ହେଡଲାଇନସ୍:

ଶ୍ରମିକ ନେତା କାହା ସ୍ୱାର୍ଥରେ, ଶ୍ରମିକମାନଙ୍କର ନା ନିଜର!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ଆମ କମ୍ପାନୀ ପରିବାରକୁ ବ୍ଲାକ୍ମେଲ ଓ ବଦନାମ କରିବା ପାଇଁ ଯୋଜନା !- ପି.କେ. ପଣ୍ଡା

ପାରାଦୀପ : ବନ୍ଦର ନିଷିଦ୍ଧଞ୍ଚଳରେ  କାର୍ଯ୍ୟବନ୍ଦ ଆନ୍ଦୋଳନ ଶେଷ ହେବାପରେ ପୁଣି ସୋମବାର ଦିନ ବଡପଡିଆ ସ୍ଥିତ ଓଡିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସଏଲ୍) ସାମ୍ନାରେ ଶ୍ରମିକମାନେ ଧାରଣାରେ ବସିଛନ୍ତି । ପଦୋନ୍ନତି ଓ ରଦ୍ଦ କରାଯାଇଥିବା ଗେଟ୍ ପାସକୁ ପୂର୍ଣ୍ଣକାର୍ଯ୍ୟକ୍ଷମ କରିବା ଦାବିରେ ଆନ୍ଦୋଳନ କରୁଛନ୍ତି ବୋଲି କହୁଥିବାବେଳେ ସୋମବାର ସଂନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଏସଏଲ୍ ପ୍ରକାଶ କରିଛି ଯେ, ଆନ୍ଦୋଳନରେ ବସିଥିବା ଏହି ଶ୍ରମିକ ମାନେ ଓଏସଏଲର  ଅଧୀନରେ କାର୍ଯ୍ୟରତ ନୁହନ୍ତି । ସେମାନଙ୍କ ମଧ୍ୟରୁ ୧୫ଜଣଙ୍କୁ ବାଦ୍ ଦେଲେ ଅନ୍ୟମାନେ ଭିନ୍ନ ଦୁଇଟି ସଂସ୍ଥାର କର୍ମଚାରୀ ବୋଲି ଓଏସ୍ଏଲ୍ ସ୍ପଷ୍ଟ କରିଛି । ତେଣୁ ଚାଲିଥିବା ଆନ୍ଦୋଳନ  ସମ୍ପୂର୍ଣ୍ଣ ଅଗଣତାନ୍ତ୍ରୀକ ଓ ଓଏସ୍ଏଲ୍ ଆମ କମ୍ପାନୀ ନୁହେଁ ଆମ ପରିବାରକୁ ବ୍ଲାକମେଲ ଓ ବଦନାମ କରିବା ପାଇଁ ଆନ୍ଦୋଳନ  କରାଯାଉଛି ବୋଲି ଓଏସ୍ଏଲ୍  ମାନବ ସମ୍ବଳ ବିଭାଗ ଉପସଭାପତି ପି.କେ ପଣ୍ଡା କହିଛନ୍ତି । ଶ୍ରୀ ପଣ୍ଡାଙ୍କ ସୂଚନା ଅନୁଯାୟୀ, ଆମ ଓଏସ୍ଏଲ୍ କମ୍ପାନୀ ଦୀର୍ଘ ୪୦ବର୍ଷ ହେବ ପାରାଦୀପରେ ଶାନ୍ତି ସୃଙ୍ଖଳା ସହ କାମ କରିଆସୁଅଛି । ସେଥିରେ ୬୫୦ ପରିବାର କାମ କରୁଛନ୍ତି । କମ୍ପାନୀର କର୍ମଚାରୀମାନେ ଆମ ପରିବାରର ସଦସ୍ୟ । ପାରାଦୀପରେ ଆନ୍ଦୋଳନ  କରାଯିବା ବର୍ତ୍ତମାନ ଫେସନରେ ପରିଣତ ହେଲାଣି । ଏହା ଦ୍ୱାରା କେବଳ ଓଏସ୍ଏଲ୍ ନୁହେଁ, ବନ୍ଦରର ନିଷିଦ୍ଧାଞ୍ଚଳରେ କାର୍ଯ୍ୟରତ ଏକାଧିକ ଷ୍ଟିଭେଡର୍ସ ସଂସ୍ଥା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବନ୍ଦରର ଉନ୍ନତି କାର୍ଯ୍ୟମଧ୍ୟ ବାଧାପ୍ରାପ୍ତ ହେଉଛି ବୋଲି ସେ କହିଛନ୍ତି । ଏହାକୁ ନେଇ ସେ ଆନ୍ଦୋଳନର  ନେତୃତ୍ୱ ନେଇଥିବା ପାରାଦୀପ କର୍ମଚାରୀ ଶ୍ରମିକ ମିଳିତ ମଞ୍ଚକୁ ସିଧାସଳଖ ଅଙ୍ଗୁଳି  ନିର୍ଦ୍ଦେଶ କରିଛନ୍ତି । ଶ୍ରମିକ ମାନଙ୍କୁ ମତାଇ ପାରାଦୀପରେ ଲଗାତାର ଭାବେ ୪ଟି ଧର୍ମଘଟ କରାଇ ଏହି ସଂଘ ଅଯଥାରେ ବିଶୃଙ୍ଖଳା ସୃଷ୍ଟି କରୁଛି । ଧାରଣାରେ ବସିଥିବା ପାଖାପାଖି ୨୦୦ରୁ ୩୦୦କର୍ମଚାରୀ ଅନ୍ୟ ୨ଟି ଷ୍ଟିଭେଡର୍ସ ସଂସ୍ଥାର କର୍ମଚାରୀ ଥିଲେ । ଉକ୍ତ କମ୍ପାନୀ ନିକଟରେ କାମ ନଥିବାରୁ ସେମାନଙ୍କସହ ଚୁକ୍ତି ବାତିଲ କରାଯାଇଛି । ସେମାନଙ୍କ ଅଧିନରେ ଥିବା କର୍ମଚାରୀଙ୍କ ନିକଟରେ ଓଏସ୍ଏଲ୍ କାହିଁକି ଉତ୍ତରଦାୟୀ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି । ତାଛଡା ସେମାନଙ୍କ ସହ ଆନ୍ଦୋଳନରେ  ବସିଥିବା ଓଏସ୍ଏଲ୍ର ୧୫ଜଣ କର୍ମଚାରୀଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ କରାଯାଇଛି । ଏଣୁ ବିନା ନୋଟିସରେ  ଆନ୍ଦୋଳନ ଓହ୍ଲାଇ ଥିବା ଏମିତି ସଂଘ ବିରୋଧରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ  ନେବାର ଆବଶ୍ୟକତା ରହିଛି । ନଚେତ୍ ପାରାଦୀପରେ ଶିଳ୍ପ ଅନୁକୂଳ ବାତାବରଣ ରହିବ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଓଏସ୍ଏଲ୍ ରେଲୱ ସାଇଡିଙ୍ଗ ମୁଖ୍ୟ ହରଦମାନ ସିଂ, କର୍ପୋରେଟ୍ ଯୋଗାଯୋଗ ବିଭାଗ ଉପସଭାପତି ଚିତ୍ତ ରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।  

 

 

 

 

 

 

 

 

0
0
0
s2sdefault