ହେଡଲାଇନସ୍:

"ଜେଆରଡିଙ୍କ ମୂଲ୍ୟବୋଧ ଶହେ ବର୍ଷରୁ ଅଧିକ ସମୟ ଧରି ପରୀକ୍ଷିତ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟାଟା ଷ୍ଟିଲ ପକ୍ଷରୁ ଭାରତ ରତ୍ନ  ଜେ.ଆର.ଡି ଟାଟାଙ୍କ ୧୧୪ତମ ଜୟନ୍ତୀ 

କଳିଙ୍ଗନଗର, (ଜୟଶଙ୍କର ଦାଶ):  ଭାରତ ରତ୍ନ ଜେ.ଆର.ଡି ଟାଟାଙ୍କ ୧୧୪ତମ ଜନ୍ମ ଦିବସ ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ଉତ୍ସାହ ଓ ଉଦ୍ଧୀପନାର ସହ ପାଳିତ ହୋଇଯାଇଛି । ଏହି ଅବସରରେ କମ୍ପାନୀର ଅଧିକାରୀ ଓ କର୍ମଚାରୀମାନେ ଦୂରଦ୍ରଷ୍ଟା ଜେଆରଡିଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ । ଜେନେରାଲ ଅଫିସ୍ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ କଳିଙ୍ଗନଗରବାଷ୍ଟ ଫର୍ଣେସ ବିଭାଗର ମୁଖ୍ୟ  ସୁବାସ ସିହ୍ନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜେଆରଡ଼ିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ସିହ୍ନା ଦୂରଦ୍ରଷ୍ଟା ଭାରତ ରତ୍ନ ଜେଆରଡି ଟାଟାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାସହିତ ସେ ଜେଆରଡିଙ୍କ ମୂଲ୍ୟବୋଧ ଯାହାକି ଶହେ ବର୍ଷରୁ ଅଧିକ ସମୟ ଧରି ପରୀକ୍ଷିତ, ତାଙ୍କ ଚିନ୍ତାଧାରା ଓ କାର୍ଯ୍ୟ ଉପରେ ସମ୍ୟକ୍ ଧାରଣା ପ୍ରଦାନ କରିବା ସହ ସମସ୍ତଙ୍କୁ ତାଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । 

ଏହାପୂର୍ବରୁ, ଟାଟା ଷ୍ଟିଲ କଳିଙ୍ଗନଗର ତରଫରୁ ଜେଆରଡି ଟାଟାଙ୍କ ୧୧୪ତମ ଜନ୍ମବାର୍ଷିକୀ ଉପଲକ୍ଷେବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ୱିଜ୍‍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ସେଣ୍ଟ ମ୍ୟାରି ସ୍କୁଲ  ପ୍ରଥମ, ଗ୍ଲୋରିୟସ୍‍ ଇଂଲିସ୍‍ ମିଡ଼ିୟମ୍‍ ସ୍କୁଲ ଦ୍ୱିତୀୟ ଓ ମାଉଣ୍ଟ ଲିଟେରା ଜି ସ୍କୁଲ ତୃତୀୟ ସ୍ଥାନ ହାସଲ କରିଥିଲେ । ଟାଟା ଷ୍ଟିଲ କଳିଙ୍ଗନଗର ୟୁଟିଲିଟି ବିଭାଗରମୁଖ୍ୟ ପ୍ରସନ୍ନଜିତ ସରକାର ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ । 

ଟାଟା ଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‍ ଖଣି ଓ ବ୍ରାହ୍ମଣୀପାଳସ୍ଥିତ ଫେରୋଆଲଏଜ୍‍ ପ୍ଲାଣ୍ଟ ପକ୍ଷରୁ ଜେଆରଡି ଟାଟାଙ୍କ ୧୧୪ତମ ଜନ୍ମ ବାର୍ଷିକୀ ପାଳନ କରାଯାଇଛି । ସୁକିନ୍ଦାରେ ଜେଆରଡିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ସହିତ ୫ କିମି ରାଲି, ପିଲାମାନଙ୍କ ପାଇଁ ଫୁଟବଲ୍‍ ମ୍ୟାଚ୍‍ ଓ ଅପରାହ୍ନରେ ଏକ ପ୍ରଦର୍ଶନୀ ଫୁଟବଲ୍‍ ମ୍ୟାଚର ଆୟୋଜନ କରାଯାଇଥିଲା ।

 

 

 

0
0
0
s2sdefault