେ ରୋଗୀଙ୍କୁ ସ୍ୱଚ୍ଛତା ଓ ପରିମଳ ପ୍ରଦାନ କରିବ । ଏହି ଅଂଚଳରେ କଂପାନି ପକ୍ଷରୁ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମକୁ ରାୟଗଡ଼ାର ସିଡିଏମ୍ଓ ପ୍ରଶଂସା କରିଛନ୍ତି । ଏହି ଅବସରରେ ଡିଜିଏମ୍-ସିଏସ୍ଆର୍ ଶ୍ରୀ ଶିବ ଶଙ୍କର ମହାପାତ୍ର, ପ୍ରବନ୍ଧକ ମେଡିକାଲ୍ ଡକ୍ଟର ରାଜିନ୍ଦର ମଣ୍ଡଳ ଓ ପ୍ରବନ୍ଧକ (ଏଚ୍ଆର୍ ଆଣ୍ଡ୍ ଆଇଆର୍) ଶ୍ରୀ ବ୍ରଜବିଧୁ ଛାଟୋଇ ଉପସ୍ଥିତ ଥିଲେ । 

 

0
0
0
s2sdefault