ହେଡଲାଇନସ୍:

ଏମଏସଏମଇ ର ସବୁଜକରଣ ପାଇଁ ସିଡବି ଅନେକ ଗୁଡ଼ିଏ ବିକାଶମୂଳକ ଓ ଆର୍ଥିକ ପଦକ୍ଷେପମାନ ଗ୍ରହଣ କରିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ସ୍ମଲ୍ ଇଣ୍ଡଷ୍ଟ୍ରିଜ ଡେଭଲପମେଂଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ସିଡବି) ଯାହା କି ଏକ ସର୍ବଭାରତୀୟ ଆର୍ଥିକ ସେବା ପ୍ରଦାନକାରୀ ଅନୁଷ୍ଠାନ, ଏହା ଭାରତୀୟ ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କୁ ସମନ୍ୱିତ କ୍ରେଡିଟ୍ ଓ ବିକାଶ ସହାୟତା ପ୍ରଦାନରେ ନିୟୋଜିତ ରହିଛି । ଏହା ଜଳବାୟୁଜନିତ ପରିବର୍ତନକୁ ଏଡ଼ାଇବା ପାଇଁ ଓ ଏମଏସଏମଇ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଏକ ସମର୍ପିତ ଭର୍ଟିକାଲର ସ୍ଥାପନା କରିଛି ଯାହାକି ଗ୍ଲାସଗୋ ଠାରେ କନ୍ଫରେନ୍ସ ଅଫ୍ ପାର୍ଟିଜ୍ (ସିଓପି୨୬) ରେ ଦେଶର ପ୍ରତିଶ୍ରୁତିବଦ୍ଧତା ଅନୁସାରେ କରାଯାଉଛି । ୟୁନିୟନ ବଜେଟ୍ ୨୦୨୨ ମଧ୍ୟ ଜଳବାୟୁ କାର୍ଯ୍ୟ, କ୍ଲିନ୍ ଏନର୍ଜି, ସୋଲାର, ଇ-ମୋବିଲିଟି, ବ୍ୟାଟେରି, ବର୍ଜ୍ୟ ପରିଚାଳନା, ଏନର୍ଜି ସର୍ଭିସ୍ କମ୍ପାନୀ (ଇଏସସିଓ) ମାଧ୍ୟମରେ ଶକ୍ତି ଦକ୍ଷତା ଇତ୍ୟାଦି ଉପରେ ଗୋଲଡେନ୍ ପିରିୟଡ୍ (ଅମ୍ରିତ କାଲ)ରେ ଗୁରୁ୍ତ୍ୱ ପ୍ରଦାନ କରିଛି ।
‘ଗ୍ରୀନ୍ ଇଣ୍ଡିଆନ୍ ଫାଇନାନ୍ସିଆଲ୍ ସିଷ୍ଟମ’ ଉପରେ ନିକଟରେ ସମାପ୍ତ ହୋଇଥିବା ଭର୍ଚୁଆଲ୍ କନ୍ଫରେନ୍ସରେ ସିଡ୍ବି ରେଗୁଲେଟର ଓ ପ୍ରମୁଖ ଷ୍ଟେକହୋଲ୍ଡର (ଘରୋଇ ଓ ଆନ୍ତର୍ଜାତିକ) କୁ ଏକାଠି ଆଣିଛି । ଏହା ଏଜେନ୍ସି ଫ୍ରାନ୍କାଇସ୍ ଡି ଡେଭଲପମେଂଟ (ଏଏଫଡି) ଓ ଶକ୍ତି ସଷ୍ଟେନେବଲ୍ ଏନର୍ଜି ଫାଉଣ୍ଡେସନ ସହିତ ସହଭାଗୀତା ସ୍ଥାପନ କରିଛି ଓ ଏହି ଜ୍ଞାନ ସିରିଜ୍ ଉତମ ଅଭ୍ୟାସର ଅନୁପାଳନ ଦିଗରେ ସହାୟତା ପ୍ରଦାନ କରିବା ଜାରି ରଖିବ ।
ବିକାଶମୂଳକ ପଦକ୍ଷେପ :
(୧) ସିଡ୍ବି ହେଉଛି ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡର ଏକ ପଞ୍ଜୀକୃତ ସଂସ୍ଥା ଓ ସବୁଜ ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ଏହା କାର୍ଯ୍ୟ ଏହାର ପାର୍ଟନରଙ୍କ ମାଧ୍ୟମରେ କାର୍ଯ୍ୟ କରୁଛି । ଏହା ମଧ୍ୟ ଅନ୍ୟ ଅନୁଷ୍ଠାନ ଗୁଡ଼ିକୁ ପ୍ରକଳ୍ପ ପରିଚାଳନା ସହାୟତା ପ୍ରଦାନ କରୁଛି ଯେଉଁମାନେ ଜଳାବୟୁ ପରିବର୍ତନ ଏଜେଣ୍ଡା ଦିଗରେ କାର୍ଯ୍ୟ କରୁଛନ୍ତି ।
(୨) ସିଡ୍ବି ମଧ୍ୟ ଏକ ପ୍ରକଳ୍ପ “ସ୍ୱଚ୍ଛ କାଶି, ସ୍ୱାବଲମ୍ବି କାଶି” ର ଆରମ୍ଭ କରିଛି ଯେଉଁଥିରେ ବାରଣାସୀରେ ପ୍ଲାଷ୍ଟିକ୍ ବଟଲ୍ ଭେଣ୍ଡିଂ ମେସିନକୁ ଆନୁଷ୍ଠାନିକ ବର୍ଜ୍ୟ ଗୋଟାଳିଙ୍କ ସହିତ ସାମିଲ୍ କରାଯାଇଛି । ଏହା ସହିତ ନିକଟତମ ସ୍ୱାବଲମ୍ବି ନିକଟରେ ବର୍ଜ୍ୟ ପରିଚାଳନା ୟୁନିଟ୍ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହାକୁ ମଧ୍ୟ ଦିଲ୍ଲୀରେ ଅନୁକରଣ କରାଯିବ ।
(୩) ଟେକ୍ନୋଲୋଜି ଇନ୍ଫରମେସନ ଫୋରକାଷ୍ଟିଂ ଓ ଆସେସ୍ମେଂଟ କାଉନ୍ସିଲ୍ (ଟିଆଇଏଫଏସି) – ସିଡ୍ବି (ଶ୍ରୀଜନ) - ରିହାତିମୂଳକ ଭାବରେ ପ୍ରକଳ୍ପ ପଛା ଟ.୨୦୦ ଲକ୍ଷ ପର୍ଯ୍ୟନ୍ତର ଋଣ ପ୍ରଦାନ କରିବ ଯାହାର ସୁଧ ହାର ବାର୍ଷିକ ୩-୫% ଭାବରେ ଏମଏସଏମଇ/ ଷ୍ଟାର୍ଟଅପ୍ କୁ ନୂତନ ପ୍ରଯୁକ୍ତି ପ୍ରକଳ୍ପ ପାଇଁ ପ୍ରଦାନ କରାଯିବ ଯାହାକି ପ୍ରାକ୍-ଵାଣିଜ୍ୟକରଣ ପର୍ଯ୍ୟାୟରେ ପହଂଚିଛି ବା ମାର୍କେଟରେ ପ୍ରମାଣିତ ହୋଇଛି ଓ ଏହାକୁ ଟିଆଇଏଫଏସି-ସିଡ୍ବି (ଶ୍ରୀଜନ) କାର୍ଯ୍ୟକ୍ରମ ମାଧ୍ୟମରେ ସ୍କେଲ ଅପ୍ କରାଯିବ ।
(୪) ଏଣ୍ଡ ଟୁ ଏଣ୍ଡ ଏନର୍ଜି ଏଫିସିଏନ୍ସି (୪ଇ) ସ୍କିମରେ ସିଡ୍ବି କର୍ପସ ପରିମାଣକୁ ରିଫ୍ରେସ୍ କରିଛି ଯାହାକୁ ବିଶ୍ୱ ବ୍ୟାଙ୍କ ସହଯୋଗରେ ଯୁଗ୍ମ ସହବନ୍ଧରେ ପରିଚାଳିତ କରାଯାଉଛି । ଏହି ଶୃଙ୍ଖଳିତ ୪ଇ ଅଧିକରୁ ଅଧିକ ଏନର୍ଜି ଦକ୍ଷତା ଓ ସୌର ପ୍ରକଳ୍ପକୁ ସହାୟତା କରିବ ଓ ତୁରନ୍ତ ବିତରଣ ବ୍ୟବସ୍ଥା କରାଯିବ । ଟ.୩୦୦ ଲକ୍ଷ କୋଟି ର ଟର୍ମ ଲୋନ୍ କୁ ଯୋଗ୍ୟ ପ୍ରକଳ୍ପ ପାଇଁ ବାର୍ଷିକ ୪.୯୦% - ୭% ସୁଧ ହାରରେ ପ୍ରଦାନ କରାଯାଉଛି ।
(୫) ଆପଦ ସେୟାରିଂ ସୁବିଧା ମାଧ୍ୟମରେ ଏନର୍ଜି ସର୍ଭିସ୍ କମ୍ପାନିଜ୍ (ଇଏସସିଓ) ର ବୃଦ୍ଧି ହେଉଥିବା ବଜାରକୁ ସିଡ୍ବି ସହାୟତା ପ୍ରଦାନ କରୁଛି । ବର୍ତମାନ ଏହି ପ୍ରଚେଷ୍ଟାରେ ୧୩ ଟି ଅନୁଷ୍ଠାନ ସହଭାଗୀତା ସ୍ଥାପନ କରିଛନ୍ତି । ପ୍ରକଳ୍ପ ୪୦ ଇଏସସିଓ ପ୍ରକଳ୍ପକୁ ସହାୟତା ପ୍ରଦାନ କରିଛି ଓ ଯେଉଁଥିରେ ପୌନପୁନିକ ନିବେଶ ଟ.୪୫୦ କୋଟିର ରହିଛି ଓ ଏହାଦ୍ୱାରା ବାର୍ଷିକ ଭାବରେ ୨୦୫ ଜିଡବ୍ଲୁଏଚର ଶକ୍ତି ସଂଚୟ ହେଉଛି ଓ ବାର୍ଷିକ ଭାବରେ ୧,୫୨,୩୦୦ ଟନର ଅଙ୍ଗାରକାମ୍ଳକୁ ନିର୍ଗମନକୁ ହ୍ରାସ କରାଯାଇପାରୁଛି । ଶକ୍ତି ଦକ୍ଷ ପ୍ରକଳ୍ପ ଗୁଡ଼ିକୁ ଆର୍ଥିକ ଓ ପ୍ରଯୁକ୍ତିଗତ ସହାୟତା ମାଧ୍ୟମରେ ସିଡ୍ବି ଏହାର ପହଂଚକୁ ବୃଦ୍ଧି କରିବା ଜାରି ରଖିଛି । ଏହି ପ୍ରକଳ୍ପ ଗୁଡ଼ିକୁ ବିଶେଷ ଭାବରେ ମୁ୍ୟନିସିପାଲିଟି, ବିଲ୍ଡିଂ, ହୋଟେଲ୍, ହସ୍ପିଟାଲ୍, ଏମଏସଏମଇ, ବୃହତ୍ ଉଦ୍ୟୋଗ, ଆବଂଟନ କମ୍ପାନୀ ଇତ୍ୟାଦି ଗୁଡ଼ିକରେ କରାଯାଉଛି ।
(୬) ଏମଏସଏମଇ କ୍ଷେତ୍ରରେ ସବୁଜ ପ୍ରକଳ୍ପକୁ ସହଯୋଗ କରିବା ପାଇଁ ସିଡ୍ବି ଗ୍ରୀନ୍ ଫାଇନାନ୍ସ ସ୍କିମ୍ (ଯେଉଁଥିରେ ଫଣ୍ଡିଂ କର୍ପସ୍ ଓ ରିସ୍କ ସେୟାରିଂ ସୁବିଧା ୱିଣ୍ଡୋ ମଧ୍ୟ ରହିବ) ର ଶୁଭାରମ୍ଭ କରିଛି ଯେଉଁଥିରେ ରହିଥିବା ପ୍ରମୁଖ କ୍ଷେତ୍ର ଗୁଡ଼ିକ ହେଉଛି ନବୀକରଣଯାଗ୍ୟ ଶକ୍ତି, ବୈଦୁତିକ ଯାନ ଚାର୍ଜିଂ ଷ୍ଟେସନ, ବ୍ୟାଟେରି ସ୍ୱାପ, ବର୍ଜ୍ୟ ପରିଚାଳନା ପ୍ରକଳ୍ପ, ସିବିଜି ଇତ୍ୟାଦି ।
ଉଚ୍ଚ ପ୍ରଭାବଶାଳୀ ନୂତନ ପ୍ରଯୁକ୍ତି ଓ ଜଳବାୟୁ ପରିବର୍ତନ ପ୍ରକଳ୍ପ ଯାହା ସଫଳତାପୂର୍ବକ ଉତ୍ପାଦ ପ୍ରୋଟୋଟାଇପ୍ ପର୍ଯ୍ୟାୟରେ ପହଂଚିଛି ଓ ଯାହାର ଉଚ୍ଚ ସକାରାତ୍ମକ ପ୍ରଭାବ ରହିଥିବା ଆଶା କରାଯାଉଛି ସେଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଏକ ୱିଣ୍ଡୋ ଗଠନ କରାଯାଇଛି । ଟର୍ମ ଲୋନ୍ ଆକାରରେ ଏହି ସହାୟତା ପ୍ରକଳ୍ପ ପିଛା ଟ.୨୫ ଲକ୍ଷ ପ୍ରଦାନ କରାଯିବ । ଏହି ପ୍ରକଳ୍ପର ବାଣିଜି୍ୟକ ଅପରେସନର ଆରମ୍ଭ ହେବା ପୂର୍ବରୁ ଏଥିରେ ମଧ୍ୟ ପ୍ରମାଣନ ମଞ୍ଜୁରି ଇତ୍ୟାଦି ପାଇଁ ଆବଶ୍ୟକ ହେଉଥିବା ଖର୍ଚ୍ଚ ଇତ୍ୟାଦିକୁ ସାମିଲ୍ କରାଯାଇଛି ।

0
0
0
s2sdefault